ଆଇପିଏଲ୍‌ ପୂର୍ବରୁ ନୂଆ ଲୁକ୍‌ରେ କିଙ୍ଗ୍‌ କୋହଲି, ‘ଆଇବ୍ରୋ କଟ୍‌’ ଦେଖି…

ନୂଆଦିଲ୍ଲୀ,୧୯।୩: ଦୀର୍ଘ ଦୁଇ ମାସର ବ୍ୟବଧାନ ପରେ କ୍ରିକେଟ ମଇଦାନକୁ ଫେରିବାକୁ ଯାଉଛନ୍ତି ବିରାଟ କୋହଲି। ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଜବରଦସ୍ତ ପ୍ରଦର୍ଶନ ଲାଗି ସେ ପୂରା ପ୍ରସ୍ତୁତ। ଏହା ପୂର୍ବରୁ ତାଙ୍କର ନୂଆ ଲୁକ୍‌ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକୁ ଦେଖି ଆର୍‌ସିବି ପ୍ରଶଂସକମାନେ ‘କିଲର୍‌’ ବୋଲି କହିବା ଆରମ୍ଭ କରିଛନ୍ତି। ତେବେ ନୂଆ ଟୁର୍ନମେଣ୍ଟ ନଚେତ ସିରିଜ ଲାଗି ନିଜର ମେକ୍‌ଓଭର ପରମ୍ପରାକୁ କୋହଲି ଜାରି ରଖି ନୂଆ ଲୁକ୍‌ କ୍ରିଏଟ୍‌ କରିଛନ୍ତି। […] The post ଆଇପିଏଲ୍‌ ପୂର୍ବରୁ ନୂଆ ଲୁକ୍‌ରେ କିଙ୍ଗ୍‌ କୋହଲି, ‘ଆଇବ୍ରୋ କଟ୍‌’ ଦେଖି… appeared first on Dharitri Odia News.

ଆଇପିଏଲ୍‌ ପୂର୍ବରୁ ନୂଆ ଲୁକ୍‌ରେ କିଙ୍ଗ୍‌ କୋହଲି, ‘ଆଇବ୍ରୋ କଟ୍‌’ ଦେଖି…

ନୂଆଦିଲ୍ଲୀ,୧୯।୩: ଦୀର୍ଘ ଦୁଇ ମାସର ବ୍ୟବଧାନ ପରେ କ୍ରିକେଟ ମଇଦାନକୁ ଫେରିବାକୁ ଯାଉଛନ୍ତି ବିରାଟ କୋହଲି। ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଜବରଦସ୍ତ ପ୍ରଦର୍ଶନ ଲାଗି ସେ ପୂରା ପ୍ରସ୍ତୁତ। ଏହା ପୂର୍ବରୁ ତାଙ୍କର ନୂଆ ଲୁକ୍‌ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକୁ ଦେଖି ଆର୍‌ସିବି ପ୍ରଶଂସକମାନେ ‘କିଲର୍‌’ ବୋଲି କହିବା ଆରମ୍ଭ କରିଛନ୍ତି। ତେବେ ନୂଆ ଟୁର୍ନମେଣ୍ଟ ନଚେତ ସିରିଜ ଲାଗି ନିଜର ମେକ୍‌ଓଭର ପରମ୍ପରାକୁ କୋହଲି ଜାରି ରଖି ନୂଆ ଲୁକ୍‌ କ୍ରିଏଟ୍‌ କରିଛନ୍ତି।

ଆଇପିଏଲ୍‌ ୨୦୨୪ ପୂର୍ବରୁ କୋହଲିଙ୍କୁ ଖ୍ୟାତନାମା ସେଲିବ୍ରିଟି ହେୟାରଷ୍ଟାଇଲିସ୍‌ ଆଲିମ ହକିମ ନୂଆ ଲୁକ୍‌ ଦେଇଛନ୍ତି। ଏହାର ଫଟୋ ହେୟାରଷ୍ଟାଇଲିଷ୍ଟ ନିଜର ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ବିଶେଷକରି କୋହଲି ନିଜର ଆଇବ୍ରୋ କାଟିଥିବାରୁ ତାହା ଚର୍ଚ୍ଚାରେ ରହିଛି। ଆଗାମୀ ଆଇପିଏଲ୍‌ରେ ଏହି ଲୁକ୍‌ର ନକଲ କିଛି ପ୍ରଶଂସକ ନିଶ୍ଚିତ ଭାବେ କରିବେ ବୋଲି କୁହାଯାଉଛି।

କହିରଖୁଛୁ, ଆର୍‌ସିବି ଚେନ୍ନାଇ ବିପକ୍ଷରେ ଆଇପିଏଲ୍‌ର ପ୍ରଥମ ମ୍ୟାଚ୍‌ ଖେଳିବ। ବୁଧବାର ଟିମ୍‌ ପ୍ରାରମ୍ଭିକ ମ୍ୟାଚ୍‌ ଲାଗି ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।

 

View this post on Instagram

 

A post shared by Aalim Hakim (@aalimhakim)

The post ଆଇପିଏଲ୍‌ ପୂର୍ବରୁ ନୂଆ ଲୁକ୍‌ରେ କିଙ୍ଗ୍‌ କୋହଲି, ‘ଆଇବ୍ରୋ କଟ୍‌’ ଦେଖି… appeared first on Dharitri Odia News.