ଆଦିତ୍ୟ ମହାପାତ୍ର କିଏ? ଯିଏ ନବୀନଙ୍କ ବ୍ୟକ୍ତିଗତ ସଚିବ ଭାବେ ହେଲେ ନିଯୁକ୍ତ

ଭୁବନେଶ୍ୱର,୨ା୭: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବେ ଆଦିତ୍ୟ ମହାପାତ୍ରଙ୍କୁ ନିଯୁକ୍ତି ଦିଆଯାଇଛି। ପୂର୍ବରୁ ଆଦିତ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଥିଲେ। ଏବେ ସେ ନବୀନଙ୍କ ବ୍ୟକ୍ତିଗତ ସଚିବ ନିଯୁକ୍ତ ହୋଇଛନ୍ତି। ଆଦିତ୍ୟ ହେଉଛନ୍ତି ଜଣେ ଓଏଏସ୍‌ ଅଧିକାରୀ। ସେ ଆଇଆଇଟି କାନପୁରରୁ ଏମଟେକ୍‌ ଏବଂ ଆଇଆଇଟି ଖଡଗପୁରରୁ ଏମ୍‌ବିଏ କରିଛନ୍ତି। ନିକଟରେ ୨୦୨୪ ବିଧାନସଭା ନିର୍ବାଚନରେ ବିଜେଡିର ନେତୃତ୍ୱାଧୀନ ନୂତନ ସରକାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାରେ […] The post ଆଦିତ୍ୟ ମହାପାତ୍ର କିଏ? ଯିଏ ନବୀନଙ୍କ ବ୍ୟକ୍ତିଗତ ସଚିବ ଭାବେ ହେଲେ ନିଯୁକ୍ତ appeared first on Dharitri Odia News.

ଆଦିତ୍ୟ ମହାପାତ୍ର କିଏ? ଯିଏ ନବୀନଙ୍କ ବ୍ୟକ୍ତିଗତ ସଚିବ ଭାବେ ହେଲେ ନିଯୁକ୍ତ

ଭୁବନେଶ୍ୱର,୨ା୭: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବେ ଆଦିତ୍ୟ ମହାପାତ୍ରଙ୍କୁ ନିଯୁକ୍ତି ଦିଆଯାଇଛି। ପୂର୍ବରୁ ଆଦିତ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଥିଲେ। ଏବେ ସେ ନବୀନଙ୍କ ବ୍ୟକ୍ତିଗତ ସଚିବ ନିଯୁକ୍ତ ହୋଇଛନ୍ତି। ଆଦିତ୍ୟ ହେଉଛନ୍ତି ଜଣେ ଓଏଏସ୍‌ ଅଧିକାରୀ। ସେ ଆଇଆଇଟି କାନପୁରରୁ ଏମଟେକ୍‌ ଏବଂ ଆଇଆଇଟି ଖଡଗପୁରରୁ ଏମ୍‌ବିଏ କରିଛନ୍ତି।

ନିକଟରେ ୨୦୨୪ ବିଧାନସଭା ନିର୍ବାଚନରେ ବିଜେଡିର ନେତୃତ୍ୱାଧୀନ ନୂତନ ସରକାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାରେ ବିରୋଧୀ ଦଳର ନେତା ଭାବରେ ନିଯୁକ୍ତ ହୋଇଛନ୍ତି।
ବିଧାନସଭା ନିର୍ବାଚନରେ ନିର୍ବାଚିତ ହୋଇଥିବା ବିଜେଡି ବିଧାୟକମାନେ ଦଳର ସୁପ୍ରିମୋଙ୍କୁ ବିରୋଧି ଦଳ ନେତା ଏବଂ ବିଜେଡି ବିଧାନସଭା ଦଳର ନେତା ଭାବରେ ମନୋନୀତ କରିଥିଲେ। ମୁଖ୍ୟମନ୍ତ୍ରୀ ଭାବରେ ୨୪ ବର୍ଷ ଶାସନ କରିବା ପରେ ନବୀନ ବର୍ତ୍ତମାନ ଓଡ଼ିଶା ବିଧାନସଭାରେ ବିରୋଧୀ ନେତା ଭୂମିକା ଲିଭାଉଛନ୍ତି।

The post ଆଦିତ୍ୟ ମହାପାତ୍ର କିଏ? ଯିଏ ନବୀନଙ୍କ ବ୍ୟକ୍ତିଗତ ସଚିବ ଭାବେ ହେଲେ ନିଯୁକ୍ତ appeared first on Dharitri Odia News.