ଲଞ୍ଚ ହେଲା Xtreme 125R; ଜାଣନ୍ତୁ କେତେ ରହିଛି ମୂଲ୍ୟ ?

ନୂଆଦିଲ୍ଲୀ: ହିରୋ ମୋଟୋକର୍ପ କମ୍ପାନୀ ମଙ୍ଗଳବାର ଭାରତରେ ‘Xtreme 125R’ ମଡେଲକୁ ଲଞ୍ଚ୍ କରିଛି। ଏହି ମୋଟରସାଇକେଲ୍‌ର ଆରମ୍ଭ ମୂଲ୍ୟ ୯୫,୦୦୦(IBS ଭ୍ୟାରିଏଣ୍ଟ ଏକ୍ସ ଶୋ ରୁମ ମୂଲ୍ୟ ଦିଲ୍ଲୀ) ରହିଛି। ସେହିପରି ଏବିଏସ୍ ମଡେଲ୍‌ ପାଇଁ ମୂଲ୍ୟ ୯୯,୫୦୦ ଟଙ୍କା ରଖାଯାଇଛି। Xtreme 125R ବାଇକ୍‌ ଟି ୩ ଟି ରଙ୍ଗ କୋବାଲ୍ଟ ବ୍ଲୁ,ଫାୟରଷ୍ଟର୍ମ ରେଡ୍ ଓ ଷ୍ଟାଲିଅନ ବ୍ଲାକ୍‌ରେ ମିଳିବ ବୋଲି କମ୍ପାନୀ କହିଛି। ୧୨୫ସିସି ସେଗ୍‌ମେଣ୍ଟ ସମସ୍ତ ପୂର୍ବ ମଡେଲ୍ ଠାରୁ ଏହି ‘Xtreme 125R’ ସବୁଠାରୁ ଷ୍ଟାଇଲିସ୍ ବୋଲି ହିରୋ ମୋଟୋକର୍ପ କହିଛି। ୫ଟି ଗିଅର ବକ୍ସ ସହ ଲଞ୍ଚ ହୋଇଥିବା ଏହି ନୂଆ ବାଇକ୍‌ରେ ୧୨୫ ସିସି ସିଙ୍ଗଲ ସିଲିଣ୍ଡର ଏୟାର କୁଲ୍ଡ ଇଞ୍ଜିନ ରହିଛି। ଯାହା ୧୧.ବିଏଚ୍‌ପି ଏବଂ ୧୦.୫ଏନ୍‌ଏମ୍‌ ଉତ୍ପାଦନ କରିଥାଏ। ‘Xtreme 125R’ ବାଇକ୍‌ ଫ୍ରଣ୍ଟରେ ୩୭ଏମ୍‌ଏମ୍‌ ଟେଲିସ୍କୋପିକ ଫୋର୍କ ଦିଆଯାଇଥିବା ବେଳେ ରିୟର ପାର୍ଟରେ ୭ ଷ୍ଟେପ ଅଡଜଷ୍ଟେବଲ ମୋନୋଶକ ରହିଛି। ଏହି ବାଇକ୍‌ରେ ଫ୍ରଣ୍ଟ ବ୍ରେକ୍ ଡିସ୍‌କୋ ସୁବିଧା ଥିବା ବେଳେ ପଛ ବ୍ରେକ୍‌ ଡିସ୍କୋ କିମ୍ବା ଡ୍ରମର ବିକଳ୍ପ ଦିଆଯାଇଛି। ଲୋ-ସ୍ଲଙ୍ଗ ଏଲ୍‌ଇଡି ହେଡ୍‌ଲ୍ୟାମ୍ପ ସୁବିଧା ସହ ଲଞ୍ଚ ହୋଇଥିବା ଏହି ବାଇକ୍‌ରେ ଫୁଲ୍ ଏଲିଇଡି ଲାଇ ଦେଉଥିବା ବେଳେ ସ୍ପ୍ଲିଟ୍ ସିଟ୍ ସେଟ୍ଅପ ରହିଛି। ଫେବ୍ରୁଆରୀ ୨୦ ତାରିଖରେ ଡିଲର୍‌ସିପ୍‌ରେ ଉପଲବ୍ଧ ହେବ। କମ୍ପାନୀର

ଲଞ୍ଚ ହେଲା Xtreme 125R; ଜାଣନ୍ତୁ କେତେ ରହିଛି ମୂଲ୍ୟ ?

