ବରିଷ୍ଠ IAS ସ୍ତରରେ ଅଦଳବଦଳ; ଡି.କେ.ସିଂହ ହେଲେ SRC, ବଦଳିଲେ ୩ RDC
ନୂଆଦିଲ୍ଲୀ: ରାଜ୍ୟ ସରକାର ବୁଧବାର ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । ୧୯୯୧ ବ୍ୟାଚର ବରିଷ୍ଠ ଆଇଏଏସ୍ ଅଫିସର ସତ୍ୟବ୍ରତ ସାହୁଙ୍କୁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ନିଯୁକ୍ତ କରାଯାଇଛି । ୧୯୯୩ ବ୍ୟାଚର ଆଇଏଏସ୍ ଅଫସିର ଦେଓ ରଂଜନ କୁମାର ସିଂହ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ନିଯୁକ୍ତ ହୋଇଛନ୍ତି । ଏହାସହ ଦେଓ ରଂଜନ କୁମାର ସିଂହ SRC ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ ।ସେହିପରି ବରିଷ୍ଠ ଆଇଏଏସ ସୁରେନ୍ଦ୍ର କୁମାରଙ୍କୁ ଖଣି ଓ ଇସ୍ପାତ ବିଭାଗର ଅତିରିକ୍ତ ସଚିବ କରାଯାଇଛି । ହେମନ୍ତ ଶର୍ମାଙ୍କୁ ଶକ୍ତି ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ୧୯୯୫ ବ୍ୟାଚର ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ଓଡିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଭାବେ ଉଷା ପାଢୀଙ୍କୁ ଦାୟିତ୍ୱ ମିଳିଛି । ଏହାସହ ସେ ବାଣିଜ୍ୟ ଏବଂ ପରବହନ ବିଭାଗରେ ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।ଆଇଏଏସ୍ ଅଧିକାରୀ ବିଶାଳ ଗଗନଙ୍କୁ ଦିଲ୍ଲୀରେ ଓଡ଼ିଶା ସରକାରଙ୍କ ପ୍ରମୁଖ ରେସିଡେଣ୍ଟ କମିଶନର ନିଯୁକ୍ତ କରାଯାଇଛି । ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଥିବା ଏନ୍.ବି.ଏସ. ରାଜପୁତଙ୍କୁ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି । ଶାଲି
ନୂଆଦିଲ୍ଲୀ: ରାଜ୍ୟ ସରକାର ବୁଧବାର ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । ୧୯୯୧ ବ୍ୟାଚର ବରିଷ୍ଠ ଆଇଏଏସ୍ ଅଫିସର ସତ୍ୟବ୍ରତ ସାହୁଙ୍କୁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ନିଯୁକ୍ତ କରାଯାଇଛି । ୧୯୯୩ ବ୍ୟାଚର ଆଇଏଏସ୍ ଅଫସିର ଦେଓ ରଂଜନ କୁମାର ସିଂହ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ନିଯୁକ୍ତ ହୋଇଛନ୍ତି । ଏହାସହ ଦେଓ ରଂଜନ କୁମାର ସିଂହ SRC ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ ।
ସେହିପରି ବରିଷ୍ଠ ଆଇଏଏସ ସୁରେନ୍ଦ୍ର କୁମାରଙ୍କୁ ଖଣି ଓ ଇସ୍ପାତ ବିଭାଗର ଅତିରିକ୍ତ ସଚିବ କରାଯାଇଛି । ହେମନ୍ତ ଶର୍ମାଙ୍କୁ ଶକ୍ତି ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ୧୯୯୫ ବ୍ୟାଚର ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ଓଡିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଭାବେ ଉଷା ପାଢୀଙ୍କୁ ଦାୟିତ୍ୱ ମିଳିଛି । ଏହାସହ ସେ ବାଣିଜ୍ୟ ଏବଂ ପରବହନ ବିଭାଗରେ ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।
ଆଇଏଏସ୍ ଅଧିକାରୀ ବିଶାଳ ଗଗନଙ୍କୁ ଦିଲ୍ଲୀରେ ଓଡ଼ିଶା ସରକାରଙ୍କ ପ୍ରମୁଖ ରେସିଡେଣ୍ଟ କମିଶନର ନିଯୁକ୍ତ କରାଯାଇଛି । ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଥିବା ଏନ୍.ବି.ଏସ. ରାଜପୁତଙ୍କୁ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି । ଶାଲିନୀ ପଣ୍ଡିତଙ୍କୁ ସ୍କୁଲ ଏବଂ ଗଣଶିକ୍ଷା ବିଭାଗର କମିଶନର ଏବଂ ସଚିବ ନିଯୁକ୍ତ କରାଯାଇଛି । ଏହାସହ ମିଶନ ଶକ୍ତିର ସଚିବ ଭାବେ ଅତିରିକ୍ତ ଦାୟିତ୍ୱରେ ରହିବେ । ଆଇଏଏସ୍ ଅୱସ୍ତି ଏସ୍ଙ୍କୁ ସ୍ୱାସ୍ଥ୍ୟ ବିଭାଗର ସଚିବ କରାଯାଇଛି । ଆଇଏଏସ୍ ରୂପା ରୋଶନ ସାହୁଙ୍କୁ ଦକ୍ଷିଣାଞ୍ଚଳ ଆରଡିସି ଭାବେ ନୂଆ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ସଚିନ ରାମଚନ୍ଦ୍ର ଯାଦବଙ୍କୁ ଉତ୍ତରାଞ୍ଚଳ ଆରଡିସି ନିଯୁକ୍ତ କରାଯାଇଛି । ବି.ପରମେଶ୍ୱରନଙ୍କୁ କେନ୍ଦ୍ରାଞ୍ଚଳ ଆରଡିସି ନିଯୁକ୍ତ କରାଯାଇଛି । ଆଇଏଏସ୍ ଅଧିକାରୀ ସମର୍ଥ ବର୍ମାଙ୍କୁ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଭାବେ ନୂଆ ନିଯୁକ୍ତି ଦେଇଛନ୍ତି ସରକାର ।