ମହିଳାଙ୍କ ମୁଣ୍ଡଗଣ୍ଡି ଅଲଗା କରି ରାସ୍ତାରେ ଫିଙ୍ଗିଦେଲେ ପଡ଼ୋଶୀ
ବାରିପଦା,୪ା୭(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ କେନ୍ଦୁଡିହା ପଞ୍ଚାୟତ ନିଶ୍ଚିନ୍ତପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ଜନୈକ ଅଭିଯୁକ୍ତ ଏକ କୁରାଢ଼ୀରେ ମହିଳାଙ୍କୁ ହତ୍ୟା କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ବାବୁଲି ମହାକୁଡ(୩୭)। ଖବରପାଇ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ରକ୍ତ ନମୁନା ସଂଗ୍ରହ କରୁଛି। ସୂଚନାଯୋଗ୍ୟ, ଗୁରୁବାର ପୂର୍ବାହ୍ନରେ ଗୌରୀ ବେହେରା (୬୭) ରାସ୍ତାରେ ଯାଉଥିବା ସମୟରେ […] The post ମହିଳାଙ୍କ ମୁଣ୍ଡଗଣ୍ଡି ଅଲଗା କରି ରାସ୍ତାରେ ଫିଙ୍ଗିଦେଲେ ପଡ଼ୋଶୀ appeared first on Dharitri Odia News.
ବାରିପଦା,୪ା୭(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ କେନ୍ଦୁଡିହା ପଞ୍ଚାୟତ ନିଶ୍ଚିନ୍ତପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ଜନୈକ ଅଭିଯୁକ୍ତ ଏକ କୁରାଢ଼ୀରେ ମହିଳାଙ୍କୁ ହତ୍ୟା କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ବାବୁଲି ମହାକୁଡ(୩୭)। ଖବରପାଇ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ରକ୍ତ ନମୁନା ସଂଗ୍ରହ କରୁଛି।
ସୂଚନାଯୋଗ୍ୟ, ଗୁରୁବାର ପୂର୍ବାହ୍ନରେ ଗୌରୀ ବେହେରା (୬୭) ରାସ୍ତାରେ ଯାଉଥିବା ସମୟରେ ବାବୁଲି ଏକ କୁରାଢ଼ୀରେ ଆକ୍ରମଣ କରି ତାଙ୍କ ମୁଣ୍ଡରୁ ଗଣ୍ଡିକୁ ଅଲଗା କରିଦେଇ ରାସ୍ତାରେ ଫିଙ୍ଗିଦେଇଥିଲେ। ଏହା ଦେଖି ଗାଁ ଲୋକେ ବାବୁଲିଙ୍କୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ବାବୁଲିଙ୍କୁ ଅଟକ ରଖି ପଚରାଉଚରା କରୁଛି।
The post ମହିଳାଙ୍କ ମୁଣ୍ଡଗଣ୍ଡି ଅଲଗା କରି ରାସ୍ତାରେ ଫିଙ୍ଗିଦେଲେ ପଡ଼ୋଶୀ appeared first on Dharitri Odia News.