ବରଗଡ଼ର ଗୌରବ ବବିତା, ଡାକ୍ତର ହେବାକୁ ରଖିଛନ୍ତି ଲକ୍ଷ୍ୟ

ବରଗଡ଼,୩ା୫(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା(ମାଟ୍ରିକ) ପରୀକ୍ଷାଫଳରେ ବରଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ବବିତା ରଥ ୫୮୪ମାର୍କ (୯୭.୩୩ ପ୍ରତିଶତ) ରଖି ରାଜ୍ୟରେ ଟପ୍ପର ହୋଇଛନ୍ତି। ଡାକ୍ତର ହେବାକୁ ସେ ଲକ୍ଷ୍ୟ ରଖିଥିବା ବବିତା କହିଛନ୍ତି। ବବିତା ମାତୃଭାଷା ଓଡିଆରେ ୯୭, ଇଂରାଜୀରେ ୯୮, ସଂସ୍କୃତରେ ୯୮, ଗଣିତରେ ୯୮, ସାଧାରଣ ବିଜ୍ଞାନରେ ୯୮ ଏବଂ ସାମାଜିକ ବିଜ୍ଞାନରେ ୯୫ ମାର୍କ ରଖିଛନ୍ତି। ସେ ଆହୁରି କହିଛନ୍ତି, ପଢ଼ିବା ପାଇଁ […] The post ବରଗଡ଼ର ଗୌରବ ବବିତା, ଡାକ୍ତର ହେବାକୁ ରଖିଛନ୍ତି ଲକ୍ଷ୍ୟ appeared first on Dharitri Odia News.

ବରଗଡ଼ର ଗୌରବ ବବିତା, ଡାକ୍ତର ହେବାକୁ ରଖିଛନ୍ତି ଲକ୍ଷ୍ୟ

ବରଗଡ଼,୩ା୫(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା(ମାଟ୍ରିକ) ପରୀକ୍ଷାଫଳରେ ବରଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ବବିତା ରଥ ୫୮୪ମାର୍କ (୯୭.୩୩ ପ୍ରତିଶତ) ରଖି ରାଜ୍ୟରେ ଟପ୍ପର ହୋଇଛନ୍ତି। ଡାକ୍ତର ହେବାକୁ ସେ ଲକ୍ଷ୍ୟ ରଖିଥିବା ବବିତା କହିଛନ୍ତି। ବବିତା ମାତୃଭାଷା ଓଡିଆରେ ୯୭, ଇଂରାଜୀରେ ୯୮, ସଂସ୍କୃତରେ ୯୮, ଗଣିତରେ ୯୮, ସାଧାରଣ ବିଜ୍ଞାନରେ ୯୮ ଏବଂ ସାମାଜିକ ବିଜ୍ଞାନରେ ୯୫ ମାର୍କ ରଖିଛନ୍ତି।

ସେ ଆହୁରି କହିଛନ୍ତି, ପଢ଼ିବା ପାଇଁ ସେଭଳି କିଛି ନିର୍ଦ୍ଦିଷ୍ଟ ସମୟସୀମା ଚୂଡ଼ାନ୍ତ କରି ନଥିଲି। ହେଲେ ପ୍ରତ୍ୟେକ ଦିନ ସବୁ ବିଷୟ ପ୍ରତି ଧ୍ୟାନ ଦେଉଥିଲି। ପ୍ରତ୍ୟେକ ବିଷୟ ଉପରେ ପଢ଼ିବା ପାଇଁ ନିୟମିତ ଏକ ଟାର୍ଗେଟ ରଖୁଥିଲି ଏବଂ ତାହା ସରିବା ପର୍ଯ୍ୟନ୍ତ ପଢୁଥିଲି। ଆଗରୁ ଉଭୟ ତୃତୀୟ ଓ ପଞ୍ଚମ ଶ୍ରେଣୀରେ ବୃତ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛି। ସେହିପରି ପଠାଣି ସାମନ୍ତ, ବ୍ରହ୍ମଗୁପ୍ତ ପରୀକ୍ଷାରେ ମଧ୍ୟ କୃତକାର୍ଯ୍ୟ ହୋଇଛି। ସଂସ୍କୃତ ବିଷୟରେ ଶତ ପ୍ରତିଶତ ମାର୍କ ପାଇବି ବୋଲି ଆଶା ରଖିଥିଲି। କିନ୍ତୁ ୯୮ମାର୍କ ରଖିଛି। ବାପା ସନ୍ତୋଷ ଏକ ବହି ଦୋକାନ କରିଥିବା ବେଳେ ମା’ ରୀନା ଗୃହିଣୀ ଅଟନ୍ତି ବୋଲି ବବିତା କହିଛନ୍ତି।

The post ବରଗଡ଼ର ଗୌରବ ବବିତା, ଡାକ୍ତର ହେବାକୁ ରଖିଛନ୍ତି ଲକ୍ଷ୍ୟ appeared first on Dharitri Odia News.