Hero-Xtreme-125R

ନୂଆଦିଲ୍ଲୀ: ହିରୋ ମୋଟୋକର୍ପ କମ୍ପାନୀ ମଙ୍ଗଳବାର ଭାରତରେ ‘Xtreme 125R’ ମଡେଲକୁ ଲଞ୍ଚ୍ କରିଛି। ଏହି ମୋଟରସାଇକେଲ୍‌ର ଆରମ୍ଭ ମୂଲ୍ୟ ୯୫,୦୦୦(IBS ଭ୍ୟାରିଏଣ୍ଟ ଏକ୍ସ ଶୋ ରୁମ ମୂଲ୍ୟ ଦିଲ୍ଲୀ) ରହିଛି। ସେହିପରି ଏବିଏସ୍ ମଡେଲ୍‌ ପାଇଁ ମୂଲ୍ୟ ୯୯,୫୦୦ ଟଙ୍କା ରଖାଯାଇଛି। Xtreme 125R ବାଇକ୍‌ ଟି ୩ ଟି ରଙ୍ଗ କୋବାଲ୍ଟ ବ୍ଲୁ,ଫାୟରଷ୍ଟର୍ମ ରେଡ୍ ଓ ଷ୍ଟାଲିଅନ ବ୍ଲାକ୍‌ରେ ମିଳିବ ବୋଲି କମ୍ପାନୀ କହିଛି।

Hero Xtreme 125R Right Side View

୧୨୫ସିସି ସେଗ୍‌ମେଣ୍ଟ ସମସ୍ତ ପୂର୍ବ ମଡେଲ୍ ଠାରୁ ଏହି ‘Xtreme 125R’ ସବୁଠାରୁ ଷ୍ଟାଇଲିସ୍ ବୋଲି ହିରୋ ମୋଟୋକର୍ପ କହିଛି। ୫ଟି ଗିଅର ବକ୍ସ ସହ ଲଞ୍ଚ ହୋଇଥିବା ଏହି ନୂଆ ବାଇକ୍‌ରେ ୧୨୫ ସିସି ସିଙ୍ଗଲ ସିଲିଣ୍ଡର ଏୟାର କୁଲ୍ଡ ଇଞ୍ଜିନ ରହିଛି। ଯାହା ୧୧.ବିଏଚ୍‌ପି ଏବଂ ୧୦.୫ଏନ୍‌ଏମ୍‌ ଉତ୍ପାଦନ କରିଥାଏ।

Hero Xtreme 125R Right Side View

‘Xtreme 125R’ ବାଇକ୍‌ ଫ୍ରଣ୍ଟରେ ୩୭ଏମ୍‌ଏମ୍‌ ଟେଲିସ୍କୋପିକ ଫୋର୍କ ଦିଆଯାଇଥିବା ବେଳେ ରିୟର ପାର୍ଟରେ ୭ ଷ୍ଟେପ ଅଡଜଷ୍ଟେବଲ ମୋନୋଶକ ରହିଛି। ଏହି ବାଇକ୍‌ରେ ଫ୍ରଣ୍ଟ ବ୍ରେକ୍ ଡିସ୍‌କୋ ସୁବିଧା ଥିବା ବେଳେ ପଛ ବ୍ରେକ୍‌ ଡିସ୍କୋ କିମ୍ବା ଡ୍ରମର ବିକଳ୍ପ ଦିଆଯାଇଛି।

Hero Xtreme 125R Right Side View

ଲୋ-ସ୍ଲଙ୍ଗ ଏଲ୍‌ଇଡି ହେଡ୍‌ଲ୍ୟାମ୍ପ ସୁବିଧା ସହ ଲଞ୍ଚ ହୋଇଥିବା ଏହି ବାଇକ୍‌ରେ ଫୁଲ୍ ଏଲିଇଡି ଲାଇ ଦେଉଥିବା ବେଳେ ସ୍ପ୍ଲିଟ୍ ସିଟ୍ ସେଟ୍ଅପ ରହିଛି। ଫେବ୍ରୁଆରୀ ୨୦ ତାରିଖରେ ଡିଲର୍‌ସିପ୍‌ରେ ଉପଲବ୍ଧ ହେବ। କମ୍ପାନୀର ସୂଚନା ଅନୁସାରେ ‘Xtreme 125R’ ମାତ୍ର ୫.୯ ସେକେଣ୍ଡର ଶୂନରୁ ୬୦ କିମି ବେଗ ଧରିନେବ।

Hero Xtreme 125R Right Side View
Hero Xtreme 125R Right Side View

The post ଲଞ୍ଚ ହେଲା Xtreme 125R; ଜାଣନ୍ତୁ କେତେ ରହିଛି ମୂଲ୍ୟ ? appeared first on Prameya News7.