ଅଧାପନ୍ତରିଆ ରାସ୍ତାର ଉଦ୍ଘାଟନ
ବାଲେଶ୍ୱର,୨୦।୩(ମାନସ ବିଶ୍ୱାଳ): ବାଲେଶ୍ୱର ସଦର ବ୍ଲକ ଅଧୀନ କଷାଫଳ ପଞ୍ଚାୟତର ଜନସାଧାରଣଙ୍କ ଦୀର୍ଘଦିନର ଦାବି କ୍ରମେ ଦତ୍ତ ଘର ମୁଖ୍ୟରାସ୍ତାଠାରୁ ଗୌରାଙ୍ଗ ଦଳେଇ ଘର ଦେଇ ସାରଙ୍ଗଦେବ ମନ୍ଦିର ପର୍ଯ୍ୟନ୍ତ ୫ କି.ମି. ରାସ୍ତା ନିର୍ମାଣ କାର୍ଯ୍ୟ ଗତ ଡିସେମ୍ବରଠାରୁ ଆରମ୍ଭ ହୋଇଥିଲା। ୬ କୋଟି ୧୨ଲକ୍ଷ ଟଙ୍କାର ରାସ୍ତା କାର୍ଯ୍ୟାଦେଶ ପାଇଥିବା ଠିକାଦାର ଜଙ୍ଗଲ ଜମିର ଆଳ ଦେଖାଇ ନିର୍ମାଣ ଅଧାଅଧିରୁ ବନ୍ଦ କରିଦେଇଥିଲେ। ନିର୍ବାଚନ ଆଚରଣ ବିଧି ଲାଗୁ ହେବାର ଠିକ୍ ପୂର୍ବରୁ ଉଦ୍ଘାଟନ […] The post ଅଧାପନ୍ତରିଆ ରାସ୍ତାର ଉଦ୍ଘାଟନ appeared first on Dharitri Odia News.
ବାଲେଶ୍ୱର,୨୦।୩(ମାନସ ବିଶ୍ୱାଳ): ବାଲେଶ୍ୱର ସଦର ବ୍ଲକ ଅଧୀନ କଷାଫଳ ପଞ୍ଚାୟତର ଜନସାଧାରଣଙ୍କ ଦୀର୍ଘଦିନର ଦାବି କ୍ରମେ ଦତ୍ତ ଘର ମୁଖ୍ୟରାସ୍ତାଠାରୁ ଗୌରାଙ୍ଗ ଦଳେଇ ଘର ଦେଇ ସାରଙ୍ଗଦେବ ମନ୍ଦିର ପର୍ଯ୍ୟନ୍ତ ୫ କି.ମି. ରାସ୍ତା ନିର୍ମାଣ କାର୍ଯ୍ୟ ଗତ ଡିସେମ୍ବରଠାରୁ ଆରମ୍ଭ ହୋଇଥିଲା। ୬ କୋଟି ୧୨ଲକ୍ଷ ଟଙ୍କାର ରାସ୍ତା କାର୍ଯ୍ୟାଦେଶ ପାଇଥିବା ଠିକାଦାର ଜଙ୍ଗଲ ଜମିର ଆଳ ଦେଖାଇ ନିର୍ମାଣ ଅଧାଅଧିରୁ ବନ୍ଦ କରିଦେଇଥିଲେ। ନିର୍ବାଚନ ଆଚରଣ ବିଧି ଲାଗୁ ହେବାର ଠିକ୍ ପୂର୍ବରୁ ଉଦ୍ଘାଟନ କରାଯାଇଛି। ଜଙ୍ଗଲ ବିଭାଗଠାରୁ ଅନୁମତି ମିଳିଛି କି ନାହିଁ। ପୁଣି ଅଳ୍ପ କିଛି କାମ ପରେ ବନ୍ଦ ହେବାର ଆଶଙ୍କାରେ ଉକ୍ତ ପଞ୍ଚାୟତର ଲୋକମାନେ ଯୁବନେତା ବିକ୍ରମ ପଣ୍ଡାଙ୍କ ନେତୃତ୍ୱରେ ମଙ୍ଗଳବାର ଜିଲା ଗ୍ରାମ୍ୟ ନିର୍ମାଣ ବିଭାଜନ ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ।
