ଘରର ଏହି ଦିଗରେ ଲଗାନ୍ତୁ ଆଇନା; ବଢ଼ିବ ଧନ ସମ୍ପତ୍ତି

ସକାଳେ ଉଠି ଆଇନାରେ ମୁହିଁ ଦେଖିବା ଉଚିତ୍ ନୁହେଁ। ଏହାଦ୍ୱାରା ଶରୀର ଉପରେ ନକାରତ୍ମକ ପ୍ରଭାବ ପଡ଼ିଥାଏ।

ଘରର ଏହି ଦିଗରେ ଲଗାନ୍ତୁ ଆଇନା; ବଢ଼ିବ ଧନ ସମ୍ପତ୍ତି

ଆଇନା ବା ଦର୍ପଣରେ ଆମେ ଆମ ମୁହଁ ଦେଖିଥାନ୍ତି। ପରେ ଏହାକୁ ଘରର କେଉଁ କୋଣରେ ରଖି ଦେଇଥାଉ ବା ବିଭିନ୍ନ ସ୍ଥାନରେ ଟାଙ୍ଗି ଦେଉଥାଉ। କିନ୍ତୁ ଦର୍ପଣକୁ ଠିକ୍‌ ସ୍ଥାନରେ ରଖିବା ଉଚିତ। ବାସ୍ତୁଶାସ୍ତ୍ର ଅନୁସାରେ ଏହା ଗୁରୁତ୍ୱପୂର୍ଣ୍ଣ ଉପକରଣ। ବାସ୍ତୁଦୋଷ ଦୂର କରିବାରେ ଆଇନାକୁ ବ୍ୟବହାର କରାଯାଇଥାଏ। ସେଥିପାଇଁ ଏହାକୁ ସଠିକ୍‌ ସ୍ଥାନରେ ରଖିଲେ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ। ଆସନ୍ତୁ ଜାଣିଲେ କେଉଁ ସ୍ଥାନରେ ଆଇନା ରଖିଲେ ଧନ ବୃଦ୍ଧି ହୋଇଥାଏ।

> ଘରର ଉତ୍ତର ଦିଗରେ ଆଇନା ଲଗାଇବା ଶୁଭ ହୋଇଥାଏ। ଉତ୍ତର ଦିଗକୁ ଧନର ଦେବତା କୁବେରଙ୍କ ଦିଗ ବୋଲି କୁହାଯାଏ। ଏହି ଦିଗରେ ଆଇନା ଲଗାଇବା ଦ୍ୱାରା ଘରେ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ।

>ଉତ୍ତର ଦିଗ ବ୍ୟତିତ ପୂର୍ବ ଦିଗରେ ଆଇନା ଲଗାଇଲେ ଶୁଭ ହୋଇଥାଏ। ଏହା ଦ୍ୱାରା ଘର ଉପରେ ସକାରତ୍ମକ ପ୍ରଭାବ ବଢ଼ିଥାଏ। ପରିବାର ଲୋକଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ।

>ଘରର ଉତ୍ତର ଦିଗରେ କବାଟ କିମ୍ବା ଦ୍ୱାର ମୁହଁ ନ ଥିଲେ ଆଇନା ଲଗାଇବା ଉଚିତ। ଏହା ବିଭିନ୍ନ ଦୋଷ ଦୂର ହୋଇଥାଏ। ଉତ୍ତର ଦିଗକୁ ଧନ ଦେବତା କୁବେରଙ୍କ ଦିଗ ବୋଲି କୁହାଯାଏ। ଏହି ଦିଗରେ ଆଇନା ଲଗାଇଲେ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ ରହିଛି।

<ସକାଳେ ଉଠି ଆଇନାରେ ମୁହିଁ ଦେଖିବା ଉଚିତ୍ ନୁହେଁ। ଏହାଦ୍ୱାରା ଶରୀର ଉପରେ ନକାରତ୍ମକ ପ୍ରଭାବ ପଡ଼ିଥାଏ।