ଅଖରୋଟ୍ ଖାଇଲେ ମିଳେ ଏସବୁ ଫାଇଦା
ଅଖରୋଟ୍ ଏପରି ଏକ ଶୁଖିଲା ଫଳ, ଯାହା ଏହାକୁ ଖାଇବା ଦ୍ୱାରା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଅନେକ ଲାଭ ମିଳିବ। ନିକଟରେ ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ, ଯେଉଁମାନେ ପ୍ରତିଦିନ ଅଖରୋଟ୍ ଖାଉଛନ୍ତି। ସେମାନଙ୍କର ହୃଦ୍ଘାତ ଜନିତ ରୋଗ ହେବାର ଆଶଙ୍କା କମ ଥାଏ। ଏଥିରେ ଥିବା କ୍ୟାଲ୍ସିୟମ, ଭିଟାମିନ୍, ମିନେରାଲ୍ସ ଏବଂ ପ୍ରୋଟିନ ଆମ ଶରୀରକୁ ସୁସ୍ଥ କରିଥାଏ। ଏହି ଶୁଖିଲା ଫଳ ଖାଇବା ଦ୍ୱାରା ଆପଣଙ୍କ ଶରୀରକୁ କ’ଣ ଲାଭ ମିଳିଥାଏ ଜାଣନ୍ତୁ… ହାଡ଼ରେ […] The post ଅଖରୋଟ୍ ଖାଇଲେ ମିଳେ ଏସବୁ ଫାଇଦା appeared first on Dharitri Odia News.
ଅଖରୋଟ୍ ଏପରି ଏକ ଶୁଖିଲା ଫଳ, ଯାହା ଏହାକୁ ଖାଇବା ଦ୍ୱାରା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଅନେକ ଲାଭ ମିଳିବ। ନିକଟରେ ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ, ଯେଉଁମାନେ ପ୍ରତିଦିନ ଅଖରୋଟ୍ ଖାଉଛନ୍ତି। ସେମାନଙ୍କର ହୃଦ୍ଘାତ ଜନିତ ରୋଗ ହେବାର ଆଶଙ୍କା କମ ଥାଏ। ଏଥିରେ ଥିବା କ୍ୟାଲ୍ସିୟମ, ଭିଟାମିନ୍, ମିନେରାଲ୍ସ ଏବଂ ପ୍ରୋଟିନ ଆମ ଶରୀରକୁ ସୁସ୍ଥ କରିଥାଏ। ଏହି ଶୁଖିଲା ଫଳ ଖାଇବା ଦ୍ୱାରା ଆପଣଙ୍କ ଶରୀରକୁ କ’ଣ ଲାଭ ମିଳିଥାଏ ଜାଣନ୍ତୁ…
ହାଡ଼ରେ ସବୁବେଳେ ଯନ୍ତ୍ରଣା ହେଉଥିଲେ ଖାଲି ପେଟରେ ପ୍ରତିଦିନ ସକାଳେ ଭିଜାଇଥିବା ଅଖରୋଟ୍ ଖାଆନ୍ତୁ।
ଅଖରୋଟ୍ରେ ଥିବା ଆଣ୍ଟିଅକ୍ସିଡାଣ୍ଟ୍ ଏବଂ ଭିଟାମିନ ବି-୬ ଆପଣଙ୍କ ଚର୍ମର ସ୍ବାସ୍ଥ୍ୟ ପାଇଁ ପ୍ରଭାବଶାଳୀ। ଏହା ଆପଣଙ୍କ ତ୍ୱଚାରେ ଚମକ ଆଣେ।
ଯେଉଁମାନଙ୍କର ସବୁକିଛି ଭୁଲିଯିବାର ଅଭ୍ୟାସ ଅଛି, ଏହି ଶୁଖିଲା ଫଳକୁ ସେମାନଙ୍କ ଖାଦ୍ୟରେ ସାମିଲ କରିବା ଉଚିତ୍। ଏଥିରେ ଥିବା ଓମେଗା-୩ ଫ୍ୟାଟି ଏସିଡ୍ ଏବଂ ଭିଟାମିନ ଇ ପରି ପୁଷ୍ଟିକର ଖାଦ୍ୟ ଆପଣଙ୍କ ମସ୍ତିଷ୍କକୁ ସୁସ୍ଥ ରଖିଥାଏ। ଅଖରୋଟ୍ ଖାଇବା ଦ୍ୱାରା ମସ୍ତିଷ୍କରେ ରକ୍ତ ସଞ୍ଚାଳନ ବଢ଼ିଥାଏ, ଯେଉଁ କାରଣରୁ ଅମ୍ଳଜାନ ସହଜରେ ମସ୍ତିଷ୍କରେ ପହଞ୍ଚେ।
ମଧୁମେହ ରୋଗୀଙ୍କ ପାଇଁ ଅଖରୋଟ୍ ଅତ୍ୟନ୍ତ ଲାଭଦାୟକ ବୋଲି ପ୍ରମାଣିତ ହୁଏ। ବାସ୍ତବରେ ଅଖରୋଟ୍ ରକ୍ତରେ ଥିବା ଶର୍କରା ସ୍ତରକୁ ନିୟନ୍ତ୍ରଣ କରିଥାଏ, ଯାହା ଟାଇପ-୨ ମଧୁମେହର ଆଶଙ୍କା ହ୍ରାସ କରିଥାଏ।
ଦିନସାରା ସକ୍ରିୟ ରହିବାକୁ ପ୍ରତିଦିନ ସକାଳେ ଖାଲି ପେଟରେ ୫-୬ ଭିଜାଇଥିବା ଅଖରୋଟ୍ ଖାଆନ୍ତୁ। ଏହା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇପାରେ।
The post ଅଖରୋଟ୍ ଖାଇଲେ ମିଳେ ଏସବୁ ଫାଇଦା appeared first on Dharitri Odia News.