ନିଜ ସପକ୍ଷରେ ଭୋଟ୍ ଦେବାକୁ ଭୋଟରଙ୍କୁ ନିବେଦନ କଲେ ଅଭିମନ୍ୟୁ
ହାଟଡିହୀ,୧୫ା୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ସମଣା ପଞ୍ଚାୟତ ବରାଙ୍ଗଠାରେ ମହିଳା ବିଜେଡି କାର୍ଯ୍ୟାଳୟ ଉଦ୍ଘାଟିତ ହୋଇଛି। ପ୍ରଥମେ ମହିଳାମାନେ ଆନନ୍ଦପୁର ବିଧାନସଭା କ୍ଷେତ୍ରର ବିଜେଡି ବିଧାୟକ ପ୍ରାର୍ଥୀ ଅଭିମନ୍ୟୁ ସେଠୀଙ୍କୁ ବନ୍ଦାପନା କରିଥିଲେ। ପରେ ଅଭିମନ୍ୟୁ ଫିତା କାଟି କାର୍ଯ୍ୟାଳୟକୁ ଉଦ୍ଘାଟନ କରିଥିଲେ। ସ୍ଥାନୀୟ ଅଞ୍ଚଳର ଶହ ଶହ ମହିଳା ଏବଂ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଉପସ୍ଥିତ ଥିଲେ। ଅଭିମନ୍ୟୁ ମହିଳାମାନଙ୍କୁ ଏକଜୁଟ୍ ହୋଇ ଅଧିକ ସଂଖ୍ୟକ ସମର୍ଥନ ସଂଗ୍ରହ କରିବା ସହ ଡବଲ ଶଙ୍ଖଚିହ୍ନରେ […] The post ନିଜ ସପକ୍ଷରେ ଭୋଟ୍ ଦେବାକୁ ଭୋଟରଙ୍କୁ ନିବେଦନ କଲେ ଅଭିମନ୍ୟୁ appeared first on Dharitri Odia News.
ହାଟଡିହୀ,୧୫ା୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ସମଣା ପଞ୍ଚାୟତ ବରାଙ୍ଗଠାରେ ମହିଳା ବିଜେଡି କାର୍ଯ୍ୟାଳୟ ଉଦ୍ଘାଟିତ ହୋଇଛି। ପ୍ରଥମେ ମହିଳାମାନେ ଆନନ୍ଦପୁର ବିଧାନସଭା କ୍ଷେତ୍ରର ବିଜେଡି ବିଧାୟକ ପ୍ରାର୍ଥୀ ଅଭିମନ୍ୟୁ ସେଠୀଙ୍କୁ ବନ୍ଦାପନା କରିଥିଲେ। ପରେ ଅଭିମନ୍ୟୁ ଫିତା କାଟି କାର୍ଯ୍ୟାଳୟକୁ ଉଦ୍ଘାଟନ କରିଥିଲେ। ସ୍ଥାନୀୟ ଅଞ୍ଚଳର ଶହ ଶହ ମହିଳା ଏବଂ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଉପସ୍ଥିତ ଥିଲେ। ଅଭିମନ୍ୟୁ ମହିଳାମାନଙ୍କୁ ଏକଜୁଟ୍ ହୋଇ ଅଧିକ ସଂଖ୍ୟକ ସମର୍ଥନ ସଂଗ୍ରହ କରିବା ସହ ଡବଲ ଶଙ୍ଖଚିହ୍ନରେ ଭୋଟ ଦେଇ ବିଜେଡିକୁ ବିଜୟୀ କରିବା ପାଇଁ ନିବେଦନ କରିଥିଲେ।
The post ନିଜ ସପକ୍ଷରେ ଭୋଟ୍ ଦେବାକୁ ଭୋଟରଙ୍କୁ ନିବେଦନ କଲେ ଅଭିମନ୍ୟୁ appeared first on Dharitri Odia News.