ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗ, ଜେଲ ଗଲେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ

ଭବାନୀପାଟଣା, ୧।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୁଲ ରାମପୁର ବ୍ଲକ କାଣୀଗୁମା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ (ପିଇଓ) ସନ୍ୟାସୀ ନାୟକଙ୍କୁ ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ଭିଜିଲାନ୍ସ ଗିରଫ କରିଛି। ଗିରଫ କରିବା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ତେବେ ଜାମିନ ନ ମିଳିବାରୁ ପିଇଓ ନାୟକଙ୍କୁ ଶେଷରେ ଜେଲ ଯିବାକୁ ପଡିଛି। ପିଇଓ ନାୟକଙ୍କ ପାଖରେ ପ୍ରାୟ ୬୮ ଲକ୍ଷ ୬ ହଜାର ୨୭୮ ଟଙ୍କା ଆୟବର୍ହିଭୂତ ସମ୍ପତ୍ତି ଠୁଳ ଥିବା […] The post ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗ, ଜେଲ ଗଲେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ appeared first on Dharitri Odia News.

ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗ, ଜେଲ ଗଲେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ

ଭବାନୀପାଟଣା, ୧।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୁଲ ରାମପୁର ବ୍ଲକ କାଣୀଗୁମା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ (ପିଇଓ) ସନ୍ୟାସୀ ନାୟକଙ୍କୁ ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ଭିଜିଲାନ୍ସ ଗିରଫ କରିଛି। ଗିରଫ କରିବା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ତେବେ ଜାମିନ ନ ମିଳିବାରୁ ପିଇଓ ନାୟକଙ୍କୁ ଶେଷରେ ଜେଲ ଯିବାକୁ ପଡିଛି।

ପିଇଓ ନାୟକଙ୍କ ପାଖରେ ପ୍ରାୟ ୬୮ ଲକ୍ଷ ୬ ହଜାର ୨୭୮ ଟଙ୍କା ଆୟବର୍ହିଭୂତ ସମ୍ପତ୍ତି ଠୁଳ ଥିବା ନେଇଁ ଭିଜିଲାନ୍ସ ବିଭାଗ ପକ୍ଷରୁ ଜଣାପଡିଛି। ଏ ନେଇ ଏକ ମାମଲା ନଂ (୨୦/୨୪)ରେ ରୁଜୁ ହୋଇଛି। ସୂଚନାଥାଉ କି, ଗିରଫ ପିଇଓ ସନ୍ୟାସୀ ନାୟକ ସ୍ଥାନୀୟ ପଞ୍ଚାୟତର ଗ୍ରାମସାଥୀଙ୍କଠାରୁ ମନରେଗା ଶ୍ରମିକ ବିଲ କରାଇଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ଗତ ମେ ୨୭ ତାରିଖରେ ଭିଜିଲାନ୍ସ ହାତରେ ଧରାପଡିଥିଲେ। ଭିଜିଲାନ୍ସ ବିଭାଗ ତାଙ୍କୁ ସେତେବେଳେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ଘଟଣା ପରେ ଜିଲା ପ୍ରଶାସନ ପକ୍ଷରୁ ପିଇଓ ନାୟକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା। ଏବେ ପୁଣି ସନ୍ୟାସୀ ଧରାପଡି ଜେଲ ଯିବା ଘଟଣା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।

The post ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗ, ଜେଲ ଗଲେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ appeared first on Dharitri Odia News.