ପ୍ରାଇଭେଟ୍ ଚାକିରିରେ ମିଳିବ ସଂରକ୍ଷଣ, ଏମିତି ଟୁଇଟ୍ କରି ଡିଲିଟ୍ କଲେ ମୁଖ୍ୟମନ୍ତ୍ରୀ: ଆଉ ତା’ପରେ…
ବେଙ୍ଗାଲୁରୁ,୧୭।୭: କର୍ନାଟକର ଘରୋଇ କମ୍ପାନୀଗୁଡିକରେ ଗ୍ରୁପ ସି ଏବଂ ଡିରେ ସ୍ଥାନୀୟ ଲୋକଙ୍କୁ ୧୦୦% ସଂରକ୍ଷଣ ପ୍ରଦାନ ନିଷ୍ପତ୍ତି ବିବାଦ ଘେରକୁ ଆସିଛି। ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ସୋସିଆଲ ମିଡିଆରେ ଏହି ଘୋଷଣା କରିଥିଲେ। କିନ୍ତୁ ୨୪ ଘଣ୍ଟା ମଧ୍ୟରେ ସେ ଏହି ପୋଷ୍ଟକୁ ହଟାଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ପୋଷ୍ଟ ହଟାଇବା ପରେ ରାଜ୍ୟ ଶ୍ରମ ମନ୍ତ୍ରୀ ସନ୍ତୋଷ ଏସ୍ ଲାଡ ବୁଧବାର ସ୍ପଷ୍ଟୀକରଣ ଦେଇଛନ୍ତି, କର୍ନାଟକରେ ଘରୋଇ କମ୍ପାନୀଗୁଡିକର ଚାକିରିରେ ସଂରକ୍ଷଣ ନନ୍-ମ୍ୟାନେଜ୍ମେଣ୍ଟ ପଦବୀ ପାଇଁ ୭୦% […] The post ପ୍ରାଇଭେଟ୍ ଚାକିରିରେ ମିଳିବ ସଂରକ୍ଷଣ, ଏମିତି ଟୁଇଟ୍ କରି ଡିଲିଟ୍ କଲେ ମୁଖ୍ୟମନ୍ତ୍ରୀ: ଆଉ ତା’ପରେ… appeared first on Dharitri Odia News.
ବେଙ୍ଗାଲୁରୁ,୧୭।୭: କର୍ନାଟକର ଘରୋଇ କମ୍ପାନୀଗୁଡିକରେ ଗ୍ରୁପ ସି ଏବଂ ଡିରେ ସ୍ଥାନୀୟ ଲୋକଙ୍କୁ ୧୦୦% ସଂରକ୍ଷଣ ପ୍ରଦାନ ନିଷ୍ପତ୍ତି ବିବାଦ ଘେରକୁ ଆସିଛି। ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ସୋସିଆଲ ମିଡିଆରେ ଏହି ଘୋଷଣା କରିଥିଲେ। କିନ୍ତୁ ୨୪ ଘଣ୍ଟା ମଧ୍ୟରେ ସେ ଏହି ପୋଷ୍ଟକୁ ହଟାଇ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ପୋଷ୍ଟ ହଟାଇବା ପରେ ରାଜ୍ୟ ଶ୍ରମ ମନ୍ତ୍ରୀ ସନ୍ତୋଷ ଏସ୍ ଲାଡ ବୁଧବାର ସ୍ପଷ୍ଟୀକରଣ ଦେଇଛନ୍ତି, କର୍ନାଟକରେ ଘରୋଇ କମ୍ପାନୀଗୁଡିକର ଚାକିରିରେ ସଂରକ୍ଷଣ ନନ୍-ମ୍ୟାନେଜ୍ମେଣ୍ଟ ପଦବୀ ପାଇଁ ୭୦% ଏବଂ ମ୍ୟାନେଜ୍ମେଣ୍ଟ ଲେବ୍ଲ୍ ପଦବୀ ପାଇଁ ୫୦% ସୀମିତ ରହିଛି। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରାଇଭେଟ୍ ଚାକିରିରେ ୧୦୦% ସଂରକ୍ଷଣ ଘୋଷଣା କରାଯାଇଛି।
ସିଦ୍ଧରମୈୟା କ୍ୟାବିନେଟ ଏଥିପାଇଁ ନିୟମ ପ୍ରସ୍ତୁତ କରିଛନ୍ତି। ମନ୍ତ୍ରିମଣ୍ଡଳ ଦ୍ୱାରା ମଧ୍ୟ ଏହି ବିଲ ପାରିତ ହୋଇଛି। ଜୁଲାଇ ୧୮ରେ ଏହା ବିଧାନସଭାରେ ଉପସ୍ଥାପିତ ହେବ। ତେବେ ଏହାପୂର୍ବରୁ ମଧ୍ୟ ବଡ ଶିଳ୍ପଗୁଡିକ ଏହାକୁ ବିରୋଧ କରିଛନ୍ତି।
କର୍ନାଟକର ଶ୍ରମ ମନ୍ତ୍ରୀ ତଥା କଂଗ୍ରେସ ନେତା ସନ୍ତୋଷ ଏସ ଲାଡ ରାଜ୍ୟର ଘରୋଇ କ୍ଷେତ୍ରରେ ଚାକିରି ସଂରକ୍ଷଣ ସମ୍ପର୍କରେ ଘୋଷଣା ପରେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ ସ୍ପଷ୍ଟ କରିଛନ୍ତି,କର୍ନାଟକରେ ବେସରକାରୀ କମ୍ପାନୀଗୁଡିକରେ ସଂରକ୍ଷଣର ସୀମା ନନ୍-ମ୍ୟାନେଜ୍ମେଣ୍ଟ ଭୂମିକା ପାଇଁ ୭୦ ପ୍ରତିଶତ ଏବଂ ପରିଚାଳନା ସ୍ତରୀୟ ପଦବୀ ପାଇଁ ୫୦ ପ୍ରତିଶତ ଅଟେ। ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ପ୍ରଥମେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଘରୋଇ ଚାକିରିରେ ୧୦୦ ପ୍ରତିଶତ ସଂରକ୍ଷଣ ଘୋଷଣା କରିଥିଲେ।
The post ପ୍ରାଇଭେଟ୍ ଚାକିରିରେ ମିଳିବ ସଂରକ୍ଷଣ, ଏମିତି ଟୁଇଟ୍ କରି ଡିଲିଟ୍ କଲେ ମୁଖ୍ୟମନ୍ତ୍ରୀ: ଆଉ ତା’ପରେ… appeared first on Dharitri Odia News.