ଦେଶରେ ରୋଜଗାର ସୃଷ୍ଟି ପାଇଁ ୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ ସରକାର, ମିଳିବ ଟ୍ରେନିଂ ଏବଂ ଇନ୍ସେଣ୍ଟିଭ୍ ଲାଭ

ନୂଆଦିଲ୍ଲୀ: ମୋଦୀ ସରକାର ୩.୦ର ପ୍ରଥମ ବଜେଟରେ ଯୁବକ ଏବଂ ରୋଜଗାର ସୃଷ୍ଟି ଉପରେ ଜୋର ଦିଆଯାଇଛି । ପୂର୍ଣ୍ଣାଙ୍ଗ ବଜେଟ୍ ୨୦୨୪ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନେକ ବଡ଼ ଘୋଷଣା କରିଛନ୍ତି । ସୀତାରମଣ କହିଛନ୍ତି ଯେ ଭାରତର ଅର୍ଥବ୍ୟବସ୍ଥାରେ ଲଗାତାର ବୃଦ୍ଧି ଘଟୁଛି । ସରକାର ରୋଜଗାର ଏବଂ ଦକ୍ଷତା ବିକାଶ ସହ ଜଡ଼ିତ ୩ ଯୋଜନା ପାଇଁ ୨ ଲକ୍ଷ କୋଟି ଟଙ୍କାର ବଜେଟ୍ ଆବଣ୍ଟନ କରିଛନ୍ତି ।ଅର୍ଥ ମନ୍ତ୍ରୀ କହିଛନ୍ତି ଯେ ଚଳିତ ଥର ସରକାରଙ୍କ ଫୋକସରେ ରୋଜଗାର ସୃଷ୍ଟି କରିବା ଉପରେ ରହିଛି । ଏହି ଯୋଜନା ଦ୍ୱାରା ଦେଶର ୨୦ ଲକ୍ଷ ଯୁବକ-ଯୁବତୀଙ୍କୁ ରୋଜଗାର ପାଇଁ ଟ୍ରେନିଂ ଦିଆଯିବ । ଏହା ବ୍ୟତୀତ ରୋଜଗାର ଦେବା ଉପରେ ସରକାର ଇନ୍ସେଣ୍ଟିଭ୍ ମଧ୍ୟ ଦେବେ । ଉଦ୍ୟୋଗଗୁଡ଼ିକ ସହ ମିଶି ୱାର୍କିଂ ହଷ୍ଟେଲ୍ ନିର୍ମାଣ କରିବେ ।ପ୍ରଥମ ଚାକିରି ପାଇଥିବା ଯେଉଁ ଲୋକଙ୍କ ଦରମା ୧ ଲକ୍ଷ ଟଙ୍କାରୁ କମ ରହିବ ସେମାନଙ୍କୁ ଇପିଏଫଓରେ ପ୍ରଥମ ଥର ରେଜିଷ୍ଟର କରିବା ଉପରେ ୧୫ ହଜାର ଟଙ୍କାର ସହାୟତାକୁ ତିନି କିସ୍ତିରେ ଦିଆଯିବ । ଏହାସହ ଯେଉଁ ସରକାର ଯୋଜନା ଅଧିନରେ କୌଣସି ଲାଭ ମିଳୁ ନାହିଁ, ସେମାନଙ୍କୁ ଦେଶର ବିଭିନ୍ନ ସଂସ୍ଥାରେ ଆଡିମିଶନ ପାଇଁ ଲୋନ୍ ମିଳିବ । ଲୋନର ୩ ପ୍ରତିଶତ ଯାଏ ଟଙ୍କା ସରକାର ଦେବେ । ଏଥିପାଇଁ ଇ-ଭାଉଚର ଜାରି କରାଯିବ, ଯାହା ପ୍ରତି ବର୍ଷ ଏକ ଲକ୍ଷ ବିଦ୍ୟାର୍ଥୀଙ୍କୁ ମିଳିବ ।ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି

ଦେଶରେ ରୋଜଗାର ସୃଷ୍ଟି ପାଇଁ ୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ ସରକାର, ମିଳିବ ଟ୍ରେନିଂ ଏବଂ ଇନ୍ସେଣ୍ଟିଭ୍ ଲାଭ

ନୂଆଦିଲ୍ଲୀ: ମୋଦୀ ସରକାର ୩.୦ର ପ୍ରଥମ ବଜେଟରେ ଯୁବକ ଏବଂ ରୋଜଗାର ସୃଷ୍ଟି ଉପରେ ଜୋର ଦିଆଯାଇଛି । ପୂର୍ଣ୍ଣାଙ୍ଗ ବଜେଟ୍ ୨୦୨୪ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନେକ ବଡ଼ ଘୋଷଣା କରିଛନ୍ତି । ସୀତାରମଣ କହିଛନ୍ତି ଯେ ଭାରତର ଅର୍ଥବ୍ୟବସ୍ଥାରେ ଲଗାତାର ବୃଦ୍ଧି ଘଟୁଛି । ସରକାର ରୋଜଗାର ଏବଂ ଦକ୍ଷତା ବିକାଶ ସହ ଜଡ଼ିତ ୩ ଯୋଜନା ପାଇଁ ୨ ଲକ୍ଷ କୋଟି ଟଙ୍କାର ବଜେଟ୍ ଆବଣ୍ଟନ କରିଛନ୍ତି ।

