ବିଦ୍ୟାଳୟର ବାର୍ଷିକୋତ୍ସବ: ‘ଶୃଙ୍ଖଳା ହିଁ ସଫଳତାର ଚାବିକାଠି’

ଦିଗପହଣ୍ଡି,୫ା୩(ଅଶେଷ ନାଥ ମିଶ୍ର)” ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଭୂଷୁଣ୍ଡା ଗ୍ରାମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ବୁଧବାର ପ୍ରଧାନଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।  ସହକାରୀ ଶିକ୍ଷକ ସୁଧାଂଶୁ ଶେଖର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ  ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘ ସଭାପତି ହରପ୍ରସାଦ ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜେ. ତ୍ରିନାଥ, ସିଆରସିସି ମନୋଜ କୁମାର ବେହେରା, ବୁରୁଡାଙ୍ଗ ଗ୍ରାମ ପ୍ରାଥମିକ […] The post ବିଦ୍ୟାଳୟର ବାର୍ଷିକୋତ୍ସବ: ‘ଶୃଙ୍ଖଳା ହିଁ ସଫଳତାର ଚାବିକାଠି’ appeared first on Dharitri Odia News.

ବିଦ୍ୟାଳୟର ବାର୍ଷିକୋତ୍ସବ: ‘ଶୃଙ୍ଖଳା ହିଁ ସଫଳତାର ଚାବିକାଠି’

ଦିଗପହଣ୍ଡି,୫ା୩(ଅଶେଷ ନାଥ ମିଶ୍ର)” ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଭୂଷୁଣ୍ଡା ଗ୍ରାମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ବୁଧବାର ପ୍ରଧାନଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।  ସହକାରୀ ଶିକ୍ଷକ ସୁଧାଂଶୁ ଶେଖର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ  ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘ ସଭାପତି ହରପ୍ରସାଦ ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜେ. ତ୍ରିନାଥ, ସିଆରସିସି ମନୋଜ କୁମାର ବେହେରା, ବୁରୁଡାଙ୍ଗ ଗ୍ରାମ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଅଭିମନ୍ୟୁ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଶୃଙ୍ଖଳା ହିଁ ସଫଳତାର ଚାବିକାଠି ହୋଇଥିବାରୁ ଛାତ୍ରୀ ଛାତ୍ର ମାନେ ବିଦ୍ୟା ଅଧ୍ୟୟନ ସାଙ୍ଗକୁ ଶୃଙ୍ଖଳା ଦିଗରେ ଯଥେଷ୍ଟ ଧ୍ଯାନ ଦେବାକୁ ଅତିଥି ବୃନ୍ଦ ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଶିକ୍ଷୟିତ୍ରୀ ସ୍ମିତାମୟୀ ତ୍ରିପାଠୀ, ଗିତାଞ୍ଜଳି ଆଚାରୀ, ଇପସିତା ପଟ୍ଟନାୟକଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ଯା ସଦସ୍ୟ ବୃନ୍ଦ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।

The post ବିଦ୍ୟାଳୟର ବାର୍ଷିକୋତ୍ସବ: ‘ଶୃଙ୍ଖଳା ହିଁ ସଫଳତାର ଚାବିକାଠି’ appeared first on Dharitri Odia News.