BSKY କାର୍ଡ ବିବାଦ-କଣ କହିଲେ ବିଜେପି ସଭାପତି ମନମୋହନ ?
ଭୁବନେଶ୍ବର ୫/୬: BSKY କାର୍ଡ ନେଇ ଦ୍ବନ୍ଦ୍ବ ସୃଷ୍ଟି କରାନଯାଉ । ନିର୍ବାଚନ ଫଳାଫଳ ପରେ BSKY କାର୍ଡ କାମ କରୁନଥିବା ନେଇ ଅଭିଯୋଗ ଆସିବାରୁ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । କହିଛନ୍ତି BSKY କାର୍ଡ ନେଇ ଦ୍ବନ୍ଦ୍ବ ସୃଷ୍ଟି କରାନଯାଉ । କିଛି ହସ୍ପିଟାଲ BSKY କାର୍ଡ ବନ୍ଦ ହୋଇଯାଇଛି କହି ଚିକିତ୍ସା କରୁନାହାନ୍ତି । ରୋଗୀଙ୍କୁ ଫେରାଇ ଦେଉଛନ୍ତି । ଏହା ସାମାଜିକ ଓ ବୈଧାନିକ ଅପରାଧ । ରୋଗୀ ସେବାରେ ଜାତି,ଧର୍ମ ଓ ଦଳ କିଛି ନଥାଏ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କରିଛନ୍ତି ମନମୋହନ । କିଛି ଘଣ୍ଟା ପୂର୍ବରୁ ମନମୋହନ କହିଥିଲେ ରାଜ୍ୟରେ ଖୁବଶୀଘ୍ର BSKY କାର୍ଡ ବନ୍ଦ ହୋଇ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯିବ । ଯାହାକୁ ନେଇ ବିବାଦ ଦେଖାଦେବା ପରେ ସ୍ପଷ୍ଟ କରିଛନ୍ତି ମନମୋହନ ।