ବିକ୍ରାନ୍ତ ମେସିଙ୍କୁ ଇଣ୍ଡିଆନ୍‌ ଫିଲ୍ମ ପର୍ସନାଲିଟି ଅଫ୍‌ ଦି ଇୟର ପୁରସ୍କାର

ନୂଆଦିଲ୍ଲୀ,୧ା୧୨: ୫୫ତମ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଅଫ୍‌ ଇଣ୍ଡିଆ (ଆଇଏଫ୍‌ଏଫ୍‌ଆଇ ୨୦୨୪) ଗୋଆର ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ ଇନ୍‌ଡୋର ଷ୍ଟାଡିୟମରେ ଗୁରୁବାର ଉଦ୍‌ଯାପିତ ହୋଇଯାଇଛି। ଶେଷଦିନରେ ଫିଲିପ୍‌ ନୋୟସେଙ୍କୁ ସତ୍ୟଜିତ ରାୟ ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ ଆଓ୍ବାର୍ଡ ପ୍ରଦାନ କରାଯାଇଥିବାବେଳେ ବିକ୍ରାନ୍ତ ମେସିଙ୍କୁ ଇଣ୍ଡିଆନ୍‌ ଫିଲ୍ମ ପର୍ସନାଲିଟି ଅଫ୍‌ ଦି ଇୟର ପୁରସ୍କାର ଦିଆଯାଇଛି। ରେକର୍ଡ ସଂଖ୍ୟକ ୧୧,୩୩୨ ଜଣ ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ୩୪ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରତିନିଧିଙ୍କ ସମେତ ୨୮ ଦେଶରୁ ପ୍ରତିନିଧି […] The post ବିକ୍ରାନ୍ତ ମେସିଙ୍କୁ ଇଣ୍ଡିଆନ୍‌ ଫିଲ୍ମ ପର୍ସନାଲିଟି ଅଫ୍‌ ଦି ଇୟର ପୁରସ୍କାର appeared first on Dharitri Odia News.

ବିକ୍ରାନ୍ତ ମେସିଙ୍କୁ ଇଣ୍ଡିଆନ୍‌ ଫିଲ୍ମ ପର୍ସନାଲିଟି ଅଫ୍‌ ଦି ଇୟର ପୁରସ୍କାର

ନୂଆଦିଲ୍ଲୀ,୧ା୧୨: ୫୫ତମ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଅଫ୍‌ ଇଣ୍ଡିଆ (ଆଇଏଫ୍‌ଏଫ୍‌ଆଇ ୨୦୨୪) ଗୋଆର ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ ଇନ୍‌ଡୋର ଷ୍ଟାଡିୟମରେ ଗୁରୁବାର ଉଦ୍‌ଯାପିତ ହୋଇଯାଇଛି। ଶେଷଦିନରେ ଫିଲିପ୍‌ ନୋୟସେଙ୍କୁ ସତ୍ୟଜିତ ରାୟ ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ ଆଓ୍ବାର୍ଡ ପ୍ରଦାନ କରାଯାଇଥିବାବେଳେ ବିକ୍ରାନ୍ତ ମେସିଙ୍କୁ ଇଣ୍ଡିଆନ୍‌ ଫିଲ୍ମ ପର୍ସନାଲିଟି ଅଫ୍‌ ଦି ଇୟର ପୁରସ୍କାର ଦିଆଯାଇଛି।
ରେକର୍ଡ ସଂଖ୍ୟକ ୧୧,୩୩୨ ଜଣ ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ୩୪ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରତିନିଧିଙ୍କ ସମେତ ୨୮ ଦେଶରୁ ପ୍ରତିନିଧି ସାମିଲ ହୋଇଥିଲେ। ଫିଲ୍ମ ବଜାରରେ ୪୨ ଦେଶରୁ ୧,୮୭୬ ପ୍ରତିନିଧି ଭାଗ ନେଇଥିଲେ। ଉତ୍ସବରେ ୫୦୦ କୋଟିରୁ ଊର୍ଦ୍ଧ୍ୱ ବ୍ୟବସାୟ ହୋଇଛି। ଟେକ୍‌ ପାଭିଲିୟନରେ ୧୫ଟି ଶିଳ୍ପ ସହଯୋଗୀ ସାମିଲ ହୋଇଥିଲେ। ବିଭିନ୍ନ ଶିଳ୍ପସଂସ୍ଥାରୁ ୧୫.୩୬ କୋଟି ଟଙ୍କାର ସ୍ପୋନ୍‌ସରଶିପ୍‌ ମିଳିଥିଲା।

The post ବିକ୍ରାନ୍ତ ମେସିଙ୍କୁ ଇଣ୍ଡିଆନ୍‌ ଫିଲ୍ମ ପର୍ସନାଲିଟି ଅଫ୍‌ ଦି ଇୟର ପୁରସ୍କାର appeared first on Dharitri Odia News.