ଆଜି ରଥକାଠ ଅନୁକୂଳ, ତିନି ରଥ ପାଇଁ ତିନୋଟି ୧୨ ଫୁଟିଆ ଧଉରା କାଠକୁ ପୁଷ୍ପମାଲ୍ୟ ଦେଇ କରାଯିବ ପୂଜାର୍ଚ୍ଚନା 

କନକ ବ୍ୟୁରୋ : ଆଜି ଶ୍ରୀପଂଚମୀରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ ହେବ । ପାରମ୍ପରିକ ପଦ୍ଧତିରେ ୩ ଖଣ୍ଡ ଧଉରା କାଠର ପୂଜାର୍ଚ୍ଚନା ହେବ । ଏଥିପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟ ଆଗ ବଡ଼ଦାଣ୍ଡରେ ପୂଜାସ୍ଥଳୀ ପ୍ରସ୍ତୁତ ହୋଇଛି । ତିନି ରଥ ପାଇଁ ତିନିଟି ୧୨ ଫୁଟିଆ ଧଉରା କାଠକୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ପୂଜାର୍ଚ୍ଚନା କରାଯିବ । ଶୋତ୍ରୀୟ ବ୍ରାହ୍ମଣମାନେ ମା’ ସରସ୍ୱତୀଙ୍କୁ ଆବହନ ସହ ଫୁଲ, ଚନ୍ଦନ, ପଂଚାମୃତ, […] The post ଆଜି ରଥକାଠ ଅନୁକୂଳ, ତିନି ରଥ ପାଇଁ ତିନୋଟି ୧୨ ଫୁଟିଆ ଧଉରା କାଠକୁ ପୁଷ୍ପମାଲ୍ୟ ଦେଇ କରାଯିବ ପୂଜାର୍ଚ୍ଚନା  first appeared on Kanak News.

ଆଜି ରଥକାଠ ଅନୁକୂଳ, ତିନି ରଥ ପାଇଁ ତିନୋଟି ୧୨ ଫୁଟିଆ ଧଉରା କାଠକୁ ପୁଷ୍ପମାଲ୍ୟ ଦେଇ କରାଯିବ ପୂଜାର୍ଚ୍ଚନା 

କନକ ବ୍ୟୁରୋ : ଆଜି ଶ୍ରୀପଂଚମୀରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ ହେବ । ପାରମ୍ପରିକ ପଦ୍ଧତିରେ ୩ ଖଣ୍ଡ ଧଉରା କାଠର ପୂଜାର୍ଚ୍ଚନା ହେବ । ଏଥିପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟ ଆଗ ବଡ଼ଦାଣ୍ଡରେ ପୂଜାସ୍ଥଳୀ ପ୍ରସ୍ତୁତ ହୋଇଛି । ତିନି ରଥ ପାଇଁ ତିନିଟି ୧୨ ଫୁଟିଆ ଧଉରା କାଠକୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ପୂଜାର୍ଚ୍ଚନା କରାଯିବ । ଶୋତ୍ରୀୟ ବ୍ରାହ୍ମଣମାନେ ମା’ ସରସ୍ୱତୀଙ୍କୁ ଆବହନ ସହ ଫୁଲ, ଚନ୍ଦନ, ପଂଚାମୃତ, ଅର୍ଘ, ମହାପ୍ରସାଦ ଆଦି ଅର୍ପଣ କରିବେ । ଆଜି ଅପରାହ୍ଣରେ ଏହି ପୂଜା କରାଯିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

The post ଆଜି ରଥକାଠ ଅନୁକୂଳ, ତିନି ରଥ ପାଇଁ ତିନୋଟି ୧୨ ଫୁଟିଆ ଧଉରା କାଠକୁ ପୁଷ୍ପମାଲ୍ୟ ଦେଇ କରାଯିବ ପୂଜାର୍ଚ୍ଚନା  first appeared on Kanak News.