ଇସ୍ରାଏଲ-ହମାସ ଯୁଦ୍ଧକୁ ନେଇ ବଡ ଖବର : ଶନିବାର ସୁଦ୍ଧା ବନ୍ଦୀ ମାନଙ୍କୁ ଛାଡିବାକୁ ହମାସକୁ ଟ୍ରମ୍ଫଙ୍କ ଚେତାବନୀ
କନକବ୍ୟୁରୋ : ଯୁଦ୍ଧ ବନ୍ଦୀ ମାନଙ୍କୁ ଆଉ ଛାଡିବନି ହମାସ ।ହାମାସର ସଶସ୍ତ୍ର ଶାଖାର ମୁଖପାତ୍ର କହିଛନ୍ତି ଇସ୍ରାଏଲର ବନ୍ଦୀମାନଙ୍କୁ ପରବର୍ତ୍ତୀ ନିର୍ଦ୍ଧାରିତ ମୁକ୍ତ କରିବାକୁ ସ୍ଥଗିତ ରଖିଛି ଏବଂ ଏହାକୁ ଅସ୍ତ୍ରବିରତି ଚୁକ୍ତିର ଉଲ୍ଲଂଘନ ବୋଲି କହିଛି । ଇସ୍ରାଏଲରେ ବନ୍ଧକ ଥିବା ଅଧିକ ପାଲେଷ୍ଟାଇନ କଏଦୀଙ୍କ ବଦଳରେ ଗାଜାରେ ବନ୍ଧକ ଥିବା ୩ ଜଣଙ୍କୁ ଶନିବାର ମୁକ୍ତ କରାଯିବ । ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟ୍ଜ ହାମାସର ଏହି ଘୋଷଣାକୁ ଅସ୍ତ୍ରବିରତି ଚୁକ୍ତିର ସମ୍ପୂର୍ଣ୍ଣ ଉଲ୍ଲଂଘନ ବୋଲି କହିଛନ୍ତି।ଇସ୍ରାଏଲର ପ୍ରମୁଖ ସହଯୋଗୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପରାମର୍ଶ ଦେଇଛନ୍ତି ଯେ ଯଦି ଶନିବାର ସୁଦ୍ଧା ଗାଜାରେ ବନ୍ଦୀମାନଙ୍କୁ ଫେରାଇ ନ ଦିଆଯାଏ ତେବେ ଅସ୍ତ୍ରବିରତି ପ୍ରତ୍ୟାହାର କରାଯିବା ଉଚିତ । ଟ୍ରମ୍ପ କହିଛନ୍ତି, ଶନିବାର ମଧ୍ୟାହ୍ନ ୧୨ଟା ସୁଦ୍ଧା ସେମାନଙ୍କୁ ଫେରାଇ ଦିଆଯାଉ। ଯଦି ବନ୍ଧକମାନଙ୍କୁ ମୁକ୍ତ କରା ନଯାଏ, ତେବେ ସବୁ କିଛି ନଷ୍ଟ ହୋଇଯିବ ବୋଲି ଟ୍ରମ୍ପ କହିଛନ୍ତି।ଆମେ ଅକ୍ଟୋବର ୭ ତାରିଖର ବାସ୍ତବତାକୁ ଫେରିବାକୁ ଦେବୁ ନାହିଁ ବୋଲି ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି। " ହମାସକୁ ଟ୍ରମ୍ପଙ୍କ ଚେୋବନୀ ହମାସ-ଇସ୍ରାଏଲ କଏଦୀ ବିନିମୟ ଭିତରେ ଟ୍ରମ୍ପ ହମାସକୁ ଦେଲେ ଚେତାବନୀହମାସ ରଖିଥବା ବନ୍ଦୀମାନଙ୍କୁ ଆଉ ମୁକ୍ତ କରିବ ନାହିଁବୋଲି ଦାବୀ କରିଛି ଇସ୍ରାଏଲ ପାଲେଷ୍

