ବନ୍ଧୁକ ଦେଖାଇ ମଦଭାଟିରୁ ଦୁର୍ବୃତ୍ତ ଲୁଟିନେଲେ ୭ ଲକ୍ଷରୁ ଅଧିକ ଟଙ୍କା

ଧର୍ମଗଡ଼,୩୧ା୧(ଆକାଶ କୁମାର ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ସହର ଭୀମଖୋଜପଡ଼ାସ୍ଥିତ ଦେଶୀ ମଦଭାଟିରୁ ଗୁରୁବାର ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତ ହୋଇଛି। ୧୦ରୁ ଊର୍ଦ୍ଧ୍ୱ ଡକାୟତ ଭାଟି କର୍ମଚାରୀଙ୍କୁ ପିସ୍ତଲ ଦେଖାଇ ପ୍ରାୟ ୭ ଲକ୍ଷଙ୍ରୁ ଊର୍ଦ୍ଧ୍ୱ ଟଙ୍କା ଲୁଟ୍‌ କରିଥିବା ଜଣାପଡିଛି। ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେଠାରୁ ଏକ ଦେଶୀ ପିସ୍ତଲ, ମାରଣାସ୍ତ୍ର ଜବତ କରିବା ସହ ଦୁଇ ଡକାୟତଙ୍କୁ ଧରି ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ଶୁକ୍ରବାର […] The post ବନ୍ଧୁକ ଦେଖାଇ ମଦଭାଟିରୁ ଦୁର୍ବୃତ୍ତ ଲୁଟିନେଲେ ୭ ଲକ୍ଷରୁ ଅଧିକ ଟଙ୍କା appeared first on Dharitri Odia News.

ବନ୍ଧୁକ ଦେଖାଇ ମଦଭାଟିରୁ ଦୁର୍ବୃତ୍ତ ଲୁଟିନେଲେ ୭ ଲକ୍ଷରୁ ଅଧିକ ଟଙ୍କା

ଧର୍ମଗଡ଼,୩୧ା୧(ଆକାଶ କୁମାର ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ସହର ଭୀମଖୋଜପଡ଼ାସ୍ଥିତ ଦେଶୀ ମଦଭାଟିରୁ ଗୁରୁବାର ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତ ହୋଇଛି। ୧୦ରୁ ଊର୍ଦ୍ଧ୍ୱ ଡକାୟତ ଭାଟି କର୍ମଚାରୀଙ୍କୁ ପିସ୍ତଲ ଦେଖାଇ ପ୍ରାୟ ୭ ଲକ୍ଷଙ୍ରୁ ଊର୍ଦ୍ଧ୍ୱ ଟଙ୍କା ଲୁଟ୍‌ କରିଥିବା ଜଣାପଡିଛି। ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେଠାରୁ ଏକ ଦେଶୀ ପିସ୍ତଲ, ମାରଣାସ୍ତ୍ର ଜବତ କରିବା ସହ ଦୁଇ ଡକାୟତଙ୍କୁ ଧରି ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ଶୁକ୍ରବାର ସକାଳେ ଘଟଣାସ୍ଥଳରେ ପୋଲିସ ଏସ୍‌ପିଙ୍କ ସହ ସାଇଣ୍ଟିଫିକ୍‌ ଟିମ୍‌ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

The post ବନ୍ଧୁକ ଦେଖାଇ ମଦଭାଟିରୁ ଦୁର୍ବୃତ୍ତ ଲୁଟିନେଲେ ୭ ଲକ୍ଷରୁ ଅଧିକ ଟଙ୍କା appeared first on Dharitri Odia News.