ଯେଉଁ ଦେଶରେ ରୁହନ୍ତି ଅଧିକ ମୁସଲମାନ, ସେହି ଦେଶର ରାଷ୍ଟ୍ରପତି ହେବେ ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି !
ନୂଆଦିଲ୍ଲୀ ୦୩।୧୧ : ଗଣତନ୍ତ୍ର ଦିବସ ୨୦୨୫ । ଆଗାମୀ ଗଣତନ୍ତ୍ର ଦିବସରେ କିଏ ହେବ ରାଜପଥର ମୁଖ୍ୟ ଅତିଥି । ଏସବୁ ଭିତରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଓ୍ୱୋ ସୁବିଆନ୍ତୋ ମୁଖ୍ୟ ଅତିଥି ହେବା ନେଇ ଚର୍ଚ୍ଚା ଚାଲିଛି । ଖୁବଶୀଘ୍ର ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରିପାରେ ଭାରତ । ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁସାରେ, ୨୦୨୫ର ସାଧାରଣନ୍ତ୍ର ଦିବସରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଓ୍ୱୋ ସବୁଆନ୍ତୋ ମୁଖ୍ୟ ଅତିଥି ଭାବେ ସାମିଲ ହେବେ । ଏଥିପାଇଁ ଭାରତ ମଧ୍ୟ ଖୁବଶୀଘ୍ର ନିମନ୍ତ୍ରଣ କରିବ । ହେଲେ କେବେ ନିମନ୍ତ୍ରଣ କରାଯିବ, ତାନେଇ ସ୍ପଷ୍ଟ ହୋଇନାହିଁ । ଯଦି ଇଣ୍ଡୋନେସିଆ ରାଷ୍ଟ୍ରପତି ୨୦୨୫ ଗଣତନ୍ତ୍ରରେ ମୁଖ୍ୟ ଅତିଥି ଭାବେ ସାମିଲ ହେଉଛନ୍ତି ।ତେବେ ନୂଆଦିଲ୍ଲୀ କର୍ତ୍ତବ୍ୟ ପଥରେ ଭାରତୀୟ ସେନାର ପରାକ୍ରମ ଦେଖିବେ । ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋଓ୍ୱୋ ସୁବିଆନ୍ତୋ ଜଣେ ଅବସରପ୍ରାପ୍ତ ଜେନେରାଲ୍ ଏବଂ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇସାରିଛନ୍ତି । ସେହିପରି ଏହାପୂର୍ବରୁ ୧୯୫୦ ମସିହାରେ ଇଣ୍ଡୋନେସିଆର ପ୍ରଥମ ରାଷ୍ଟ୍ରପତି ସୁକର୍ଣ୍ଣୋ ଗଣତନ୍ତ୍ର ଦିବସ ପରେଡ୍ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହାପରେ ୨୦୧୧ରେ ରାଷ୍ଟ୍ରପତି ସୁସିଲୋ ବାମ୍ବାଙ୍ଗ ୟୁଡୋୟୋନାଙ୍କୁ ନିମନ୍ତ୍ରଣ କରାଯାଇଥିଲା । ସେହିପରି ୨୦୧୮ରେ ASEAN ଦେଶରେ ନେତାଙ୍କ
ନୂଆଦିଲ୍ଲୀ ୦୩।୧୧ : ଗଣତନ୍ତ୍ର ଦିବସ ୨୦୨୫ । ଆଗାମୀ ଗଣତନ୍ତ୍ର ଦିବସରେ କିଏ ହେବ ରାଜପଥର ମୁଖ୍ୟ ଅତିଥି । ଏସବୁ ଭିତରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଓ୍ୱୋ ସୁବିଆନ୍ତୋ ମୁଖ୍ୟ ଅତିଥି ହେବା ନେଇ ଚର୍ଚ୍ଚା ଚାଲିଛି । ଖୁବଶୀଘ୍ର ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରିପାରେ ଭାରତ ।
ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁସାରେ, ୨୦୨୫ର ସାଧାରଣନ୍ତ୍ର ଦିବସରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଓ୍ୱୋ ସବୁଆନ୍ତୋ ମୁଖ୍ୟ ଅତିଥି ଭାବେ ସାମିଲ ହେବେ । ଏଥିପାଇଁ ଭାରତ ମଧ୍ୟ ଖୁବଶୀଘ୍ର ନିମନ୍ତ୍ରଣ କରିବ । ହେଲେ କେବେ ନିମନ୍ତ୍ରଣ କରାଯିବ, ତାନେଇ ସ୍ପଷ୍ଟ ହୋଇନାହିଁ । ଯଦି ଇଣ୍ଡୋନେସିଆ ରାଷ୍ଟ୍ରପତି ୨୦୨୫ ଗଣତନ୍ତ୍ରରେ ମୁଖ୍ୟ ଅତିଥି ଭାବେ ସାମିଲ ହେଉଛନ୍ତି ।ତେବେ ନୂଆଦିଲ୍ଲୀ କର୍ତ୍ତବ୍ୟ ପଥରେ ଭାରତୀୟ ସେନାର ପରାକ୍ରମ ଦେଖିବେ । ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋଓ୍ୱୋ ସୁବିଆନ୍ତୋ ଜଣେ ଅବସରପ୍ରାପ୍ତ ଜେନେରାଲ୍ ଏବଂ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇସାରିଛନ୍ତି ।
ସେହିପରି ଏହାପୂର୍ବରୁ ୧୯୫୦ ମସିହାରେ ଇଣ୍ଡୋନେସିଆର ପ୍ରଥମ ରାଷ୍ଟ୍ରପତି ସୁକର୍ଣ୍ଣୋ ଗଣତନ୍ତ୍ର ଦିବସ ପରେଡ୍ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହାପରେ ୨୦୧୧ରେ ରାଷ୍ଟ୍ରପତି ସୁସିଲୋ ବାମ୍ବାଙ୍ଗ ୟୁଡୋୟୋନାଙ୍କୁ ନିମନ୍ତ୍ରଣ କରାଯାଇଥିଲା । ସେହିପରି ୨୦୧୮ରେ ASEAN ଦେଶରେ ନେତାଙ୍କ ସହ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ଓ୍ୱିଡୋଡୋ ସାମିଲ ହୋଇଥିଲେ ।
ଇଣ୍ଡୋନେସିଆ ହେଉଠି ବିଶ୍ୱର ସବୁଠୁ ବଡ଼ ମୁସଲମାନ ଦେଶ । ଯେଉଁଠାରେ ବାସ କରନ୍ତି ୨୭ କୋଟି ଜନସଂଖ୍ୟା । ତାମଧ୍ୟରୁ ୮୬.୭ ପ୍ରତିଶତ ମୁସଲମାନ ଏବଂ ୧.୭୪ ପ୍ରତିଶତ ହିନ୍ଦୁ ବସବାସ କରନ୍ତି । କିଛି ଦିନ ପୂର୍ବେ ଦେଶରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ପ୍ରବୋଓ୍ୱୋ ସୁବିଆନ୍ତୋ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ ।