୧୨ ପାକିସ୍ତାନୀ ସୈନିକ ନିହତ, ଆଇଇଡି ବିସ୍ଫୋରଣରେ ଗାଡ଼ି ଉଡ଼ାଇଦେଲେ ବେଲୁଚ୍ ସେନା
ନୂଆଦିଲ୍ଲୀ ୦୮/୦୫: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରଠାରୁ ପାକିସ୍ତାନର ବେଳା ଖରାପ୍ । ଦୈନିକ ନୂଆ ନୂଆ ସମସ୍ୟା ପାକିସ୍ତାନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଆକ୍ରମଣ ପରେ, ଭାରତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଚାରିଆଡୁ ପାକିସ୍ତାନକୁ ଘେରାବନ୍ଦୀ କରି ରଖିଥିଲା ଭାରତ । ତେବେ ବୁଧବାର ଦିନ, ଭାରତୀୟ ସଶସ୍ତ୍ର ବାହିନୀର ଅପରେସନ ସିନ୍ଦୂର ଜରିଆରେ ବ୍ୟାପକ କ୍ଷୟକ୍ଷତି କରିଥିଲା । ଏକାସଂଗେ ୯ଟି ଆତଙ୍କୀ ଆଡ୍ଡାକୁ ଧ୍ୱସ୍ତ ବିଧ୍ୱସ୍ତ କରିଥିଲା ଭାରତୀୟ ସେନା । ସେତିକିରେ ସରନି ପାକିସ୍ତାନର ଦୁଃଖ । ଏବେ ପାକିସ୍ତାନକୁ ଟାର୍ଗେଟ କରିଛି ବଲୁଚ୍ ଆର୍ମି । ପାକିସ୍ତାନରେ ବଲୁଚିସ୍ତାନର ଆଇଡି ବିସ୍ଫୋରଣ କରି ଗଭୀର ଆଘାତ ଦେଇଛି । BLA ଏକ IED ସାହାଯ୍ୟରେ ପାକିସ୍ତାନୀ ସେନାର ଗାଡ଼ି ଉପରେ ଆକ୍ରମଣ କରିଥିଲା । ଯେଉଁଥିରେ ୧୨ ପାକ୍ ସୈନିକଙ୍କ ମୃତ୍ୟୁ ହୋଇଥିଲା।ବେଲୁଚ୍ ଲିବରେସନ ଆର୍ମିର ସ୍ପେଶାଲ୍ ଟାକ୍ଟିକାଲ୍ ଅପରେସନ୍ସ ସ୍କ୍ୱାଡ୍ (STOS) ବୋଲାନର ମାଚ୍ କୁଣ୍ଡ ଅଞ୍ଚଳରେ ରିମୋଟ୍-କଣ୍ଟ୍ରୋଲ୍ ଆଇଇଡି ସାହାଯ୍ୟରେ ବଡ଼ ବିସ୍ଫୋରଣ କରିଥିଲା । ଏହି ବିସ୍ଫୋରଣ ମାଧ୍ୟମରେ ସେମାନେ ପାକିସ୍ତାନୀ ସେନାର ଗାଡ଼ିକୁ ଟାର୍ଗେଟ କରିଥିଲେ । ଯେଉଁଥିରେ ୧୨ ଜଣ ସୈନିକଙ୍କ ମୃତ୍ୟୁ ହୋଇଥିଲା। ସୈନିକମାନେ ଏକ ସାମରିକ ଅଭିଯାନ ପାଇଁ ଯାଉଥିବା ସମୟରେ ଏହି ଆକ୍ରମଣ କରାଯାଇଥିଲା।
ନୂଆଦିଲ୍ଲୀ ୦୮/୦୫: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରଠାରୁ ପାକିସ୍ତାନର ବେଳା ଖରାପ୍ । ଦୈନିକ ନୂଆ ନୂଆ ସମସ୍ୟା ପାକିସ୍ତାନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଆକ୍ରମଣ ପରେ, ଭାରତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଚାରିଆଡୁ ପାକିସ୍ତାନକୁ ଘେରାବନ୍ଦୀ କରି ରଖିଥିଲା ଭାରତ । ତେବେ ବୁଧବାର ଦିନ, ଭାରତୀୟ ସଶସ୍ତ୍ର ବାହିନୀର ଅପରେସନ ସିନ୍ଦୂର ଜରିଆରେ ବ୍ୟାପକ କ୍ଷୟକ୍ଷତି କରିଥିଲା ।
ଏକାସଂଗେ ୯ଟି ଆତଙ୍କୀ ଆଡ୍ଡାକୁ ଧ୍ୱସ୍ତ ବିଧ୍ୱସ୍ତ କରିଥିଲା ଭାରତୀୟ ସେନା । ସେତିକିରେ ସରନି ପାକିସ୍ତାନର ଦୁଃଖ । ଏବେ ପାକିସ୍ତାନକୁ ଟାର୍ଗେଟ କରିଛି ବଲୁଚ୍ ଆର୍ମି । ପାକିସ୍ତାନରେ ବଲୁଚିସ୍ତାନର ଆଇଡି ବିସ୍ଫୋରଣ କରି ଗଭୀର ଆଘାତ ଦେଇଛି । BLA ଏକ IED ସାହାଯ୍ୟରେ ପାକିସ୍ତାନୀ ସେନାର ଗାଡ଼ି ଉପରେ ଆକ୍ରମଣ କରିଥିଲା । ଯେଉଁଥିରେ ୧୨ ପାକ୍ ସୈନିକଙ୍କ ମୃତ୍ୟୁ ହୋଇଥିଲା।
ବେଲୁଚ୍ ଲିବରେସନ ଆର୍ମିର ସ୍ପେଶାଲ୍ ଟାକ୍ଟିକାଲ୍ ଅପରେସନ୍ସ ସ୍କ୍ୱାଡ୍ (STOS) ବୋଲାନର ମାଚ୍ କୁଣ୍ଡ ଅଞ୍ଚଳରେ ରିମୋଟ୍-କଣ୍ଟ୍ରୋଲ୍ ଆଇଇଡି ସାହାଯ୍ୟରେ ବଡ଼ ବିସ୍ଫୋରଣ କରିଥିଲା । ଏହି ବିସ୍ଫୋରଣ ମାଧ୍ୟମରେ ସେମାନେ ପାକିସ୍ତାନୀ ସେନାର ଗାଡ଼ିକୁ ଟାର୍ଗେଟ କରିଥିଲେ । ଯେଉଁଥିରେ ୧୨ ଜଣ ସୈନିକଙ୍କ ମୃତ୍ୟୁ ହୋଇଥିଲା। ସୈନିକମାନେ ଏକ ସାମରିକ ଅଭିଯାନ ପାଇଁ ଯାଉଥିବା ସମୟରେ ଏହି ଆକ୍ରମଣ କରାଯାଇଥିଲା।