ମହିଳାଙ୍କ ଭିତରେ ଏହି ୪ ଦୁର୍ଗୁଣ ଥିଲେ ପରିବାର ହୁଏ ଛାରଖାର

ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ୱାରା ଲିଖିତ ‘ନୀତି ଶାସ୍ତ୍ର’ର ଆଜିବି ଆଦର କରାଯାଏ। ମନୁଷ୍ୟ ଜୀବନରେ ତାଙ୍କ ବର୍ଣ୍ଣିତ ନୀତିର ଗୁରୁତ୍ୱ ଅଧିକ ରହିଛି। ଯଦି କେହି ବ୍ୟକ୍ତି ଚାଣକ୍ୟଙ୍କ ପରାମର୍ଶ ମୁତାବକ ଜୀବନରେ କାର୍ଯ୍ୟ କରନ୍ତି ତେବେ ସେ ବହୁତ ଉପରକୁ ଉଠିପାରିବେ। ଚାଣକ୍ୟ କୁହନ୍ତି ପରିବାରକୁ ଯୋଡ଼ି ରଖିବା ଏବଂ ଭାଙ୍ଗିବା ପଛରେ ମହିଳାଙ୍କ ପ୍ରମୁଖ ଭୂମିକା ଥାଏ। ଯଦି ମହିଳାଟିଏ ଗୁଣବତୀ ତେବେ ସେ ପରିବାରକୁ ଦିଗହରା ହେବାକୁ ଦେଇ ନ ଥାଏ। ହେଲେ […] The post ମହିଳାଙ୍କ ଭିତରେ ଏହି ୪ ଦୁର୍ଗୁଣ ଥିଲେ ପରିବାର ହୁଏ ଛାରଖାର appeared first on Dharitri Odia News.

ମହିଳାଙ୍କ ଭିତରେ ଏହି ୪ ଦୁର୍ଗୁଣ ଥିଲେ ପରିବାର ହୁଏ ଛାରଖାର

ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ୱାରା ଲିଖିତ ‘ନୀତି ଶାସ୍ତ୍ର’ର ଆଜିବି ଆଦର କରାଯାଏ। ମନୁଷ୍ୟ ଜୀବନରେ ତାଙ୍କ ବର୍ଣ୍ଣିତ ନୀତିର ଗୁରୁତ୍ୱ ଅଧିକ ରହିଛି। ଯଦି କେହି ବ୍ୟକ୍ତି ଚାଣକ୍ୟଙ୍କ ପରାମର୍ଶ ମୁତାବକ ଜୀବନରେ କାର୍ଯ୍ୟ କରନ୍ତି ତେବେ ସେ ବହୁତ ଉପରକୁ ଉଠିପାରିବେ। ଚାଣକ୍ୟ କୁହନ୍ତି ପରିବାରକୁ ଯୋଡ଼ି ରଖିବା ଏବଂ ଭାଙ୍ଗିବା ପଛରେ ମହିଳାଙ୍କ ପ୍ରମୁଖ ଭୂମିକା ଥାଏ। ଯଦି ମହିଳାଟିଏ ଗୁଣବତୀ ତେବେ ସେ ପରିବାରକୁ ଦିଗହରା ହେବାକୁ ଦେଇ ନ ଥାଏ। ହେଲେ ଦୁର୍ଗୁଣ ଥିବା ମହିଳା ଘର-ପରିବାରକୁ ଭାଙ୍ଗି ଦେଇଥାନ୍ତି। ଏଥିଲାଗି ଏଭଳି ମହିଳାଙ୍କଠାରୁ ଦୂରରେ ରହିବା ଉଚିତ।

-ଅଶିକ୍ଷିତ ମହିଳା: ଚାଣକ୍ୟ କୁହନ୍ତି ଶିକ୍ଷା ପରିବାର ଏବଂ ସମାଜରେ ବଡ଼ ପରିବର୍ତ୍ତନ ଆଣିଥାଏ। ଯଦି କେହି ଶିକ୍ଷିତ ଏବଂ ବୁଦ୍ଧିମାନ ମହିଳା ହୋଇଥାଏ ସେ ପରିବାର ଏବଂ ସମାଜର ନିର୍ମାଣ ଦିଗରେ କାର୍ଯ୍ୟ କରିବ। ହେଲେ ଅଶିକ୍ଷିତ ମହିଳାଟିଏ ପରିବାରକୁ ବରବାଦ କରିଦେବ। କାହିଁକି ନା ଶିକ୍ଷାର ଅଭାବ ଯୋଗୁ ତାଙ୍କ ମନରେ ଅନେକ ଅବଗୁଣ ବସା ବାନ୍ଧିଥାଏ। ଏହା ବେଶ ହାନିକାରକ।

-ଲୋଭି ମହିଳା: ଚାଣକ୍ୟ କୁହନ୍ତି ସେ ପୁରୁଷ ହୁଅନ୍ତୁ ଅବା ମହିଳା ଯଦି କାହା ମନରେ ଲୋଭ ପ୍ରବୃତି ଆସିଥାଏ ତେବେ ସେ ତା ସହ ଆଖପାଖ ଲୋକଙ୍କୁ ମଧ୍ୟ ବରବାଦ କରିଦେଇଥାଏ। ଏହି ପ୍ରବୃତି ଥିବା ମହିଳାଙ୍କ ଅବଗୁଣର ପ୍ରଭାବ ପରିବାର ଉପରେ ପଡ଼ିଥାଏ। ସେ ଘରେ ଅଶାନ୍ତି ବୃଦ୍ଧି କରିବା ସହ ପୁରା ପରିବାରକୁ ବରବାଦ କରିଦେଇଥାଏ।

– ଅହଂଙ୍କାରୀ ମହିଳା: ଚାଣକ୍ୟ କୁହନ୍ତି ଅହଙ୍କାର ବିନାଶକାରୀ। ଯଦି କୌଣସି ସ୍ତ୍ରୀ ପାଖରେ ଏହି ଗୁଣ ଥାଏ ତେବେ ମା’ ସରସ୍ବତୀ ଏବଂ ମା’ ଲକ୍ଷ୍ମୀ ଉଭୟ ତାଙ୍କ ଉପରେ ଖପ୍ପା ରହିଥାଏ। ଏଭଳି ମହିଳା ନିଜର ଜ୍ଞାନ-ବୁଦ୍ଧିର ଉପଯୋଗ କରିପାରନ୍ତି ନାହିଁ କି ସଠିକ୍‌ ଦିଗରେ କାର୍ଯ୍ୟ କରନ୍ତି ନାହିଁ। ଏମାନେ ନିଜର ଅହଙ୍କାର ଯୋଗୁ ଘରର ସୁଖ-ସମୃଦ୍ଧିକୁ ନଷ୍ଟ କରିଦେଇଥାନ୍ତି।

The post ମହିଳାଙ୍କ ଭିତରେ ଏହି ୪ ଦୁର୍ଗୁଣ ଥିଲେ ପରିବାର ହୁଏ ଛାରଖାର appeared first on Dharitri Odia News.