କନକବ୍ୟୁରୋ : ଯୁଦ୍ଧ ବନ୍ଦୀ ମାନଙ୍କୁ ଆଉ ଛାଡିବନି ହମାସ ।ହାମାସର ସଶସ୍ତ୍ର ଶାଖାର ମୁଖପାତ୍ର କହିଛନ୍ତି ଇସ୍ରାଏଲର ବନ୍ଦୀମାନଙ୍କୁ ପରବର୍ତ୍ତୀ ନିର୍ଦ୍ଧାରିତ ମୁକ୍ତ କରିବାକୁ ସ୍ଥଗିତ ରଖିଛି ଏବଂ ଏହାକୁ ଅସ୍ତ୍ରବିରତି ଚୁକ୍ତିର ଉଲ୍ଲଂଘନ ବୋଲି କହିଛି । ଇସ୍ରାଏଲରେ ବନ୍ଧକ ଥିବା ଅଧିକ ପାଲେଷ୍ଟାଇନ କଏଦୀଙ୍କ ବଦଳରେ ଗାଜାରେ ବନ୍ଧକ ଥିବା ୩ ଜଣଙ୍କୁ ଶନିବାର ମୁକ୍ତ କରାଯିବ ।
ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟ୍ଜ ହାମାସର ଏହି ଘୋଷଣାକୁ ଅସ୍ତ୍ରବିରତି ଚୁକ୍ତିର ସମ୍ପୂର୍ଣ୍ଣ ଉଲ୍ଲଂଘନ ବୋଲି କହିଛନ୍ତି।ଇସ୍ରାଏଲର ପ୍ରମୁଖ ସହଯୋଗୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପରାମର୍ଶ ଦେଇଛନ୍ତି ଯେ ଯଦି ଶନିବାର ସୁଦ୍ଧା ଗାଜାରେ ବନ୍ଦୀମାନଙ୍କୁ ଫେରାଇ ନ ଦିଆଯାଏ ତେବେ ଅସ୍ତ୍ରବିରତି ପ୍ରତ୍ୟାହାର କରାଯିବା ଉଚିତ ।
ଟ୍ରମ୍ପ କହିଛନ୍ତି, ଶନିବାର ମଧ୍ୟାହ୍ନ ୧୨ଟା ସୁଦ୍ଧା ସେମାନଙ୍କୁ ଫେରାଇ ଦିଆଯାଉ। ଯଦି ବନ୍ଧକମାନଙ୍କୁ ମୁକ୍ତ କରା ନଯାଏ, ତେବେ ସବୁ କିଛି ନଷ୍ଟ ହୋଇଯିବ ବୋଲି ଟ୍ରମ୍ପ କହିଛନ୍ତି।ଆମେ ଅକ୍ଟୋବର ୭ ତାରିଖର ବାସ୍ତବତାକୁ ଫେରିବାକୁ ଦେବୁ ନାହିଁ ବୋଲି ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି। "
ହମାସକୁ ଟ୍ରମ୍ପଙ୍କ ଚେୋବନୀ
ହମାସ-ଇସ୍ରାଏଲ କଏଦୀ ବିନିମୟ ଭିତରେ ଟ୍ରମ୍ପ ହମାସକୁ ଦେଲେ ଚେତାବନୀ
ହମାସ ରଖିଥବା ବନ୍ଦୀମାନଙ୍କୁ ଆଉ ମୁକ୍ତ କରିବ ନାହିଁବୋଲି ଦାବୀ କରିଛି
ଇସ୍ରାଏଲ ପାଲେଷ୍ଟାଇନ କଏଦୀ ମାନଙ୍କୁ ମୁକ୍ତକରୁ ବୋଲି ହମାସର ଦାବୀ
ଗାଜାରେ ବନ୍ଦୀଥିବା ସମସ୍ତ ବଦ୍ଧକଙ୍କୁ ଶନିବାର ସୁଦ୍ଧା ମୁକ୍ତ କରାନଯାଏ ,ଇସ୍ରାଏଲ-ହମାସ ଅସ୍ତ୍ରବିରତି ସମାପ୍ତ କରିବାକୁ ପ୍ରସ୍ତାବ ଦେବେ ଟ୍ରମ୍ପ
ହମାସ ନଶୁଣିଲେ ଆଗକୁ ପରିସ୍ଥତି ଭୟାବହ ହେବ -ଟ୍ରମ୍ପ
ପୁଣିଥରେ ଫେରିପାରେ ହମାସ-ଇସ୍ରାଏଲ ଯୁଦ୍ଧ
ଆଗରୁ ଟ୍ରମ୍ପ କହିଥିଲେ ,ହମାସ ଦ୍ବାରା ବଦ୍ଧକ ମାନଙ୍କୁ ମୁକ୍ତ କରିବା ମୋର ମୂଳ ଲକ୍ଷ୍ୟ