ରଣେନ୍ଦ୍ର ପ୍ରତାପ ସ୍ୱାଇଁ କାମଚଳା ବାଚସ୍ପତି, ଜୁନ୍ ୧୮ ଏବଂ ୧୯ରେ ଶପଥ ନେବେ ନବନିର୍ବାଚିତ ବିଧାୟକ
ଭୁବନେଶ୍ୱର: ରାଜ୍ୟର ନୂଆ ସରକାର ଗଠନ ସରିଛି । ବୁଧବାର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ତାଙ୍କ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ମଧ୍ୟ ଶେଷ ହୋଇଛି । ଏବେ ଶପଥ ନେବେ ନବନିର୍ବାଚିତ ବିଧାୟକ । ଏଥିପାଇଁ ରାଜ୍ୟପାଳ ଗୁରୁବାର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ କାମଚଳା ବାଚସ୍ପତି ରୂପେ ନିଯୁକ୍ତ କରିଛନ୍ତି ।ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓଡ଼ିଶା ବିଧାନସଭାର ପ୍ରୋ-ଟେମ୍ ବାଚସ୍ପତି ନିଯୁକ୍ତ ହୋଇଛନ୍ତି । ଆସନ୍ତକାଲି ଶୁକ୍ରବାର ସେ ଶପଥ ଗ୍ରହଣ କରିବେ । ଏହାପରେ ଆସନ୍ତା ଜୁନ୍ ୧୮ ଏବଂ ୧୯ରେ ବିଧାନସଭାର ନୂଆ ସଦସ୍ୟମାନଙ୍କୁ ସେ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇବେ । ଏହାପରେ ଜୁନ୍ ୨୦ରେ ବାଚସ୍ପଚି ପଦ ପାଇଁ ନିର୍ବାଚନ ହେବ ।
ଭୁବନେଶ୍ୱର: ରାଜ୍ୟର ନୂଆ ସରକାର ଗଠନ ସରିଛି । ବୁଧବାର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ତାଙ୍କ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ମଧ୍ୟ ଶେଷ ହୋଇଛି । ଏବେ ଶପଥ ନେବେ ନବନିର୍ବାଚିତ ବିଧାୟକ । ଏଥିପାଇଁ ରାଜ୍ୟପାଳ ଗୁରୁବାର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ କାମଚଳା ବାଚସ୍ପତି ରୂପେ ନିଯୁକ୍ତ କରିଛନ୍ତି ।
ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓଡ଼ିଶା ବିଧାନସଭାର ପ୍ରୋ-ଟେମ୍ ବାଚସ୍ପତି ନିଯୁକ୍ତ ହୋଇଛନ୍ତି । ଆସନ୍ତକାଲି ଶୁକ୍ରବାର ସେ ଶପଥ ଗ୍ରହଣ କରିବେ । ଏହାପରେ ଆସନ୍ତା ଜୁନ୍ ୧୮ ଏବଂ ୧୯ରେ ବିଧାନସଭାର ନୂଆ ସଦସ୍ୟମାନଙ୍କୁ ସେ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇବେ । ଏହାପରେ ଜୁନ୍ ୨୦ରେ ବାଚସ୍ପଚି ପଦ ପାଇଁ ନିର୍ବାଚନ ହେବ ।