Videoରେ ଦେଖନ୍ତୁ ଋଷିଆରେ କିପରି ପ୍ରଳୟ ରଚିଲା ସୁନାମୀ
କାମଚଟକା ୩୦।୬: ଋଷିଆ କାମଚଟକା ଦ୍ୱୀପରେ ଶକ୍ତିଶାଳୀ ଭୂମିକମ୍ପର ଅନେକ ଭିଡିଓ ସାମ୍ନାକୁ ଆସିଲାଣି। ଯେତେବେଳେ ଭୂମିକମ୍ପ ହେଲା କିଏ ଘରେ ଥିଲା ତ କିଏ କାର୍ଯ୍ୟାଳୟରେ ଓ ରାସ୍ତାରେ ଥିଲେ, ହେଲେ ଯିଏ ଯେଉଁଠି ଥାନ୍ତୁ ନା କାହିଁକି କେବଳ ନିଜେ ବଞ୍ଚିବା ଚିନ୍ତା କରୁଥିଲେ। ତେବେ ଭୂମିକମ୍ପ ପରେ ସୁନାମୀର ଭୟାବହ ଚିତ୍ର ଏବେ ସୋସିଆଲ ମିଡିଆରେ ଅପଲୋଡ ହୋଇଥିବା ବେଳେ ତାହା ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସମୁଦ୍ର କୂଳ ଘର ସବୁ ପାଣିରେ ବୁଡି ରହିଥିବା ଓ ସମୁଦ୍ର ପାଣି ନଦୀ ଭଳି ସମତଳରେ ବହୁଥିବାର ଦେଖା ଯାଉଛି। ସମୁଦ୍ର ପାଣି ଛୋଟଛୋଟ ଘର ଓ କାରକୁ କାଠି କୁଟା ଭଳି ଭସାଉଥିବା ଦେଖାଯାଉଛି। ଭୂମିକମ୍ପ ଓ ପରବର୍ତ୍ତି ସୁନାମୀରେ ବଡ଼ ବଡ଼ ବିଲ୍ଡିଂ ଭୁଶୁଡି ପଡିଛି। ଋଷିଆରେ ଭୀଷଣ ଭୂମିକମ୍ପ ପରେ ସମୁଦ୍ରରେ ସୁନାମୀ ଆସିଛି। ଯାହା ପ୍ରଳୟ ରଚିଛି। ???? BREAKING: Tsunami waves from the 8.7 magnitude earthquake have begun slamming RussiaBuildings are already being swept awayTsunami waves are also heading to Hawaii, expected to arrives within hours pic.twitter.com/dPg72zln9N— Nick Sortor (@nicksortor) July 30, 2025ସ୍ଥାନୀୟ ଗଣମାଧ୍ୟମ ଅନୁସାରେ ସୁନାମୀ ଢେଉ ପାଖାପାଖି ୪ ମିଟର ଉଚ୍ଚ ଥିଲା। ଏଣୁ ସମୁଦ୍ର ଜୁଆର ବ୍ୟାପକ କ୍ଷୟକ୍ଷତି କରିଛି। ଋଷିଆରେ ଭୂମି
କାମଚଟକା ୩୦।୬: ଋଷିଆ କାମଚଟକା ଦ୍ୱୀପରେ ଶକ୍ତିଶାଳୀ ଭୂମିକମ୍ପର ଅନେକ ଭିଡିଓ ସାମ୍ନାକୁ ଆସିଲାଣି। ଯେତେବେଳେ ଭୂମିକମ୍ପ ହେଲା କିଏ ଘରେ ଥିଲା ତ କିଏ କାର୍ଯ୍ୟାଳୟରେ ଓ ରାସ୍ତାରେ ଥିଲେ, ହେଲେ ଯିଏ ଯେଉଁଠି ଥାନ୍ତୁ ନା କାହିଁକି କେବଳ ନିଜେ ବଞ୍ଚିବା ଚିନ୍ତା କରୁଥିଲେ। ତେବେ ଭୂମିକମ୍ପ ପରେ ସୁନାମୀର ଭୟାବହ ଚିତ୍ର ଏବେ ସୋସିଆଲ ମିଡିଆରେ ଅପଲୋଡ ହୋଇଥିବା ବେଳେ ତାହା ଭାଇରାଲ ହେବାରେ ଲାଗିଛି।
