ବହୁ ଚର୍ଚ୍ଚିତ ରାମ ବେହେରା ହତ୍ୟାକାଣ୍ଡ, ୫ ଅପରାଧୀଙ୍କୁ ଫାଶୀ ଦଣ୍ଡାଦେଶ

କେନ୍ଦୁଝର: ବହୁ ଚର୍ଚ୍ଚିତ ରାମ ବେହେରା ହତ୍ୟାକାଣ୍ଡରେ ୫ ଅପରାଧୀଙ୍କୁ ଫାଶୀ ଦଣ୍ଡାଦେଶ।  ଆନନ୍ଦପୁର ଇତିହାସରେ ପ୍ରଥମ ଫାଶୀ ଦଣ୍ଡାଦେଶକୁ ନେଇ ଚାରି ଆଡେ ଚର୍ଚ୍ଚା। ପରିବାର କହିଲା ମିଳିଛି ନ୍ୟାୟ। କୋର୍ଟରେ ସ୍ଥାନୀୟ ଲୋକଙ୍କ ଭିଡ଼। ଆନନ୍ଦପୁର ରାମଚନ୍ଦ୍ର ବେହେରା ହତ୍ୟାକାଣ୍ଡର ଆସିଲା ରାୟ। ୫ ଅପରାଧୀଙ୍କୁ ଫାଶୀ ଦଣ୍ଡାଦେଶ। ଦେଖନ୍ତୁ ଏଇମାନେ ରାମଚନ୍ଦ୍ରଙ୍କୁ ହତ୍ୟା କରିଥିଲେ। ଏବେ ନିଜ ମୃତ୍ୟୁ ପାଇଁ ଦିନ ଗଣୁଛନ୍ତି।  ସାରା ରାଜ୍ୟରେ ଚହଳ ପକାଇଥିଲା ଏହି ଘଟଣା। ନିର୍ବାଚନ ସମୟରେ ହୋଇଥିବା ରାଜନୈତିକ ହତ୍ୟାର ରାୟ ଆସିଛି ଆଉ ଏକ ନିର୍ବାଚନ ବେଳକୁ।  ୫ ବର୍ଷର ନ୍ୟାୟିକ ପ୍ରକ୍ରିୟା ପରେ ଆଜି ଆସିଛି ରାୟ। ଘଟଣାରେ ୫୩ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଦୌରାଜଜ ଶୁଣାଇଛନ୍ତି ଐତିହାସିକ ରାୟ। ହତ୍ୟାକାରୀଙ୍କୁ ଶୁଣାଇଛନ୍ତି ଫାଶୀ ଦଣ୍ଡାଦେଶ। ଆଉ ଏଭଳି ରାୟକୁ ସ୍ବାଗତ କରିଛନ୍ତି ରାମଚନ୍ଦ୍ରଙ୍କ ପରିବାର। Also read- ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲା: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅଭିଯୁକ୍ତ ସରୋଜ ସେଠୀ ଆସନ୍ତୁ ଜାଣିବା ପୂରା ଘଟଣାର ପୃଷ୍ଠଭୂମି। ଘସିପୁରା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ପ୍ରାର୍ଥୀ ଥିଲେ ରାମଚନ୍ଦ୍ର ବେହେରା, ଆନନ୍ଦପୁର ବ୍ଲକ ଅଧ୍ୟକ୍ଷ। ୨୦୧୪  ସାଧାରଣ ନିର୍ବାଚନ ଲଢ଼ି ତୃତୀୟ ସ୍ଥାନରେ ଥିଲେ।  କେନ୍ଦୁଝରରେ ଥିଲା ବଡ଼ ସଂଗଠନ।

ବହୁ ଚର୍ଚ୍ଚିତ ରାମ ବେହେରା ହତ୍ୟାକାଣ୍ଡ, ୫ ଅପରାଧୀଙ୍କୁ ଫାଶୀ ଦଣ୍ଡାଦେଶ

କେନ୍ଦୁଝର: ବହୁ ଚର୍ଚ୍ଚିତ ରାମ ବେହେରା ହତ୍ୟାକାଣ୍ଡରେ ୫ ଅପରାଧୀଙ୍କୁ ଫାଶୀ ଦଣ୍ଡାଦେଶ।  ଆନନ୍ଦପୁର ଇତିହାସରେ ପ୍ରଥମ ଫାଶୀ ଦଣ୍ଡାଦେଶକୁ ନେଇ ଚାରି ଆଡେ ଚର୍ଚ୍ଚା। ପରିବାର କହିଲା ମିଳିଛି ନ୍ୟାୟ। କୋର୍ଟରେ ସ୍ଥାନୀୟ ଲୋକଙ୍କ ଭିଡ଼।

