ସ୍କୁଲ ଛାତ୍ରୀଙ୍କୁ ଅସଦାଚରଣ ଅଭିଭାବକଙ୍କ ରେଳରୋକ
ଥାଣେ : କଲକତା ମହିଳା ଟ୍ରେନିଂ ଡାକ୍ତରଙ୍କୁ ବିଭତ୍ସ ହତ୍ୟା ଘଟଣାର ତାତି ନ ଥମୁଣୁ ପୁଣି ମହାରାଷ୍ଟ୍ରରେ ବଦଲା ପୁରରେ ଏକ ନର୍ସରୀ ସ୍କୁଲରେ ଘଟିଛି ପୁଣି ଏକ ଲଜ୍ଜାକର ଘଟଣା I ନର୍ସରୀ ସ୍କୁଲର ୨ ଶିଶୁକନ୍ୟାଙ୍କୁ ଦିଆଯାଇଛି ଯୌନ ନିର୍ଯାତନା I ଏହି ଘଟଣାକୁ ନେଇ ଜୋରଦାର ବିକ୍ଷୋଭ କରିଛନ୍ତି ଶତାଧିକ ଅଭିଭାବକ। ବିକ୍ଷୋଭକାରୀଙ୍କୁ ରେଳ ଧାରଣାରୁ ଉଠାଇବା ବେଳେ ପୁଲିସ୍ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଛି। ଏପରି କି ପୁଲିସ୍ ଉପରକୁ […]

ଥାଣେ : କଲକତା ମହିଳା ଟ୍ରେନିଂ ଡାକ୍ତରଙ୍କୁ ବିଭତ୍ସ ହତ୍ୟା ଘଟଣାର ତାତି ନ ଥମୁଣୁ ପୁଣି ମହାରାଷ୍ଟ୍ରରେ ବଦଲା ପୁରରେ ଏକ ନର୍ସରୀ ସ୍କୁଲରେ ଘଟିଛି ପୁଣି ଏକ ଲଜ୍ଜାକର ଘଟଣା I ନର୍ସରୀ ସ୍କୁଲର ୨ ଶିଶୁକନ୍ୟାଙ୍କୁ ଦିଆଯାଇଛି ଯୌନ ନିର୍ଯାତନା I ଏହି ଘଟଣାକୁ ନେଇ ଜୋରଦାର ବିକ୍ଷୋଭ କରିଛନ୍ତି ଶତାଧିକ ଅଭିଭାବକ। ବିକ୍ଷୋଭକାରୀଙ୍କୁ ରେଳ ଧାରଣାରୁ ଉଠାଇବା ବେଳେ ପୁଲିସ୍ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଛି। ଏପରି କି ପୁଲିସ୍ ଉପରକୁ ମଧ୍ୟ ବିକ୍ଷୋଭକାରୀ ପଥର ମାଡ଼ କରିଛନ୍ତି। ସେହିପରି ଘଟଣା ଘଟିଥିବା ସ୍କୁଲରେ ମଧ୍ୟ ବ୍ୟାପକ ଭଙ୍ଗାରୁଜା ହୋଇଛି।
ସୂଚନା ଅନୁସାରେ,୧୪ ତାରିଖ ଦିନ ବଦଲାପୁରରେ ଥିବା ଏକ ପ୍ରତିଷ୍ଠିତ ନର୍ସରୀ ସ୍କୁଲରେ ୨ ଜଣ ୪ ବର୍ଷୀୟ ଶିଶୁକନ୍ୟାକୁ ବାଥରୁମ ଭିତରେ ସ୍କୁଲର ଝାଡୁଦାର ଅକ୍ଷୟ ସିଂଦେ ଅସଦାଚରଣ କରିଥିବାର ଅଭିଯୋଗ ହୋଇଥିଲା I ଚୁକ୍ତିଭିତ୍ତିକ ଭିତ୍ତିରେ ବିଦ୍ୟାଳୟ ତାଙ୍କୁ ନିଯୁକ୍ତି ଦେଇଥିଲା ବୋଲି ଜଣା ପଡ଼ିଛି । ପୀଡିତାଙ୍କ ପରିବାର ଘଟଣା ସମ୍ପର୍କରେ ଜାଣିବା ପରେ ସ୍କୁଲ ବିରୋଧରେ ୧୬ ତାରିଖରେ ଥାନାରେ ମାମଲା ରୁଜୁ କରିବାକୁ ଯାଇଥିବା ବେଳେ କୌଣସି ସହଯୋଗ ମିଳିନଥିଲା। ଏହି ଘଟଣାକୁ ୬ ଦିନ ବିତିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ପ୍ରକୃତ ଦୋଷୀ ଧରାପଡ଼ି ନଥିବାରୁ ଉତ୍ତ୍ୟକ୍ତ ଶହ ଶହ ଅଭିଭାବକ ରେଳ ଧାରଣା ଉପରେ ବସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦୋଷୀକୁ ଗିରଫ ଦାବିରେ ଟ୍ରେନ ଚଳାଚଳକୁ ସମ୍ପୂର୍ଣ୍ଣ ଠପ୍ କରି ଦେଇଛନ୍ତି ଅଭିଭାବକ ଏବଂ ସ୍ଥାନୀୟ ଲୋକେ । ଫଳରେ ବଦଲାପୁର ରେଳ ଷ୍ଟେସନରେ ଅନେକ ସ୍ଥାନୀୟ ଟ୍ରେନ୍ ଅଟକି ରହିଛି । ବିକ୍ଷୋଭକାରୀମାନେ ମୁମ୍ବାଇ ଯାଉଥିବା ଟ୍ରେନର ଟ୍ରାକକୁ ଅବରୋଧ କରିଥିଲେ । ଲୋକମାନେ ବିଦ୍ୟାଳୟ କର୍ତୁପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି
ସେଣ୍ଟ୍ରାଲ ରେଲୱେ ଅଧିକାରୀ କହିଛନ୍ତି ଯେ ଉଭୟ ଦିଗରେ ଟ୍ରେନ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ପାଞ୍ଚଟି ଏକ୍ସପ୍ରେସ ଟ୍ରେନର ଗତି ପଥ ବଦଳା ଯାଇଛି । ପାଞ୍ଚଟି ଏକ୍ସପ୍ରେସ ଟ୍ରେନ କରଜାଟ-ପାନଭେଲ ମାର୍ଗ ଦେଇ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲକୁ ଯାଇଛି ।
ଘଟଣା ପରେ ସ୍କୁଲ ପ୍ରଶାସନ ପକ୍ଷରୁ ସ୍କୁଲର ଅଧ୍ୟକ୍ଷ, ପିଲାଙ୍କ କ୍ଲାସ ଟିଚର ଏବଂ ମହିଳା ଆଟେଡାଣ୍ଟଙ୍କୁ ନିଲମ୍ବିତ କରାଯାଇଛି। ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ କର୍ମଚାରୀ ମାନଙ୍କୁ ପଚରାଉଚରା କରିଛି ପୁଲିସ। ଏହାପରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ଲୋକମାନେ ଆଜି ଧାରଣା ଦେଇ ରେଳ ରୋକ କରିଥିଲେ। ଉତ୍ତେଜନାକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ସ୍ଥାନୀୟ ପୁଲିସ ଏହି ଘଟଣାରେ ସ୍କୁଲ ଆଟେଡାଣ୍ଟ ଅକ୍ଷୟ ସିନ୍ଦେଙ୍କୁ ଗିରଫ କରିଛି।