ରାଜନୀତିରେ ହଇଚଇ, ଅମରେଶଙ୍କ ସସ୍ପେଣ୍ଡ ପରେ ମୁହଁ ଖୋଲିଲେ…
ଭୁବନେଶ୍ୱର,୨୭।୭: ବିଜେଡିର କର୍ପୋରେଟର ଅମରେଶ ଜେନାଙ୍କୁ ଦଳରୁ ସସ୍ପେଣ୍ଡ କରାଯାଇଛି। ଏହି ଘଟଣାକୁ ନେଇ ଭୁବନେଶ୍ୱର ଜିଲା ବିଜେଡି ସଭାପତି ଅଶୋକ ଚନ୍ଦ୍ର ପଣ୍ଡା ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଏକ ସମ୍ବେଦନଶୀଳ ଅଭିଯୋଗକୁ ନେଇ ଅମରେଶ ଜେନାଙ୍କ ବିରୋଧରେ ଜିଲା ସଭାପତି ଭାବେ ଦଳୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲି। ଅମରେଶ ଜେନାଙ୍କୁ ଗିରଫ କରାଯିବା ମାତ୍ରେ ଦଳ ତୁରନ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି, ବୋଲି ସେ କହିିଛନ୍ତି। ଅଶୋକ […] The post ରାଜନୀତିରେ ହଇଚଇ, ଅମରେଶଙ୍କ ସସ୍ପେଣ୍ଡ ପରେ ମୁହଁ ଖୋଲିଲେ… appeared first on Dharitri Odia News.
ଭୁବନେଶ୍ୱର,୨୭।୭: ବିଜେଡିର କର୍ପୋରେଟର ଅମରେଶ ଜେନାଙ୍କୁ ଦଳରୁ ସସ୍ପେଣ୍ଡ କରାଯାଇଛି। ଏହି ଘଟଣାକୁ ନେଇ ଭୁବନେଶ୍ୱର ଜିଲା ବିଜେଡି ସଭାପତି ଅଶୋକ ଚନ୍ଦ୍ର ପଣ୍ଡା ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଏକ ସମ୍ବେଦନଶୀଳ ଅଭିଯୋଗକୁ ନେଇ ଅମରେଶ ଜେନାଙ୍କ ବିରୋଧରେ ଜିଲା ସଭାପତି ଭାବେ ଦଳୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲି। ଅମରେଶ ଜେନାଙ୍କୁ ଗିରଫ କରାଯିବା ମାତ୍ରେ ଦଳ ତୁରନ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି, ବୋଲି ସେ କହିିଛନ୍ତି।
ଅଶୋକ ଆହୁରି କହିଛନ୍ତି, ବିଜେଡି ସର୍ବଦା ମହିଳାଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଆସିଛି। ଏହି ଘଟଣା ଏକ ସ୍ପର୍ଶକାତର ମାମଲା ହୋଇଥିବାରୁ ଦଳୀୟ ଶୃଙ୍ଖଳା କମିଟି ଏହାର ତଦନ୍ତ କରିବ। କର୍ମ ଫଳ ସମସ୍ତଙ୍କୁ ଭୋଗିବାକୁ ପଡ଼ିବ। ସେ ଜୋର ଦେଇ କହିଛନ୍ତି ଯେ, ଅମରେଶ ଜେନାଙ୍କ ନିଲମ୍ବନ ଦଳର ସମ୍ମାନ ଓ ସ୍ଥିତି ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ଆଇନ ନିଜର ବାଟରେ ଚାଲିବ ଏବଂ ବିଜେଡି ନାରୀ ସୁରକ୍ଷା ଓ ନ୍ୟାୟ ପାଇଁ ସବୁବେଳେ ପ୍ରତିଶ୍ରୁତିବଦ୍ଧ, ବୋଲି ସେ ଉଲ୍ଲେଖ କରିଛନ୍ତି।
ସୂଚନାଯୋଗ୍ୟ, ଅମରେଶ ଜେନାଙ୍କ ବିରୋଧରେ ଜଣେ ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର, ଗର୍ଭନଷ୍ଟ କରିବା ଏବଂ ହତ୍ୟା ଧମକ ଦେବା ଅଭିଯୋଗରେ ବାଲେଶ୍ୱରରୁ ପୋଲିସ ତାଙ୍କୁ ଗିରଫ କରିଛି। ଏହା ପୂର୍ବରୁ ତାଙ୍କର ୫ ଜଣ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଏହି ଘଟଣା ରାଜ୍ୟ ରାଜନୀତିରେ ତୀବ୍ର ଚର୍ଚ୍ଚାର ବିଷୟ ହୋଇଛି।
The post ରାଜନୀତିରେ ହଇଚଇ, ଅମରେଶଙ୍କ ସସ୍ପେଣ୍ଡ ପରେ ମୁହଁ ଖୋଲିଲେ… appeared first on Dharitri Odia News.