ଝାରପଡା ଜେଲ୍ରେ କଏଦୀ ମୃତ୍ୟୁକୁ ନେଇ ଉତ୍ତେଜନା : କ୍ୟାପିଟାଲ ହସ୍ପିଟାଲରେ ପରିବାର ଲୋକଙ୍କ ଧାରଣା
ଭୁବନେଶ୍ବର ୧୮।୧୦: ଝାରପଡା ଜେଲ୍ରେ କଏଦୀ ମୃତ୍ୟୁକୁ ନେଇ ଉତ୍ତେଜନା । କ୍ୟାପିଟାଲ ହସ୍ପିଟାଲରେ ପରିବାର ଲୋକଙ୍କ ବିରୋଧ । ବିଚାରାଧୀନ କଏଦୀ ଜଣଙ୍କ ଦଶପଲ୍ଲା ଅଞ୍ଚଳର ବିଦ୍ୟାଧର ଗୁରୁ । ସେ ଜଣେ ଅଟୋ ଚାଳକ । ଗଞ୍ଜେଇ ବିକ୍ରି ଅଭିଯୋଗରେ ସେ ଝାରପଡ଼ା ଜେଲ୍ ଯାଇଥିଲେ । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣା ପରେ ତୁରନ୍ତ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ଏନେଇ ପରିବାର ଲୋକେ ଖବର ପାଇବା ପରେ ଏହାକୁ ହତ୍ୟା ଅଭିଯୋଗ ଆଣିଛନ୍ତି । ତେବେ ୧୨ ଦିନ ଧରି କଏଦୀ ଜଣଙ୍କ ଜେଲ୍ରେ ରହିଥିଲେ । ସେ ବିଚାରାଧୀନ କାଏଦୀ ଭାବେ ଥିଲେ । ତାଙ୍କର କେମିତି ମୃତ୍ୟୁ ହେଲା ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ତାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପତ୍ନୀ ଅଭିଯୋଗ ଆଣିଛନ୍ତି । ସେ ସୁସ୍ଥ ଥିବାବେଳେ କିଭଳି ତାଙ୍କର ମୃତ୍ୟୁ ହେଲା ସେନେଇ ପରିବାର ଲୋକେ ପ୍ରଶ୍ନ କରିଛନ୍ତି । ପରିବାର ଲୋକେ କ୍ୟାପିଟାଲ ହସ୍ପିଟାଲରେ ନ୍ୟାୟ ପାଇଁ ଦାବି କରିଛନ୍ତି । ତେବେ ହସ୍ପିଟାଲରେ ତାଙ୍କ ପତ୍ନୀଙ୍କ ଠାରୁ ପୂର୍ବରୁ ପୋଲିସ ଦସ୍ତଖତ କରିନେଇଥିଲେ ବୋଲି ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ।You Can Read:ପଞ୍ଜିକରଣ କରିଥିବା ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା ଥିଲା, ଅଧିକ ବ୍ରତଧାରୀ ଆସିବାରୁ ଅବ୍ୟବସ୍ଥା ଦେଖାଦେଲା : ପୃଥ୍ଵୀରାଜ ହରିଚନ୍ଦନ
ଭୁବନେଶ୍ବର ୧୮।୧୦: ଝାରପଡା ଜେଲ୍ରେ କଏଦୀ ମୃତ୍ୟୁକୁ ନେଇ ଉତ୍ତେଜନା । କ୍ୟାପିଟାଲ ହସ୍ପିଟାଲରେ ପରିବାର ଲୋକଙ୍କ ବିରୋଧ । ବିଚାରାଧୀନ କଏଦୀ ଜଣଙ୍କ ଦଶପଲ୍ଲା ଅଞ୍ଚଳର ବିଦ୍ୟାଧର ଗୁରୁ । ସେ ଜଣେ ଅଟୋ ଚାଳକ । ଗଞ୍ଜେଇ ବିକ୍ରି ଅଭିଯୋଗରେ ସେ ଝାରପଡ଼ା ଜେଲ୍ ଯାଇଥିଲେ । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣା ପରେ ତୁରନ୍ତ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ଏନେଇ ପରିବାର ଲୋକେ ଖବର ପାଇବା ପରେ ଏହାକୁ ହତ୍ୟା ଅଭିଯୋଗ ଆଣିଛନ୍ତି ।
ତେବେ ୧୨ ଦିନ ଧରି କଏଦୀ ଜଣଙ୍କ ଜେଲ୍ରେ ରହିଥିଲେ । ସେ ବିଚାରାଧୀନ କାଏଦୀ ଭାବେ ଥିଲେ । ତାଙ୍କର କେମିତି ମୃତ୍ୟୁ ହେଲା ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ତାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପତ୍ନୀ ଅଭିଯୋଗ ଆଣିଛନ୍ତି । ସେ ସୁସ୍ଥ ଥିବାବେଳେ କିଭଳି ତାଙ୍କର ମୃତ୍ୟୁ ହେଲା ସେନେଇ ପରିବାର ଲୋକେ ପ୍ରଶ୍ନ କରିଛନ୍ତି । ପରିବାର ଲୋକେ କ୍ୟାପିଟାଲ ହସ୍ପିଟାଲରେ ନ୍ୟାୟ ପାଇଁ ଦାବି କରିଛନ୍ତି । ତେବେ ହସ୍ପିଟାଲରେ ତାଙ୍କ ପତ୍ନୀଙ୍କ ଠାରୁ ପୂର୍ବରୁ ପୋଲିସ ଦସ୍ତଖତ କରିନେଇଥିଲେ ବୋଲି ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ।
You Can Read: