କଶ୍ମୀର ଶହୀଦ ଦିବସରେ ମେହବୁବାଙ୍କ ସମେତ ବହୁ ନେତା ଗୃହବନ୍ଦୀ
ଶ୍ରୀନଗର,୧୩ା୭: କଶ୍ମୀର ଶହୀଦ ଦିବସରେ ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ଅଧ୍ୟକ୍ଷା ମେହବୁବା ମୁଫ୍ତିଙ୍କ ଜମ୍ମୁ-କଶ୍ମୀରର ବହୁ ରାଜନେତାଙ୍କୁ ପ୍ରଶାସନ ପକ୍ଷରୁ ଗୃହବନ୍ଦୀ ରଖାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ୧୯୩୧ ଜୁଲାଇ ୧୩ରେ ଡୋଗ୍ରା ଶାସକଙ୍କ ସୈନ୍ୟ ୨୨ ଜଣ କଶ୍ମୀରୀଙ୍କୁ ହତ୍ୟା କରିଥିଲେ। ସେଥିପାଇଁ ଉକ୍ତ ଦିନକୁ ଶହୀଦ ଦିବସ ଭାବେ ପାଳନ କରାଯାଇଥାଏ। ଶହୀଦମାନଙ୍କ ସମାଧିସ୍ଥଳ ମାଜେର-ଇ-ଶୁହାଦାକୁ ଯେପରି ରାଜନେତାମାନେ ଯାଇ ନ ପାରିବେ, ସେଥିପାଇଁ ସେମାନଙ୍କୁ ଗୃହବନ୍ଦୀ କରାଯାଇଥିବା ଅଭିଯୋଗ ହୋଇଛି। ଶ୍ରୀନଗରର […] The post କଶ୍ମୀର ଶହୀଦ ଦିବସରେ ମେହବୁବାଙ୍କ ସମେତ ବହୁ ନେତା ଗୃହବନ୍ଦୀ appeared first on Dharitri Odia News.
ଶ୍ରୀନଗର,୧୩ା୭: କଶ୍ମୀର ଶହୀଦ ଦିବସରେ ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ଅଧ୍ୟକ୍ଷା ମେହବୁବା ମୁଫ୍ତିଙ୍କ ଜମ୍ମୁ-କଶ୍ମୀରର ବହୁ ରାଜନେତାଙ୍କୁ ପ୍ରଶାସନ ପକ୍ଷରୁ ଗୃହବନ୍ଦୀ ରଖାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ୧୯୩୧ ଜୁଲାଇ ୧୩ରେ ଡୋଗ୍ରା ଶାସକଙ୍କ ସୈନ୍ୟ ୨୨ ଜଣ କଶ୍ମୀରୀଙ୍କୁ ହତ୍ୟା କରିଥିଲେ। ସେଥିପାଇଁ ଉକ୍ତ ଦିନକୁ ଶହୀଦ ଦିବସ ଭାବେ ପାଳନ କରାଯାଇଥାଏ। ଶହୀଦମାନଙ୍କ ସମାଧିସ୍ଥଳ ମାଜେର-ଇ-ଶୁହାଦାକୁ ଯେପରି ରାଜନେତାମାନେ ଯାଇ ନ ପାରିବେ, ସେଥିପାଇଁ ସେମାନଙ୍କୁ ଗୃହବନ୍ଦୀ କରାଯାଇଥିବା ଅଭିଯୋଗ ହୋଇଛି।
ଶ୍ରୀନଗରର ଖିମ୍ବେରସ୍ଥିତ ବାସଭବନରେ ଗୃହବନ୍ଦୀ ଥିବା ମେହବୁବା ସୋସିଆଲ ମିଡିଆ ଏକ୍ସ’ରେ ନିଜର ଅଭିଯୋଗ ଓ ପ୍ରତିକ୍ରିୟା ରଖିଛନ୍ତି। ତାଙ୍କ ଘର ଫାଟକରେ ତାଲା ପକାଇ ଦିଆଯାଇଥିବା ପିଡିପି ନେତ୍ରୀ କହିଛନ୍ତି। ୯୨ ବର୍ଷ ପୂର୍ବେ କଶ୍ମୀରର ୨୨ ଜଣ ଶାସକଙ୍କ ଅତ୍ୟାଚାର, ଏକଚ୍ଛତ୍ରବାଦ ଓ ଅନ୍ୟାୟକୁ ବିରୋଧ କରି ଶହୀଦ ହୋଇଥିଲେ। ଏହି ଦିନର ଐତିହାସିକ ତଥା ସାଂସ୍କୃତିକ ଗୁରୁତ୍ୱ ରହିଛି। ଶହୀଦମାନଙ୍କ ବଳିଦାନକୁ ଏଭଳି ଚାପିଦେଇ ହେବନାହିଁ ବୋଲି ମେହବୁବା କହିଛନ୍ତି।
ସେହିପରି ପିପୁଲ୍ସ କନ୍ଫରେନ୍ସର ଅଧ୍ୟକ୍ଷ ସାଜଦ ଲୋନ୍ ମଧ୍ୟ ଗୃହବନ୍ଦୀ ଥିବା ଅଭିଯୋଗ କରିଛନ୍ତି। ତାଙ୍କୁ କୌଣସି କାରଣ ନ ଦର୍ଶାଇ ଗୃହବନ୍ଦୀ ରଖାଯାଇଛି। ଶହୀଦଙ୍କ କବରସ୍ଥାନକୁ ଯିବାରେ ଲୋକମାନଙ୍କ ଅଟକାଇବାର କାରଣ କ’ଣ ସେ ବୁଝିପାରୁ ନାହାନ୍ତି ବୋଲି କହିଛନ୍ତି। ନ୍ୟାଶନାଲ କନ୍ଫରେନ୍ସର କଶ୍ମୀର ସଭାପତି ନାସିର ଅସ୍ଲାମ ଓ୍ବାନି ଅନୁରୂପ ପ୍ରତିବନ୍ଧକର ସମ୍ମୁଖୀନ ହୋଇଛନ୍ତି। ତାଙ୍କ ବାସଭବନ ଫାଟକକୁ ତାଲା ପକାଯାଇ ପୋଲିସ ମୁତୟନ କରାଯାଇଛି। ତେବେ ଶହୀଦମାନଙ୍କ ବଳିଦାନ ସବୁବେଳେ ମନେ ରହିବ ବୋଲି ଓ୍ବାନି କହିଛନ୍ତି।
The post କଶ୍ମୀର ଶହୀଦ ଦିବସରେ ମେହବୁବାଙ୍କ ସମେତ ବହୁ ନେତା ଗୃହବନ୍ଦୀ appeared first on Dharitri Odia News.