ଏମିତି ବି ମୃତ୍ୟୁ ଆସେ, ପ୍ରବଚନ ଦେଉଥିବା ବେଳେ ଟଳିପଡ଼ିଲେ
ସାବରଙ୍ଗ/ବାସୁଦେବପୁର,୧।୪ (କାଳିପଦ ରାୟ/ନାରାୟଣ ପ୍ରସାଦ ବାରିକ): ଏମିତି ବି ମୃତ୍ୟୁ ଆସେ। ପ୍ରବଚନ ଦେଉଥିବା ବେଳେ ଟଳିପଡ଼ିଲେ ପ୍ରବଚକ। ସୋମବାର ରାତିରେ ଭଦ୍ରକ ଜିଲା ସାବରଙ୍ଗ ଥାନା ଅଧୀନ ସାହାଡ଼ା ଗ୍ରାମରେ ଏଭଳି ଦୁଃଖଦ ଘଟଣା ଘଟିଛି। ମୃତକ ହେଲେ ବାସୁଦେବପୁର ବ୍ଲକ ଅଧୀନ ଅଢୁଅଁା ପଞ୍ଚାୟତ ଧାତାପୁରର ପ୍ରବଚକ ଗୋପାଳ ପ୍ରସାଦ ବେଜ(୬୫)। ଶ୍ରୀରାମ ନବମୀ ଉପଲକ୍ଷେ ସାହାଡ଼ା ଗ୍ରାମସ୍ଥିତ ପାବନପୀଠ ରାମ ମନ୍ଦିର ପରିସରରେ ନବରାତ୍ର ପାରାୟଣ ଚାଲିଥିଲା। ଏହି ଉପଲକ୍ଷେ ପ୍ରବଚକ ଗୋପାଳ […] The post ଏମିତି ବି ମୃତ୍ୟୁ ଆସେ, ପ୍ରବଚନ ଦେଉଥିବା ବେଳେ ଟଳିପଡ଼ିଲେ appeared first on Dharitri Odia News.
ସାବରଙ୍ଗ/ବାସୁଦେବପୁର,୧।୪ (କାଳିପଦ ରାୟ/ନାରାୟଣ ପ୍ରସାଦ ବାରିକ): ଏମିତି ବି ମୃତ୍ୟୁ ଆସେ। ପ୍ରବଚନ ଦେଉଥିବା ବେଳେ ଟଳିପଡ଼ିଲେ ପ୍ରବଚକ। ସୋମବାର ରାତିରେ ଭଦ୍ରକ ଜିଲା ସାବରଙ୍ଗ ଥାନା ଅଧୀନ ସାହାଡ଼ା ଗ୍ରାମରେ ଏଭଳି ଦୁଃଖଦ ଘଟଣା ଘଟିଛି। ମୃତକ ହେଲେ ବାସୁଦେବପୁର ବ୍ଲକ ଅଧୀନ ଅଢୁଅଁା ପଞ୍ଚାୟତ ଧାତାପୁରର ପ୍ରବଚକ ଗୋପାଳ ପ୍ରସାଦ ବେଜ(୬୫)।
ଶ୍ରୀରାମ ନବମୀ ଉପଲକ୍ଷେ ସାହାଡ଼ା ଗ୍ରାମସ୍ଥିତ ପାବନପୀଠ ରାମ ମନ୍ଦିର ପରିସରରେ ନବରାତ୍ର ପାରାୟଣ ଚାଲିଥିଲା। ଏହି ଉପଲକ୍ଷେ ପ୍ରବଚକ ଗୋପାଳ ରାମଚରିତ ମାନସ ଉପରେ ପ୍ରବଚନ ଦେଉଥିଲେ। ରାତି ପ୍ରାୟ ୯ଟା ୩୦ ବେଳେ ପ୍ରବଚନ ଦେଉଥିବା ସମୟରେ ତାଙ୍କୁ ପ୍ରବଳ କାଶ ହେବା ସହ ଧଇଁସଇଁ ହୋଇ ଟଳି ପଡ଼ିଥିଲେ। ମନ୍ଦିର କମିଟିର କର୍ମକର୍ତ୍ତାମାନେ ତାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମଙ୍ଗଳବାର ତାଙ୍କ ମୃତଦେହ ପୈତୃକ ଗ୍ରାମ ଧାତାପୁରରେ ପହଞ୍ଚତ୍ବା ପରେ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇ ଶେଷକୃତ୍ୟ କରାଯାଇଛି। ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ, ସାମାଜିକ କର୍ମୀ ଉଦୟ ନାରାୟଣ ମଲ୍ଲିକ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ନିରାକାର ପରିଡ଼ା, ପୂର୍ବତନ ସରପଞ୍ଚ ଗିରିଶ ସାମଲ, ପ୍ରଫୁଲ୍ଲ ବିଶ୍ୱାଳ, ମୁକ୍ତିକାନ୍ତ ବାରିକ, ଦୁଃଶାସନ ରାଉତ, ସରପଞ୍ଚଙ୍କ ପ୍ରତିନିଧି ଗୌରାଙ୍ଗ ମଳିକ, ରତିକାନ୍ତ ରାୟ ପ୍ରମୁଖ ଶେଷଦର୍ଶନ କରିଥିଲେ।
The post ଏମିତି ବି ମୃତ୍ୟୁ ଆସେ, ପ୍ରବଚନ ଦେଉଥିବା ବେଳେ ଟଳିପଡ଼ିଲେ appeared first on Dharitri Odia News.