ବୀର ସବରକରଙ୍କୁ ଅପମାନ ମାମଲାରେ ରାହୁଲ ଗାନ୍ଧୀଙ୍କୁ ଜାମିନ
ପୁଣେ:ସ୍ବାଧୀନତା ସଂଗ୍ରାମୀ ବୀର ଦାମୋଦର ସବରକରଙ୍କୁ ଅପମାନ କରିବା ମାମଲାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ସାମୟିକ ଆଶ୍ବସ୍ତି ମିଳିଛି। ପୁଣେର ଏମ୍ପି/ଏମ୍ଏଲ୍ଏ କୋର୍ଟ ୨୫ ହଜାର ଟଙ୍କା ମୁଚାଲିକାରେ ରାହୁଲଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଆଜି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ରାହୁଲ ଗାନ୍ଧୀ କୋର୍ଟ ଶୁଣାଣିରେ ହାଜର ହୋଇଥିଲେ। ତାଙ୍କ ପକ୍ଷରୁ ମିଲିନ୍ଦ ପାୱାର ମାମଲା ପରିଚାଳନା କରିଥିଲେ। ଆବେଦନକୁ ଗ୍ରହଣ କରି କୋର୍ଟ ଏହି ମାମଲାରେ ସ୍ଥାୟୀ ଭାବେ […]

ପୁଣେ:ସ୍ବାଧୀନତା ସଂଗ୍ରାମୀ ବୀର ଦାମୋଦର ସବରକରଙ୍କୁ ଅପମାନ କରିବା ମାମଲାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ସାମୟିକ ଆଶ୍ବସ୍ତି ମିଳିଛି। ପୁଣେର ଏମ୍ପି/ଏମ୍ଏଲ୍ଏ କୋର୍ଟ ୨୫ ହଜାର ଟଙ୍କା ମୁଚାଲିକାରେ ରାହୁଲଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଆଜି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ରାହୁଲ ଗାନ୍ଧୀ କୋର୍ଟ ଶୁଣାଣିରେ ହାଜର ହୋଇଥିଲେ। ତାଙ୍କ ପକ୍ଷରୁ ମିଲିନ୍ଦ ପାୱାର ମାମଲା ପରିଚାଳନା କରିଥିଲେ। ଆବେଦନକୁ ଗ୍ରହଣ କରି କୋର୍ଟ ଏହି ମାମଲାରେ ସ୍ଥାୟୀ ଭାବେ ହାଜର ହେବା ପ୍ରତିବନ୍ଧକକୁ ହଟାଇଦେଇଛନ୍ତି। ଏଥିପାଇଁ ତାଙ୍କୁ ଜଣେ ଜମାନତଦାର ଓ ୨୫ହଜାର ଟଙ୍କା ମୁଚଲିକାରେ ଜାମିନ ପ୍ରଦାନ କରିଛନ୍ତି। ଜମାନତଦାର ଭାବେ କଂଗ୍ରେସ ନେତା ମୋହନ ଯୋଶୀ ହାଜର ହୋଇଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୧୮କୁ ଧାର୍ଯ୍ୟ ହୋଇଛି।