ଅଟକାଇ ନିର୍ଧୂମ ପିଟିଲେ, ପିଠି ଉପରେ ଚପଲ ମାଡ଼ି ଚଢ଼ିଗଲେ ପୋଲିସ

କଟକ,୧୯।୧୨: ପୋଲିସ ବାବୁଙ୍କ ଦବଙ୍ଗଗିରି। ଯୁବକଙ୍କୁ ଅଟକାଇ ନିର୍ଧୂମ ପିଟିଲେ। ପରେ ଗୋଇଠା ମାରି ରାସ୍ତାଉପରେ ପକାଇ ପିଠି ଉପରେ ଚପଲ ମାଡ଼ି ଚଢ଼ିଗଲେ। ପୋଲିସ ଗୋଡ଼ ଦେଇ ଚଢ଼ିବା ସମୟର ଫଟୋ ସୋସିଶାଲ ମିଡିଆରେ ଭାଇରାଲ ହେଉଛି। ଏପରି ଘଟଣା ଘଟିଛି କଟକ ଜିଲା ବାଙ୍କୀ ଅଞ୍ଚଳରେ। ବାଙ୍କୀ ବୈଦେଶ୍ୱର ଥାନା ନିକଟସ୍ଥ ବ୍ରିଜ ନିକଟରେ ରାତିରେ ପୋଲିସ ଟିମ ପାଟ୍ରୋଲିଂ କରୁଥିଲେ। ବୈଦେଶ୍ୱର ଥାନା ଅଧିକାରୀ ପ୍ରିୟ ଦର୍ଶନ ସେଠୀ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। […] The post ଅଟକାଇ ନିର୍ଧୂମ ପିଟିଲେ, ପିଠି ଉପରେ ଚପଲ ମାଡ଼ି ଚଢ଼ିଗଲେ ପୋଲିସ appeared first on Dharitri Odia News.

ଅଟକାଇ ନିର୍ଧୂମ ପିଟିଲେ, ପିଠି ଉପରେ ଚପଲ ମାଡ଼ି ଚଢ଼ିଗଲେ ପୋଲିସ

କଟକ,୧୯।୧୨: ପୋଲିସ ବାବୁଙ୍କ ଦବଙ୍ଗଗିରି। ଯୁବକଙ୍କୁ ଅଟକାଇ ନିର୍ଧୂମ ପିଟିଲେ। ପରେ ଗୋଇଠା ମାରି ରାସ୍ତାଉପରେ ପକାଇ ପିଠି ଉପରେ ଚପଲ ମାଡ଼ି ଚଢ଼ିଗଲେ। ପୋଲିସ ଗୋଡ଼ ଦେଇ ଚଢ଼ିବା ସମୟର ଫଟୋ ସୋସିଶାଲ ମିଡିଆରେ ଭାଇରାଲ ହେଉଛି। ଏପରି ଘଟଣା ଘଟିଛି କଟକ ଜିଲା ବାଙ୍କୀ ଅଞ୍ଚଳରେ।

ବାଙ୍କୀ ବୈଦେଶ୍ୱର ଥାନା ନିକଟସ୍ଥ ବ୍ରିଜ ନିକଟରେ ରାତିରେ ପୋଲିସ ଟିମ ପାଟ୍ରୋଲିଂ କରୁଥିଲେ। ବୈଦେଶ୍ୱର ଥାନା ଅଧିକାରୀ ପ୍ରିୟ ଦର୍ଶନ ସେଠୀ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ଏହି ସମୟରେ ଜଣେ ଅଭିଯୁକ୍ତ ସେହି ରାସ୍ତା ଦେଇ ବାଇକରେ ଯାଉଥିଲେ। ବୈଦେଶ୍ୱର ଥାନାର ପୁଲିସ କର୍ମଚାରୀ ଅଭିଯୁକ୍ତଙ୍କୁ ଅଟକାଇଥିଲେ। ପରେ ଅଭିଯୁକ୍ତ ଓ ପୁଲିସ କର୍ମଚାରୀଙ୍କ ମଧ୍ୟରେ ବଚସା ହୋଇଥିଲା।

ପୋଲିସ କର୍ମଚାରୀ ଅଭିଯୁକ୍ତଙ୍କୁ ନିର୍ଧୂମ ପିଟିଲେ। ପରେ ବୈଦେଶ୍ୱର ଥାନା ଅଧିକାରୀ ପ୍ରିୟ ଦର୍ଶନ ସେଠୀ ଅଭିଯୁକ୍ତଙ୍କୁ ଟାଣି ଆଣି ଗୋଇଠା ମାରି ତଳେ ପକାଇ ଦେଇଥିଲେ। ପ ଅଭିଯୁକ୍ତଙ୍କ ପିଠି ଉପରେ ଗୋଡ଼ ରଖି ପକେଟରୁ ବନ୍ଧୁକ କାଢ଼ି ଧମକ ଦେଇଥିଲେ। ସେହି ସମୟର ଫଟୋ ସୋଦସିଆଲ ମିଡିଆରେ ଭାଇରାଲ ହେଉଛି।

The post ଅଟକାଇ ନିର୍ଧୂମ ପିଟିଲେ, ପିଠି ଉପରେ ଚପଲ ମାଡ଼ି ଚଢ଼ିଗଲେ ପୋଲିସ appeared first on Dharitri Odia News.