ଆମ୍ବାଗୁଡା ରାସ୍ତାରେ ୪ ଭାଲୁ
ଜୟପୁର, ୮ା୧ (ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁର ବ୍ଲକରେ ଭାଲୁ ଆତଙ୍କ ଦେଖାଦେଇଛି। ଏନେଇ ଜୟପୁର ବନାଞ୍ଚଳର ଆମ୍ବାଗୁଡା, କୁମୁଲିପୁଟ, ପୁଟ୍ରା, ହାଡିଆ, ସିନ୍ଧିଗାଁରେ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ୪ଟି ଭାଲୁ ରାତିରେ ଗ୍ରାମାଞ୍ଚଳଗୁଡିକରେ ବୁଲୁଛନ୍ତି। ଚାରି ଦିନ ହେବ ଏହି ଭାଲୁଗୁଡିକ ଜଙ୍ଗଲ ଛାଡି ଗ୍ରାମ ଓ ସହରାଞ୍ଚଳ ମୁହାଁ ହୋଇଛନ୍ତି। ଖବର ପାଇ ବନ ବିଭାଗ ପାଟ୍ରୋଲିଂ କରିବା ସହ ଭୟଭୀତ ନ ହେବାକୁ ଗ୍ରାମବାସୀଙ୍କୁ ପରାମର୍ଶ ଦେଇଛି। ଦିନ ହେଉ କି […] The post ଆମ୍ବାଗୁଡା ରାସ୍ତାରେ ୪ ଭାଲୁ appeared first on Dharitri Odia News.
ଜୟପୁର, ୮ା୧ (ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁର ବ୍ଲକରେ ଭାଲୁ ଆତଙ୍କ ଦେଖାଦେଇଛି। ଏନେଇ ଜୟପୁର ବନାଞ୍ଚଳର ଆମ୍ବାଗୁଡା, କୁମୁଲିପୁଟ, ପୁଟ୍ରା, ହାଡିଆ, ସିନ୍ଧିଗାଁରେ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ୪ଟି ଭାଲୁ ରାତିରେ ଗ୍ରାମାଞ୍ଚଳଗୁଡିକରେ ବୁଲୁଛନ୍ତି। ଚାରି ଦିନ ହେବ ଏହି ଭାଲୁଗୁଡିକ ଜଙ୍ଗଲ ଛାଡି ଗ୍ରାମ ଓ ସହରାଞ୍ଚଳ ମୁହାଁ ହୋଇଛନ୍ତି। ଖବର ପାଇ ବନ ବିଭାଗ ପାଟ୍ରୋଲିଂ କରିବା ସହ ଭୟଭୀତ ନ ହେବାକୁ ଗ୍ରାମବାସୀଙ୍କୁ ପରାମର୍ଶ ଦେଇଛି। ଦିନ ହେଉ କି ରାତି ଭାଲୁ ରାସ୍ତାରେ ବୁଲୁଛନ୍ତି। ସନ୍ଧ୍ୟା ହେବା ମାତ୍ରେ ଭୟରେ ଗ୍ରାମବାସୀ ବାହାରକୁ ବାହାରୁନାହାନ୍ତି। ଫଳରେ ଆମ୍ବାଗୁଡା ରାସ୍ତା ଦେଇ ଯାତାୟାତ କରୁଥିବା ଯାତ୍ରୀ ରାତିରେ ଘରକୁ ନ ଫେରି ଆଉ ଏକ ଗ୍ରାମରେ ଆଶ୍ରୟ ନେଉଛନ୍ତି। ରାତିରେ ଉକ୍ତ ରାସ୍ତା ଉପରେ ୪ଟି ଭାଲୁ ଶୋଇ ରହୁଛନ୍ତି। ବନ ବିଭାଗ ପକ୍ଷରୁ ଗ୍ରାମବାସୀଙ୍କୁ ସଚେତନ କରାଯାଇଛି। ରାତ୍ରକାଳୀନ ପାଟ୍ରୋଲିଂକୁ କଡାକଡି କରାଯାଇଥିବା ଜୟପୁର ବନାଞ୍ଚଳ ଅଧିକାରୀ ସଚ୍ଚିଦାନନ୍ଦ ପରିଡା ଓ ବନପାଳ ରଞ୍ଜିତା ନାୟକ କହିଛନ୍ତି।
The post ଆମ୍ବାଗୁଡା ରାସ୍ତାରେ ୪ ଭାଲୁ appeared first on Dharitri Odia News.