ଆନନ୍ଦପୁର ରାମଚନ୍ଦ୍ର ବେହେରା ହତ୍ୟାକାଣ୍ଡର ଆସିଲା ରାୟ। ୫ ଅପରାଧୀଙ୍କୁ ଫାଶୀ ଦଣ୍ଡାଦେଶ। ଦେଖନ୍ତୁ ଏଇମାନେ ରାମଚନ୍ଦ୍ରଙ୍କୁ ହତ୍ୟା କରିଥିଲେ। ଏବେ ନିଜ ମୃତ୍ୟୁ ପାଇଁ ଦିନ ଗଣୁଛନ୍ତି।  ସାରା ରାଜ୍ୟରେ ଚହଳ ପକାଇଥିଲା ଏହି ଘଟଣା। ନିର୍ବାଚନ ସମୟରେ ହୋଇଥିବା ରାଜନୈତିକ ହତ୍ୟାର ରାୟ ଆସିଛି ଆଉ ଏକ ନିର୍ବାଚନ ବେଳକୁ।  ୫ ବର୍ଷର ନ୍ୟାୟିକ ପ୍ରକ୍ରିୟା ପରେ ଆଜି ଆସିଛି ରାୟ। ଘଟଣାରେ ୫୩ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଦୌରାଜଜ ଶୁଣାଇଛନ୍ତି ଐତିହାସିକ ରାୟ। ହତ୍ୟାକାରୀଙ୍କୁ ଶୁଣାଇଛନ୍ତି ଫାଶୀ ଦଣ୍ଡାଦେଶ। ଆଉ ଏଭଳି ରାୟକୁ ସ୍ବାଗତ କରିଛନ୍ତି ରାମଚନ୍ଦ୍ରଙ୍କ ପରିବାର।

Also read- ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲା: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅଭିଯୁକ୍ତ ସରୋଜ ସେଠୀ

ଆସନ୍ତୁ ଜାଣିବା ପୂରା ଘଟଣାର ପୃଷ୍ଠଭୂମି। ଘସିପୁରା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ପ୍ରାର୍ଥୀ ଥିଲେ ରାମଚନ୍ଦ୍ର ବେହେରା, ଆନନ୍ଦପୁର ବ୍ଲକ ଅଧ୍ୟକ୍ଷ। ୨୦୧୪  ସାଧାରଣ ନିର୍ବାଚନ ଲଢ଼ି ତୃତୀୟ ସ୍ଥାନରେ ଥିଲେ।  କେନ୍ଦୁଝରରେ ଥିଲା ବଡ଼ ସଂଗଠନ।

୨୦୧୯  ନିର୍ବାଚନ ବେଳେ ମାର୍ଚ୍ଚ ୨୬ ତାରିଖରେ ବିଜେଡିରେ ସାମିଲ ହୋଇଥାନ୍ତେ ରାମଚନ୍ଦ୍ର।  ଠିକ ପୂର୍ବ ରାତି। ୨୦୧୯ ମାର୍ଚ୍ଚ ୨୫ ତାରିଖରେ ରାମଚନ୍ଦ୍ରଙ୍କୁ ଦୁର୍ବୃତ୍ତମାନେ ଘରୁ ଡାକିନେଇ ସଂଘବଦ୍ଧ ହାଣିଥିଲେ।କଟା ହାତକୁ ଗାଁରେ ବୁଲାଇବା ସହିତ ମାଂସ କରି ଖାଇଥିଲେ। ସେତେବେଳେ ରାଜ୍ୟ ସାରା ହଇଚଇ ପଡ଼ିଥିଲା। ଘଟଣାକୁ ନେଇ ମୁହାଁମୁହିଁ ହୋଇଥିଲେ କେନ୍ଦୁଝରର ଟାଣୁଆ ନେତାମାନେ। ଚାଲିଲା କୋର୍ଟରେ ମାମଲା। ମୋଟ ୧୧ ଜଣ ମୁଦାଲାଙ୍କ ମଧ୍ୟରୁ ୬ ଜଣଙ୍କ ନାଁରେ ଚାର୍ଜସିଟ ଦାଖଲ ହୋଇଥିଲା। ଜଣେ ନାବାଳକ ପ୍ରମୋଦ ଦାସକୁ ଛାଡ଼ି ଅନ୍ୟ ୫ ଜଣଙ୍କୁ କୋର୍ଟ ଫାଶି ଦଣ୍ଡାଦେଶ ଦେଇଛନ୍ତି। 

ଏହା ଏକ ରାଜନୈତିକ ହତ୍ୟାକାଣ୍ଡ ବୋଲି ଚର୍ଚ୍ଚା ହୁଏ। ୫ ଜଣଙ୍କୁ କୋର୍ଟ କଠୋର ଦଣ୍ଡ ଦେଇଛନ୍ତି। କିନ୍ତୁ ଏବେ ଏହି ୫ ଜଣ ନିଜ ନେତାଙ୍କୁ ଚିହ୍ନୁଥିବେ ଯାହାଙ୍କ ପାଇଁ ଏମାନେ ମୁଣ୍ଡ ଗଡ଼େଇଥିଲେ ଏବେ ନିଜ ମୁଣ୍ଡ ଦେବାକୁ ଯାଉଛନ୍ତି।