ପଞ୍ଚାୟତବାସୀ ନିର୍ବାହୀଯନ୍ତ୍ରୀ ଇଂ. ତପନ କୁମାର ବେହେରାଙ୍କୁ ସାକ୍ଷାତ ସହ ରାସ୍ତା ନିର୍ମାଣକୁ ନେଇ ଉପୁଜିଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ସେମାନଙ୍କ ଅଭିଯୋଗ ଅନୁସାରେ କଷାଫଳ ପଞ୍ଚାୟତର ଜନସାଧାରଣଙ୍କ ଦୀର୍ଘ ଦିନର ଦାବି କ୍ରମେ ରାସ୍ତା ନିର୍ମାଣ କାର୍ଯ୍ୟ ଗତ ଡିସେମ୍ବରଠାରୁ ଆରମ୍ଭ ହୋଇଥିଲା।ପୂର୍ବରୁ ଜଙ୍ଗଲ ଜମି ବାବଦରେ ଅନୁଧ୍ୟାନ ନ କରି ନିର୍ମାଣ କାର୍ଯ୍ୟ କେମିତି ଆରମ୍ଭ ହୋଇଥିଲା। ଆକ୍ରୋଶ ମୂଳକ ଭାବେ ରାସ୍ତାଟକୁ ଅସମ୍ପୂର୍ଣ୍ଣ ରଖାଯାଇଛି। ଅନ୍ୟପକ୍ଷରେ ନିର୍ବାଚନକୁ ଆଖି ଆଗରେ ରଖି ଅସମ୍ପୂର୍ଣ୍ଣ ରାସ୍ତାକୁ ଉଦ୍ଘାଟନ କରିବା ଦୁର୍ଭାଗ୍ୟଜନକ ବୋଲି ଅଭିଯୋଗ କରିଛନ୍ତି। ତୁରନ୍ତ ଜଙ୍ଗଲ ବିଭାଗ ସହିତ ଆଲୋଚନା କରି ଗ୍ରାମବାସୀଙ୍କ ଆପତ୍ତି ସମାଧାନ ପାଇଁ ଦାବି କରିଛନ୍ତି। ଏହି ଘେରାଉରେ ଦିଲୀପ କୁମାର ପାତ୍ର, ଭାରତ ଦେଳଇ, କାହ୍ନୁ ବାରିକ, ନିଗମାନନ୍ଦ ପାତ୍ର, ବୁଧିଆ ବେହରା, ନିରଞ୍ଜନ ଦାସ, ଭୋଳାନାଥ ବେହରା, ଗୋପୀନାଥ ବେହରା, କାହ୍ନୁ ମଣ୍ଡଳ, ଶଙ୍କଷର୍ଣ ମଲ୍ଲିକ, ଏକାଦଶୀ ଦଳେଇ ଓ ଧନଞ୍ଜୟ ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ଗ୍ରାମ୍ୟ ନିର୍ମାଣ ବିଭାଜନ ନିର୍ବାହୀ ଯନ୍ତ୍ରୀ ଇଂ ତପନ କୁମାର ବେହେରା ପଚାରିବାରୁ କେବଳ ଜଙ୍ଗଲଜମିକୁ ବାଦ ଦେଇ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିିଛି। ରାସ୍ତା ନିର୍ମାଣ ବାବଦରେ ଜଙ୍ଗଲ ବିଭାଗକୁ ଚିଠି ଦିଆଯାଇଛି, ଉତ୍ତର ମିଳିବା ପରେ ଅସମ୍ପୂର୍ଣ୍ଣ ଥିବା ଭାଗରେ ନିର୍ମାଣ କାର୍ଯ୍ୟ କରାଯିବ ବୋଲି ଉତ୍ତର ରଖିଥିଲେ।
The post ଅଧାପନ୍ତରିଆ ରାସ୍ତାର ଉଦ୍ଘାଟନ appeared first on Dharitri Odia News.