ଗୋ’ସେବକଙ୍କୁ ଆକ୍ରମଣ କଲେ ଗୋଚାଲାଣକାରୀ

ଅନୁଗୋଳ,୨୨ା୩(ମାନସ ବିଶ୍ୱାସ): ଅନୁଗୋଳ ଜିଲାର ଛେଣ୍ଡିପଦା ଥାନା ଗୋଳାଗଡିଆ ଗ୍ରାମ୍ୟ ଜଙ୍ଗଲ ମଧ୍ୟରେ ଗୋଚାଲାଣକାରୀଙ୍କ ଦ୍ବାରା ୧୭୦୦ରୁ ଊର୍ଦ୍ଧ୍ୱ ଗୋରୁ ବେଆଇନ ଚାଲାଣ କରାଯାଉଥିଲା। ଏହାର ଖବର ପାଇ କିଛି ଗୋସେବକ ସେମାନଙ୍କୁ ବିରୋଧ କରିଥିଲେ। ଫଳରେ ଗୋଚାଲଣକାରୀମାନେ ସେମାନଙ୍କୁ ମାରଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରିଥିଲେ। ଯାହା ଦ୍ବାରା ଗୋଳାଗାଡ଼ିଆ ଗ୍ରାମର ପଦ୍ମଚରଣ ଦଣ୍ଡପାଟ୍ଟ ଓ ପରମା ବେହେରା ଗୁରୁତର ହୋଇ ଅନୁଗୋଳ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ପଦ୍ମଚରଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ […] The post ଗୋ’ସେବକଙ୍କୁ ଆକ୍ରମଣ କଲେ ଗୋଚାଲାଣକାରୀ appeared first on Dharitri Odia News.

ଗୋ’ସେବକଙ୍କୁ ଆକ୍ରମଣ କଲେ ଗୋଚାଲାଣକାରୀ

ଅନୁଗୋଳ,୨୨ା୩(ମାନସ ବିଶ୍ୱାସ): ଅନୁଗୋଳ ଜିଲାର ଛେଣ୍ଡିପଦା ଥାନା ଗୋଳାଗଡିଆ ଗ୍ରାମ୍ୟ ଜଙ୍ଗଲ ମଧ୍ୟରେ ଗୋଚାଲାଣକାରୀଙ୍କ ଦ୍ବାରା ୧୭୦୦ରୁ ଊର୍ଦ୍ଧ୍ୱ ଗୋରୁ ବେଆଇନ ଚାଲାଣ କରାଯାଉଥିଲା। ଏହାର ଖବର ପାଇ କିଛି ଗୋସେବକ ସେମାନଙ୍କୁ ବିରୋଧ କରିଥିଲେ। ଫଳରେ ଗୋଚାଲଣକାରୀମାନେ ସେମାନଙ୍କୁ ମାରଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରିଥିଲେ। ଯାହା ଦ୍ବାରା ଗୋଳାଗାଡ଼ିଆ ଗ୍ରାମର ପଦ୍ମଚରଣ ଦଣ୍ଡପାଟ୍ଟ ଓ ପରମା ବେହେରା ଗୁରୁତର ହୋଇ ଅନୁଗୋଳ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ପଦ୍ମଚରଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି। ତେବେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯିବାରୁ ବେଆଇନ ଗୋଚାଲଣକାରୀମାନେ ଗୋରୁଙ୍କୁ ସେଠାରେ ଛାଡ଼ି ଫେରାର ହୋଇଯାଇଥିଲେ। ଏତଲା ପରେ ଏହାକୁ ଆଧାର କରି ପଦକ୍ଷେପ ନିଆଯିବ ବୋଲି ପୋଲିସ ପ୍ରକାଶ କରିଛି।

The post ଗୋ’ସେବକଙ୍କୁ ଆକ୍ରମଣ କଲେ ଗୋଚାଲାଣକାରୀ appeared first on Dharitri Odia News.