ଆୟକର ଅଫିସରେ ହାଜର ହେଲେ ଅର୍ଚ୍ଚନା ନାଗ ଓ ସ୍ବାମୀ ଜଗବନ୍ଧୁ, ଦେଲେ ନାହିଁ କୌଣସି ପ୍ରତିକ୍ରିୟା

ଭୁବନେଶ୍ବର ୧୫।୩: ଆୟକର ଅଫିସ୍‌ରେ ହାଜର ହେଲେ ହନିଟ୍ରାପ୍ ଅଭିଯୁକ୍ତ ଅର୍ଚ୍ଚନା ନାଗ । ଆୟକର ଅଫିସରେ ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ହାଜର ହୋଇଛନ୍ତି । ପୁଣି ଥରେ ଆୟକର ଅଫିସରେ ହାଜର ପାଇଁ ତାଙ୍କୁ ନୋଟିସ ହୋଇଥିଲା । ହାଜର ନେଇ କୌଣସି ପ୍ରତିକ୍ରିୟା ରଖିଲେ ନାହିଁ ଅର୍ଚ୍ଚନା ଏବଂ ଜଗବନ୍ଧୁ ।ଫେବୃଆରୀ ୨୦ ତାରିଖ ଦିନ ଇଡି ଅଫିସ୍‌ରେ ହାଜର ହୋଇଥିଲେ ହନିଟ୍ରାପ୍ ଅଭିଯୁକ୍ତ ଅର୍ଚ୍ଚନା ନାଗ । ପ୍ରାୟ ଏକ ଘଣ୍ଟା ପରେ ଇଡି ଅଫିସରୁ ବାହାରିଥିଲେ ଉଭୟ ଅର୍ଚ୍ଚନା ଓ ସ୍ବାମୀ ଜଗବନ୍ଧୁ । ଇଡି ଅଫିସ୍‌ରୁ ବାହାରିବା ପରେ ସେ ପ୍ରତିକ୍ରିୟା ରଖିଥିଲେ । ସେ କହିଛନ୍ତି, ଇଡିରେ ହାଜର ପାଇଁ ଡାକିଥିଲେ । ଯାହା ତଥ୍ୟ ମାଗିଥିଲେ ଦେଇଛି । ପୂର୍ବ କେସ୍ ନେଇ ତଥ୍ୟ ରହିଛି । ଷଡ଼ଯନ୍ତ୍ର ଚାଲିଛି । ଯେଉଁ ରାଜନେତା ଓ ପ୍ରଶାସନିକ ଅଧିକାରୀ ମୋତେ ମାଧ୍ୟମ କରି ମୋତେ ଫସାଇଥିଲେ । ମୁଁ କୋର୍ଟକୁ ତଥ୍ୟ ଦେବି । ଇଡିର ତଦନ୍ତ ନେଇ ମୋର ଭରସା ଅଛି ବୋଲି ଅର୍ଚ୍ଚନା କହିଛନ୍ତି ।You Can Read :ରାଜ୍ୟ କଂଗ୍ରେସର ନିର୍ବାଚନୀ ଇସ୍ତାହାର, କ୍ଷମତାକୁ ଆସିଲେ ପୂରଣ ହେବ ୧୦ ଗ୍ୟାରେଣ୍ଟି

ଆୟକର ଅଫିସରେ ହାଜର ହେଲେ ଅର୍ଚ୍ଚନା ନାଗ ଓ ସ୍ବାମୀ ଜଗବନ୍ଧୁ, ଦେଲେ ନାହିଁ କୌଣସି ପ୍ରତିକ୍ରିୟା

ଭୁବନେଶ୍ବର ୧୫।୩: ଆୟକର ଅଫିସ୍‌ରେ ହାଜର ହେଲେ ହନିଟ୍ରାପ୍ ଅଭିଯୁକ୍ତ ଅର୍ଚ୍ଚନା ନାଗ । ଆୟକର ଅଫିସରେ ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ହାଜର ହୋଇଛନ୍ତି । ପୁଣି ଥରେ ଆୟକର ଅଫିସରେ ହାଜର ପାଇଁ ତାଙ୍କୁ ନୋଟିସ ହୋଇଥିଲା । ହାଜର ନେଇ କୌଣସି ପ୍ରତିକ୍ରିୟା ରଖିଲେ ନାହିଁ ଅର୍ଚ୍ଚନା ଏବଂ ଜଗବନ୍ଧୁ ।

ଫେବୃଆରୀ ୨୦ ତାରିଖ ଦିନ ଇଡି ଅଫିସ୍‌ରେ ହାଜର ହୋଇଥିଲେ ହନିଟ୍ରାପ୍ ଅଭିଯୁକ୍ତ ଅର୍ଚ୍ଚନା ନାଗ । ପ୍ରାୟ ଏକ ଘଣ୍ଟା ପରେ ଇଡି ଅଫିସରୁ ବାହାରିଥିଲେ ଉଭୟ ଅର୍ଚ୍ଚନା ଓ ସ୍ବାମୀ ଜଗବନ୍ଧୁ । ଇଡି ଅଫିସ୍‌ରୁ ବାହାରିବା ପରେ ସେ ପ୍ରତିକ୍ରିୟା ରଖିଥିଲେ । ସେ କହିଛନ୍ତି, ଇଡିରେ ହାଜର ପାଇଁ ଡାକିଥିଲେ । ଯାହା ତଥ୍ୟ ମାଗିଥିଲେ ଦେଇଛି । ପୂର୍ବ କେସ୍ ନେଇ ତଥ୍ୟ ରହିଛି । ଷଡ଼ଯନ୍ତ୍ର ଚାଲିଛି । ଯେଉଁ ରାଜନେତା ଓ ପ୍ରଶାସନିକ ଅଧିକାରୀ ମୋତେ ମାଧ୍ୟମ କରି ମୋତେ ଫସାଇଥିଲେ । ମୁଁ କୋର୍ଟକୁ ତଥ୍ୟ ଦେବି । ଇଡିର ତଦନ୍ତ ନେଇ ମୋର ଭରସା ଅଛି ବୋଲି ଅର୍ଚ୍ଚନା କହିଛନ୍ତି ।

You Can Read :

ରାଜ୍ୟ କଂଗ୍ରେସର ନିର୍ବାଚନୀ ଇସ୍ତାହାର, କ୍ଷମତାକୁ ଆସିଲେ ପୂରଣ ହେବ ୧୦ ଗ୍ୟାରେଣ୍ଟି