ଛାତ ଉପରେ ମହୁଲ ଶୁଖାଇବାକୁ ଯାଇଥିଲେ, ମୁକୁଳା ସର୍ଭିସ ତାର ନେଇଗଲା ଜୀବନ
ଆନନ୍ଦପୁର, ୩।୪(ସୁଶାନ୍ତ କୁମାର ସାହୁ): ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି । ଏଭଳି ଦୁଃଖଦ ଘଟଣା ଆନନ୍ଦପୁର ଥାନା କଣ୍ଟିପାଳ ପଞ୍ଚାୟତ କଣ୍ଟିପାଳ ପଇତାପାଣି ଗ୍ରାମରେ ଦେଖିବାକୁ ମିଳିଛି । ଖବରରୁ ପ୍ରକାଶ ଯେ, ଗୁରୁବାର ସକାଳ ୮ଟା ସମୟରେ ପଇତାପାଣି ଗ୍ରାମର ରବୀନ୍ଦ୍ର ପାତ୍ର (୫୮) ଛାତ ଉପରକୁ ମହୁଲ ଶୁଖାଇବାକୁ ଯାଇଥିଲେ। ଏହି ସମୟରେ ଅଜଣାତରେ ଘର ଛାତ ଉପରେ ଯାଇଥିବା ମୁକୁଳା ସର୍ଭିସ ତାର ସଂସ୍ପର୍ଶରେ ଆସି […] The post ଛାତ ଉପରେ ମହୁଲ ଶୁଖାଇବାକୁ ଯାଇଥିଲେ, ମୁକୁଳା ସର୍ଭିସ ତାର ନେଇଗଲା ଜୀବନ appeared first on Dharitri Odia News.
ଆନନ୍ଦପୁର, ୩।୪(ସୁଶାନ୍ତ କୁମାର ସାହୁ): ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି । ଏଭଳି ଦୁଃଖଦ ଘଟଣା ଆନନ୍ଦପୁର ଥାନା କଣ୍ଟିପାଳ ପଞ୍ଚାୟତ କଣ୍ଟିପାଳ ପଇତାପାଣି ଗ୍ରାମରେ ଦେଖିବାକୁ ମିଳିଛି ।
ଖବରରୁ ପ୍ରକାଶ ଯେ, ଗୁରୁବାର ସକାଳ ୮ଟା ସମୟରେ ପଇତାପାଣି ଗ୍ରାମର ରବୀନ୍ଦ୍ର ପାତ୍ର (୫୮) ଛାତ ଉପରକୁ ମହୁଲ ଶୁଖାଇବାକୁ ଯାଇଥିଲେ। ଏହି ସମୟରେ ଅଜଣାତରେ ଘର ଛାତ ଉପରେ ଯାଇଥିବା ମୁକୁଳା ସର୍ଭିସ ତାର ସଂସ୍ପର୍ଶରେ ଆସି ଶିଡି ତଳକୁ ଖସି ପଡିଥିଲେ। ପରିବାରଲୋକେ ରବୀନ୍ଦ୍ରଙ୍କୁ ସଙ୍ଗେ ସଙ୍ଗେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ l ରବୀନ୍ଦ୍ରଙ୍କ ମୃତ୍ୟୁ ଖବର ଶୁଣି ପରିବାରରେ ଶୋକର ଛାୟା ଖେଳି ଯାଇଛି l
The post ଛାତ ଉପରେ ମହୁଲ ଶୁଖାଇବାକୁ ଯାଇଥିଲେ, ମୁକୁଳା ସର୍ଭିସ ତାର ନେଇଗଲା ଜୀବନ appeared first on Dharitri Odia News.