ଏହି ଭିଡିଓରେ ସମୁଦ୍ର କୂଳ ଘର ସବୁ ପାଣିରେ ବୁଡି ରହିଥିବା ଓ ସମୁଦ୍ର ପାଣି ନଦୀ ଭଳି ସମତଳରେ ବହୁଥିବାର ଦେଖା ଯାଉଛି। ସମୁଦ୍ର ପାଣି ଛୋଟଛୋଟ ଘର ଓ କାରକୁ କାଠି କୁଟା ଭଳି ଭସାଉଥିବା ଦେଖାଯାଉଛି। ଭୂମିକମ୍ପ ଓ ପରବର୍ତ୍ତି ସୁନାମୀରେ ବଡ଼ ବଡ଼ ବିଲ୍ଡିଂ ଭୁଶୁଡି ପଡିଛି। ଋଷିଆରେ ଭୀଷଣ ଭୂମିକମ୍ପ ପରେ ସମୁଦ୍ରରେ ସୁନାମୀ ଆସିଛି। ଯାହା ପ୍ରଳୟ ରଚିଛି।
???? BREAKING: Tsunami waves from the 8.7 magnitude earthquake have begun slamming Russia
Buildings are already being swept away
Tsunami waves are also heading to Hawaii, expected to arrives within hours pic.twitter.com/dPg72zln9N— Nick Sortor (@nicksortor) July 30, 2025
ସ୍ଥାନୀୟ ଗଣମାଧ୍ୟମ ଅନୁସାରେ ସୁନାମୀ ଢେଉ ପାଖାପାଖି ୪ ମିଟର ଉଚ୍ଚ ଥିଲା। ଏଣୁ ସମୁଦ୍ର ଜୁଆର ବ୍ୟାପକ କ୍ଷୟକ୍ଷତି କରିଛି। ଋଷିଆରେ ଭୂମିକମ୍ପ ପରେ ଚୀନ୍, ପେରୁ ଓ ଇକ୍ୱେଡର ସମେତ ପ୍ରଶାନ୍ତ ମହାସାଗର ଉପକୂଳରେ ଥିବା ଦେଶମାନଙ୍କୁ ସୁନାମୀ ଚେତାବନୀ ଜାରି ହୋଇଛି। ଏଣୁ ପୁରା ପ୍ରଶାନ୍ତ କ୍ଷେତ୍ରରେ ଚିନ୍ତା ବଢି ଯାଇଛି। ଋଷିଆ, ଜାପାନ ଓ ଆମେରିକା (ହୱାଇ ଓ ଆଲାସ୍କା), ଅଷ୍ଟ୍ରେଲିୟା, ନ୍ୟୁଜିଲ୍ୟାଣ୍ଡ ଆଦି ଦେଶଙ୍କୁ ତୁରନ୍ତ ସୁନାମୀ ଚେତାବନୀ ଜାରି କରିଦିଆଯାଇଛି।
ଅଧିକାରୀମାନେ ଭୂମିକମ୍ପ କେନ୍ଦ୍ର ସ୍ଥଳ ନିକଟସ୍ଥ କାମଚଟକା ଦ୍ୱୀପ ସମେତ ଅନେକ ଅଞ୍ଚଳରୁ ତୁରନ୍ତ ଲୋକଙ୍କୁ ଖାଲିକରିବା କାମ ଆରମ୍ଭ କରିଛନ୍ତି। କାରଣ ଏହି ସବୁ ଅଞ୍ଚଳକୁ ୧୦ରୁ ୧୩ ଫୁଟ ଉଚ୍ଚା ସମୁଦ୍ର ଜୁଆରର ଚେତାବନୀ ଜାରି ହୋଇଥିଲା। ସତର୍କତା ସ୍ୱରୂପ ସମ୍ବେଦନଶୀଳ ଉପକୂଳ ଅଞ୍ଚଳ ବସବାସ କରୁଥିବା ଲୋକଙ୍କୁ ଉଚ୍ଚସ୍ଥାନକୁ ସ୍ଥାନାନ୍ତର କରାଯାଇଛି।