୧୭ରେ କୃଷକ ମହାପଞ୍ଚାୟତ
ବରଗଡ଼,୧୩।୩(ପ୍ରେମାନନ୍ଦ ଖମାରୀ): ଆସନ୍ତା ୧୭ତାରିଖରେ ବରଗଡ ଜିଲା ସୟାଁ ଖେଳ ପଡ଼ିଆରେ କୃଷକ ମହାପଞ୍ଚାୟତ ହେବ। ଏଥିପାଇଁ ଜିଲାର ସମସ୍ତ ଗାଁ ଗାଁରେ ଜୋରଦାର ପ୍ରସ୍ତୁତି ଚାଲିଛି l ଚାଷୀମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟସ୍ତରର ଚାଷୀ ନେତାମାନେ ଯୋଗଦେବେ। ସେହିପରି ସୋହେଲା ବ୍ଲକ ଶହୀଦ ମାଧୋ ସିଂ କୃଷକ ସଂଗଠନ ଘେଁସ ପକ୍ଷରୁ ମଧ୍ୟ ଅଞ୍ଚଳର ବିଭିନ୍ନ ଗ୍ରାମରେ ଜୋରସୋରରେ ପ୍ରସ୍ତୁତି ବୈଠକ ଚାଲିଛି । ଚାଷୀଙ୍କ ମୁଖ୍ୟ ସମସ୍ୟା […] The post ୧୭ରେ କୃଷକ ମହାପଞ୍ଚାୟତ appeared first on Dharitri Odia News.
ବରଗଡ଼,୧୩।୩(ପ୍ରେମାନନ୍ଦ ଖମାରୀ): ଆସନ୍ତା ୧୭ତାରିଖରେ ବରଗଡ ଜିଲା ସୟାଁ ଖେଳ ପଡ଼ିଆରେ କୃଷକ ମହାପଞ୍ଚାୟତ ହେବ। ଏଥିପାଇଁ ଜିଲାର ସମସ୍ତ ଗାଁ ଗାଁରେ ଜୋରଦାର ପ୍ରସ୍ତୁତି ଚାଲିଛି l ଚାଷୀମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟସ୍ତରର ଚାଷୀ ନେତାମାନେ ଯୋଗଦେବେ।
ସେହିପରି ସୋହେଲା ବ୍ଲକ ଶହୀଦ ମାଧୋ ସିଂ କୃଷକ ସଂଗଠନ ଘେଁସ ପକ୍ଷରୁ ମଧ୍ୟ ଅଞ୍ଚଳର ବିଭିନ୍ନ ଗ୍ରାମରେ ଜୋରସୋରରେ ପ୍ରସ୍ତୁତି ବୈଠକ ଚାଲିଛି । ଚାଷୀଙ୍କ ମୁଖ୍ୟ ସମସ୍ୟା ହେଲା, ପ୍ରତି ଗାଁରେ ସମସ୍ତ ଜମିକୁ ଜଳସେଚନ କରିବା। ଜଳସେଚନର ସୁବିଧା ନ ଥିବାରୁ ସରକାରଙ୍କ ପକ୍ଷରୁ ଗଭୀର ନଳକୂପ ଖୋଲାଯାଇଛି। ଯଦ୍ୱାରା ବିଦ୍ୟୁତ ବିଲର ସମସ୍ୟା ଦେଖାଯାଉଛି l ଚଳିତ ଖରିଫରେ ଘେଁସ ଅଞ୍ଚଳରେ ମରୁଡି ପରିସ୍ଥିତି ହୋଇଥିଲା। ଅତିରିକ୍ତ ତହସିଲଦାର ଏବଂ ବ୍ଲକ କୃଷି ଅଧିକାରୀ ଆସି ମରୁଡି ଅଞ୍ଚଳ ପରିଦର୍ଶନ କରିଥିଲେ ଏବଂ ମରୁଡି ହୋଇଥିବା ସ୍ବୀକାର କରିଥିଲେ । ତଥାପି ଚାଷୀମାନଙ୍କୁ ଇନ୍ପୁଟ ସହାୟତା କିମ୍ବା ଇନ୍ସ୍ୟୁରାନ୍ସ ଟଙ୍କା ଏପର୍ଯ୍ୟନ୍ତ ମିଳି ନାହିଁ, ଯଦ୍ୱାରା ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
ଘେଁସ ଅଞ୍ଚଳକୁ ମରୁଡି ଘୋଷଣା କରାଯାଇ ତୁରନ୍ତ ଇନ୍ପୁଟ ଏବଂ ଇନ୍ସ୍ୟୁରାନ୍ସ ଟଙ୍କା ଦିଆଯାଉ ବୋଲି ଚାଷୀମାନେ ଦାବି କରିଛନ୍ତି । ମହାପଞ୍ଚାୟତ ପାଇଁ ହେଉଥିବା ପ୍ରସ୍ତୁତି ବୈଠକରେ ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ର, ଅଜିତ ଶତପଥି, ମାଧୋ ସିଂ କୃଷକ ସଂଗଠନର ମୁରଲୀ ଭୋଇ, ପ୍ରଭାତ ସାହୁ, ପ୍ରେମରାଜ ସାହୁ, କ୍ଷୀରୋଦ୍ର ପଟେଲ, ଅରକ୍ଷିତ ମହାକୁଡ଼, ଅରୁଣ ବାରିକ, ପ୍ରକାଶ ତ୍ରିପାଠୀ ଏବଂ ଲକ୍ଷପତି ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
The post ୧୭ରେ କୃଷକ ମହାପଞ୍ଚାୟତ appeared first on Dharitri Odia News.