ମହୁମାଛି ଆକ୍ରମଣରେ ୫ ଆହତ, ୪ ଜଣକ ଅବସ୍ଥା ଗୁରୁତର
କୋରାପୁଟ: ମହୁମାଛି ଆକ୍ରମଣରେ ୫ ଜଣ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ୪ ଗୁରୁତର ହୋଇପଡ଼ିଛନ୍ତି । ଘଟଣା ଘଟିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଳକର ନନ୍ଦିଗାଁ ପଞ୍ଚାୟତ ସଦରମହକୁମା ଠାରେ ଚାଲିଥିବା ବାଟ ଯାତ୍ରାରେ । ଗାଁରେ ଯାତ୍ରା ଚାଲୁଥିବା ସମୟରେ କେହିଜଣେ ନିକଟରେ ଥିବା ଆମ୍ବ ଗଛକୁ ପଥର ମାରିଥିଲେ। ଗଛରେ ଥିବା ମହୁ ଫେଣାରେ ପଥର ବାଜିବାରୁ ମହୁମାଛି ଆକ୍ରମଣ କରିଥିଲେ। ଫଳରେ ଯାତ୍ରା ଚାଲିଥିବା ସମୟରେ ହଠାତ ମହୁମାଛି ଆକ୍ରମଣକୁ କେହି କିଛି ବୁଝିନପାରି ନଥିଲା। ଆଉ ମହୁମାଛିଙ୍କ ଆକ୍ରମଣରୁ ବର୍ତ୍ତିବା ପାଇଁ ଲୋକେ ଏଣେତେଣେ ଧାଇଁଥିଲେ। ତେବେ ମହୁମାଛି ଆକ୍ରମଣରେ ଆହତ ୯ ଜଣଙ୍କୁ କୋରାପୁଟ ସହୀଦ ଲକ୍ଷ୍ମଣ ନାଏକ ମେଡିକାଲ କଲେଜ ହସପିଟାଲକୁ ସ୍ଥାନାନ୍ତର କରି ଚିକିତ୍ସା କରାଯାଉଛି।
କୋରାପୁଟ: ମହୁମାଛି ଆକ୍ରମଣରେ ୫ ଜଣ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ୪ ଗୁରୁତର ହୋଇପଡ଼ିଛନ୍ତି । ଘଟଣା ଘଟିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଳକର ନନ୍ଦିଗାଁ ପଞ୍ଚାୟତ ସଦରମହକୁମା ଠାରେ ଚାଲିଥିବା ବାଟ ଯାତ୍ରାରେ ।
ଗାଁରେ ଯାତ୍ରା ଚାଲୁଥିବା ସମୟରେ କେହିଜଣେ ନିକଟରେ ଥିବା ଆମ୍ବ ଗଛକୁ ପଥର ମାରିଥିଲେ। ଗଛରେ ଥିବା ମହୁ ଫେଣାରେ ପଥର ବାଜିବାରୁ ମହୁମାଛି ଆକ୍ରମଣ କରିଥିଲେ। ଫଳରେ ଯାତ୍ରା ଚାଲିଥିବା ସମୟରେ ହଠାତ ମହୁମାଛି ଆକ୍ରମଣକୁ କେହି କିଛି ବୁଝିନପାରି ନଥିଲା। ଆଉ ମହୁମାଛିଙ୍କ ଆକ୍ରମଣରୁ ବର୍ତ୍ତିବା ପାଇଁ ଲୋକେ ଏଣେତେଣେ ଧାଇଁଥିଲେ।
ତେବେ ମହୁମାଛି ଆକ୍ରମଣରେ ଆହତ ୯ ଜଣଙ୍କୁ କୋରାପୁଟ ସହୀଦ ଲକ୍ଷ୍ମଣ ନାଏକ ମେଡିକାଲ କଲେଜ ହସପିଟାଲକୁ ସ୍ଥାନାନ୍ତର କରି ଚିକିତ୍ସା କରାଯାଉଛି।