ବାଚସ୍ପତି ଚର୍ଚ୍ଚା ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଓମ ବିର୍ଲା
ନୂଆଦିଲ୍ଲୀ,୨୫।୬: ସର୍ବସମ୍ମତି କ୍ରମେ ଲୋକ ସଭା ବାଚସ୍ପତି ଚୟନ କରାଯିବ। ଆଜି ଏନଡିଏ ବାଚସ୍ପତି ପ୍ରାର୍ଥୀଙ୍କ ନାମ ଘୋଷଣା କରିବ। ଦିନ ୧୨ ସୁଦ୍ଧା ବାଚସ୍ପତି ପାଇଁ ନାମାଙ୍କନ ପତ୍ର ଦାଖଲ ହେବ। ପୁଣି ଥରେ ଓମ ବିର୍ଲା ଲୋକ ସଭାର ବାଚସ୍ପତି ହୋଇପାରନ୍ତି। ଓମ ବିର୍ଲାଙ୍କୁ ଟିଡିପି ସମର୍ଥନ କରିବ ବୋଲି ଜଣାପଡିଛି। ତେବେ ବାଚସ୍ପତି ଚର୍ଚ୍ଚା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଓମ ବିର୍ଲା ଭେଟିଥିବା ଖବର ସାମ୍ନାକୁ ଆସିଛି। ଯାହା ପରେ ସେ […] The post ବାଚସ୍ପତି ଚର୍ଚ୍ଚା ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଓମ ବିର୍ଲା appeared first on Dharitri Odia News.
ନୂଆଦିଲ୍ଲୀ,୨୫।୬: ସର୍ବସମ୍ମତି କ୍ରମେ ଲୋକ ସଭା ବାଚସ୍ପତି ଚୟନ କରାଯିବ। ଆଜି ଏନଡିଏ ବାଚସ୍ପତି ପ୍ରାର୍ଥୀଙ୍କ ନାମ ଘୋଷଣା କରିବ। ଦିନ ୧୨ ସୁଦ୍ଧା ବାଚସ୍ପତି ପାଇଁ ନାମାଙ୍କନ ପତ୍ର ଦାଖଲ ହେବ। ପୁଣି ଥରେ ଓମ ବିର୍ଲା ଲୋକ ସଭାର ବାଚସ୍ପତି ହୋଇପାରନ୍ତି। ଓମ ବିର୍ଲାଙ୍କୁ ଟିଡିପି ସମର୍ଥନ କରିବ ବୋଲି ଜଣାପଡିଛି। ତେବେ ବାଚସ୍ପତି ଚର୍ଚ୍ଚା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଓମ ବିର୍ଲା ଭେଟିଥିବା ଖବର ସାମ୍ନାକୁ ଆସିଛି। ଯାହା ପରେ ସେ ପୁଣି ବାଚସ୍ପତି ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଅନ୍ୟପଟେ ବାଚସ୍ପତି ପଦ ପାଇଁ ସହମତି ଜୁଟାଇବା ପାଇଁ ବିରୋଧୀ ନେତାଙ୍କ ସହ ରାଜନାଥ ସିଂ କଥା ହୋଇଛନ୍ତି।
ବୁଧବାର ନୂଆ ଲୋକ ସଭା ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ବାଚସ୍ପତି ରେସ୍ରେ ଓମ୍ ବିର୍ଲା, ଭର୍ତ୍ତୁହରି ମହାତାବ, ରାଧାମୋହନ ସିଂ, ଡି.ପୁରନ୍ଦେଶ୍ୱରୀ ଅଛନ୍ତି।
The post ବାଚସ୍ପତି ଚର୍ଚ୍ଚା ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଓମ ବିର୍ଲା appeared first on Dharitri Odia News.