ମୋହନାରେ କାଳବୈଶାଖୀର ତାଣ୍ଡବ: ଉଡିଲା ଛପର, ଉପୁଡ଼ିଲା ବିଶାଳ ଗଛ
ମୋହନା,୨୦।୪: ଗଜପତି ଜିଲା ମୋହନା ବ୍ଲକରେ କାଳବୈଶାଖୀର ତାଣ୍ଡବ। ରବିବାର ଅପରାହ୍ନ ୪ଟାରେ ପବନ ସାଙ୍ଗକୁ ଘଡ଼ଘଡ଼ି ସହ ବର୍ଷା ଏବଂ କୁଆ ପଥର ପଡ଼ିବା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ସୂଚନାନୁଯାୟୀ, ବ୍ଲକର ଢେପାଗୁଡ଼ା ଗ୍ରାମ ପଞ୍ଚାୟତର ଗୋଠକେଳି ଗାଁର ୭ ଜଣଙ୍କ ଚାଳ ଛପର ଉଡ଼ାଇ ଦେଇଛି। ଯାହା ଫଳରେ ଘରେ ରଖା ଯାଇଥିବା ଚାଉଳ, ମୁଗ ଓ ବିରି ସହ ସମସ୍ତ ଆସବାବପତ୍ର ଓଦା ହୋଇ ନଷ୍ଟ ହୋଇଯାଇଛି। ଏବେ କ୍ଷତିଗ୍ରସ୍ତ ହୋଇଥିବା […] The post ମୋହନାରେ କାଳବୈଶାଖୀର ତାଣ୍ଡବ: ଉଡିଲା ଛପର, ଉପୁଡ଼ିଲା ବିଶାଳ ଗଛ appeared first on Dharitri Odia News.
ମୋହନା,୨୦।୪: ଗଜପତି ଜିଲା ମୋହନା ବ୍ଲକରେ କାଳବୈଶାଖୀର ତାଣ୍ଡବ। ରବିବାର ଅପରାହ୍ନ ୪ଟାରେ ପବନ ସାଙ୍ଗକୁ ଘଡ଼ଘଡ଼ି ସହ ବର୍ଷା ଏବଂ କୁଆ ପଥର ପଡ଼ିବା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି।
ସୂଚନାନୁଯାୟୀ, ବ୍ଲକର ଢେପାଗୁଡ଼ା ଗ୍ରାମ ପଞ୍ଚାୟତର ଗୋଠକେଳି ଗାଁର ୭ ଜଣଙ୍କ ଚାଳ ଛପର ଉଡ଼ାଇ ଦେଇଛି। ଯାହା ଫଳରେ ଘରେ ରଖା ଯାଇଥିବା ଚାଉଳ, ମୁଗ ଓ ବିରି ସହ ସମସ୍ତ ଆସବାବପତ୍ର ଓଦା ହୋଇ ନଷ୍ଟ ହୋଇଯାଇଛି। ଏବେ କ୍ଷତିଗ୍ରସ୍ତ ହୋଇଥିବା ପରିବାର ସରକାରୀ ସହାୟତାକୁ ଚାହିଁ ରହିଛନ୍ତି। ବ୍ଲକର କାମେଲିଗୁଡ଼ା ଗାଁ ନିକଟସ୍ଥ ୩୨୬ ଜାତୀୟ ରାଜପଥ, ରାକେଶପଙ୍କା ଓ ଅନ୍ତରବା ଗାଁ ନିକଟରେ ବିରାଟ ବିରାଟ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିଲା। ମୋହନା ଅଗ୍ନିଶମ ବିଭାଗ ପକ୍ଷରୁ କଟର ମେଶନ ସାହାର୍ଯ୍ୟରେ ଗଛକୁ କଟାଯାଇ ହଟା ଯାଇଥିଲା। ଫଳରେ ଯାତାୟାତ ସ୍ବାଭାବିକ ହୋଇଛି। ସେହିପରି ଅଡବା ସ୍ଥିତ ବେବେରୀ ଗ୍ରାମ ନିକଟରେ ଏକ ବୋଲେରୋ ( ଓଡି ୦୨ବିଇ ୮୦୪୦) ଗାଡ଼ି ଉପରେ ବିରାଟ ଗଛ ପଡ଼ି ଯିବା ଯୋଗୁ ମାଲିକ ମୋହନ ଗୌଡ଼ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ତେବେ କାଳବୈଶାଖୀର ତାଣ୍ଡବ ଯୋଗୁ ବ୍ଲକର ଅଧିକାଂଶ ଅଞ୍ଚଳରେ କ୍ଷୟକ୍ଷତି ହେବା ସହ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଛି ।
The post ମୋହନାରେ କାଳବୈଶାଖୀର ତାଣ୍ଡବ: ଉଡିଲା ଛପର, ଉପୁଡ଼ିଲା ବିଶାଳ ଗଛ appeared first on Dharitri Odia News.