ବିଧାନସଭା ଅଧିବେଶନ, ବିଭିନ୍ନ ପ୍ରସଙ୍ଗ ନେଇ ଶାସକ ଦଳକୁ ଘେରିବାକୁ ବିରୋଧୀ ତୟାର

ଭୁବନେଶ୍ୱର ୦୨।୧୨ : ବିଧାନସଭା ଶୀତ ଅଧିବେଶନ । ତିନି ଦିନର ବିରତି ପରେ ପୁଣି ସରଗରମ ହେବ ବିଧାନସଭା। ୩ ଦିନିଆ ଓଡ଼ିଶା ଗସ୍ତ ସାରି ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଫେରିଛନ୍ତି । ଏହି ଗସ୍ତରେ ଓଡ଼ିଶା କଣ ପାଇଛି , ତାହାକୁ ନେଇ ଗୃହରେ ସରଗରମ ହୋଇପାରେ ଆଲୋଚନା।ସୋମବାର ବିଧାନସଭାରେ ଗୃହ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ, ଅର୍ଥ, ଇଲେକ୍ଟ୍ରୋନିକ ଓ ସୂଚନା ପ୍ରଯୁକ୍ତି, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ସଂସଦୀୟ ବ୍ୟାପାର ବିଭାଗର ପ୍ରଶ୍ନକାଳ ରହିଛି। ଶୂନ୍ୟକାଳରେ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ପୂର୍ବତଟ ରେଳପଥକୁ ସଙ୍କୁଚିତ କରିବା, ଆମ୍ବ ଟାକୁଆ, କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗକୁ ନେଇ ଗୃହରେ ଘମାଘୋଟ ଆଲୋଚନା ହୋଇପାରେ। ୨୦୨୪-୨୫ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ ଉପରେ ଆଲୋଚନା ହେବ। ବିଧାନସଭା ଆରମ୍ଭର ପ୍ରଥମ ଦିନ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ ଗୃହରେ ଅତିରିକ୍ତ ବଜେଟ ଆଗତ କରିଥିଲେ।

ବିଧାନସଭା ଅଧିବେଶନ, ବିଭିନ୍ନ ପ୍ରସଙ୍ଗ ନେଇ ଶାସକ ଦଳକୁ ଘେରିବାକୁ ବିରୋଧୀ ତୟାର

ଭୁବନେଶ୍ୱର ୦୨।୧୨ : ବିଧାନସଭା ଶୀତ ଅଧିବେଶନ । ତିନି ଦିନର ବିରତି ପରେ ପୁଣି ସରଗରମ ହେବ ବିଧାନସଭା। ୩ ଦିନିଆ ଓଡ଼ିଶା ଗସ୍ତ ସାରି ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଫେରିଛନ୍ତି । ଏହି ଗସ୍ତରେ ଓଡ଼ିଶା କଣ ପାଇଛି , ତାହାକୁ ନେଇ ଗୃହରେ ସରଗରମ ହୋଇପାରେ ଆଲୋଚନା।

ସୋମବାର ବିଧାନସଭାରେ ଗୃହ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ, ଅର୍ଥ, ଇଲେକ୍ଟ୍ରୋନିକ ଓ ସୂଚନା ପ୍ରଯୁକ୍ତି, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ସଂସଦୀୟ ବ୍ୟାପାର ବିଭାଗର ପ୍ରଶ୍ନକାଳ ରହିଛି। ଶୂନ୍ୟକାଳରେ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ପୂର୍ବତଟ ରେଳପଥକୁ ସଙ୍କୁଚିତ କରିବା, ଆମ୍ବ ଟାକୁଆ, କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗକୁ ନେଇ ଗୃହରେ ଘମାଘୋଟ ଆଲୋଚନା ହୋଇପାରେ। ୨୦୨୪-୨୫ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ ଉପରେ ଆଲୋଚନା ହେବ। ବିଧାନସଭା ଆରମ୍ଭର ପ୍ରଥମ ଦିନ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ ଗୃହରେ ଅତିରିକ୍ତ ବଜେଟ ଆଗତ କରିଥିଲେ।