ଅର୍ଥ ମନ୍ତ୍ରୀ କହିଛନ୍ତି ଯେ ଚଳିତ ଥର ସରକାରଙ୍କ ଫୋକସରେ ରୋଜଗାର ସୃଷ୍ଟି କରିବା ଉପରେ ରହିଛି । ଏହି ଯୋଜନା ଦ୍ୱାରା ଦେଶର ୨୦ ଲକ୍ଷ ଯୁବକ-ଯୁବତୀଙ୍କୁ ରୋଜଗାର ପାଇଁ ଟ୍ରେନିଂ ଦିଆଯିବ । ଏହା ବ୍ୟତୀତ ରୋଜଗାର ଦେବା ଉପରେ ସରକାର ଇନ୍ସେଣ୍ଟିଭ୍ ମଧ୍ୟ ଦେବେ । ଉଦ୍ୟୋଗଗୁଡ଼ିକ ସହ ମିଶି ୱାର୍କିଂ ହଷ୍ଟେଲ୍ ନିର୍ମାଣ କରିବେ ।

ପ୍ରଥମ ଚାକିରି ପାଇଥିବା ଯେଉଁ ଲୋକଙ୍କ ଦରମା ୧ ଲକ୍ଷ ଟଙ୍କାରୁ କମ ରହିବ ସେମାନଙ୍କୁ ଇପିଏଫଓରେ ପ୍ରଥମ ଥର ରେଜିଷ୍ଟର କରିବା ଉପରେ ୧୫ ହଜାର ଟଙ୍କାର ସହାୟତାକୁ ତିନି କିସ୍ତିରେ ଦିଆଯିବ । ଏହାସହ ଯେଉଁ ସରକାର ଯୋଜନା ଅଧିନରେ କୌଣସି ଲାଭ ମିଳୁ ନାହିଁ, ସେମାନଙ୍କୁ ଦେଶର ବିଭିନ୍ନ ସଂସ୍ଥାରେ ଆଡିମିଶନ ପାଇଁ ଲୋନ୍ ମିଳିବ । ଲୋନର ୩ ପ୍ରତିଶତ ଯାଏ ଟଙ୍କା ସରକାର ଦେବେ । ଏଥିପାଇଁ ଇ-ଭାଉଚର ଜାରି କରାଯିବ, ଯାହା ପ୍ରତି ବର୍ଷ ଏକ ଲକ୍ଷ ବିଦ୍ୟାର୍ଥୀଙ୍କୁ ମିଳିବ ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଶିକ୍ଷା, ରୋଜଗାର ଏବଂ ଦକ୍ଷତା ବିକାଶ ପାଇଁ ୧.୪୮ ଲକ୍ଷ କୋଟି ଟଙ୍କା ଦିଆଯିବ । ଯେଉଁ ଯୁବ କୌଣସି ଯୋଜନାର ଲାଭ ନେଇ ନାହାନ୍ତି, ସେମାନଙ୍କୁ ଘରୋଇ ସଂସ୍ଥାନରେ ଉଚ୍ଚ ଶିକ୍ଷା ପାଇଁ ୧୦ ଲକ୍ଷ ଟଙ୍କା ଯାଏ ଲୋନ୍ ଦିଆଯିବ । ମଡେଲ ଦକ୍ଷତା ଋଣ ଯୋଜନାକୁ ସଂଶୋଧିତ କରାଯିବା ଫଳରେ ସରକାରଙ୍କ ଦ୍ୱାରା ପ୍ରମୋଡେଟ୍ ଫଣ୍ଡରୁ ଗ୍ୟାରେଣ୍ଟି ସହ ୭.୫ ଲକ୍ଷ ଟଙ୍କା ଯାଏ ଋଣ ସୁବିଧା ଦିଆଯିବ । ଏହାଦ୍ୱାରା ପ୍ରତି ବର୍ଷ ୨୫,୦୦୦ ଛାତ୍ର ଉପକୃତ ହୋଇପାରିବେ ।

ସରକାରୀ ସ୍କୁଲକୁ ଅତ୍ୟାଧୁନିକ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ପିଏମ୍ ଶ୍ରୀ ପାଇଁ ଆର୍ଥିକ ୨୪ ତୁଳନାରେ ସଂଶୋଧିତ ଅନୁମାନକୁ ଦ୍ୱିଗୁଣାରୁ ବଢାଇ ଆର୍ଥିକ ବର୍ଷ ୨୫ରେ ୬୦୨୫ କୋଟି ଟଙ୍କା କରାଯାଇଛି । ସେହିପରି ସାମଗ୍ରୀକ ଶିକ୍ଷା ଅଭିଯାନ ପାଇଁ ବଜେଟ୍ ୪,୫୦୦ କୋଟି ଟଙ୍କାରୁ ବଢି ୩୭୦୦୦ କୋଟି ଟଙ୍କା ହୋଇଛି । ଅନ୍ୟପଟେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ପାଇଁ ଆବଣ୍ଟିତ ଅର୍ଥ ୬୦ ପ୍ରତିଶତ କମ୍ ହୋଇ ୨୫୦୦ କୋଟି ଟଙ୍କା ହୋଇଛି ।