ପେଟ ପାଇଁ ଔଷଧଠୁ ଭଲ ବେଲ! ଜାଣନ୍ତୁ ରହିଛି କି କି ଉପକାରୀ ଗୁଣ

ହଜମଠୁ ନେଇ ଗ୍ୟାସଟିକ, ଝାଡ଼ା-ବାନ୍ତି, ଜ୍ୱଳନ, ଅମ୍ଳତା, ପେଟ ଯନ୍ତ୍ରଣା ଆଦି ସମସ୍ୟାକୁ ଦୂର କରିପାରେ ବେଲ।

ପେଟ ପାଇଁ ଔଷଧଠୁ ଭଲ ବେଲ! ଜାଣନ୍ତୁ ରହିଛି କି କି ଉପକାରୀ ଗୁଣ

ଆରମ୍ଭ ହୋଇଯାଇଛି ଗ୍ରୀଷ୍ମଋତୁର ପ୍ରଭାବ। ଏହି ଋତୁରେ, ଅଧିକାଂଶ ଲୋକଙ୍କର ପେଟଜନିତ ସମସ୍ୟା ଦେଖାଦିଏ। ଖାଇବା-ପିଇବାରେ ସାମାନ୍ୟ ଅସାବଧାନତା କାରଣରୁ ହଜମଠୁ ନେଇ ଗ୍ୟାସଟିକ, ଝାଡ଼ା-ବାନ୍ତି, ଜ୍ୱଳନ, ଅମ୍ଳତା, ପେଟ ଯନ୍ତ୍ରଣା ଆଦି ସୃଷ୍ଟି ହୁଏ। ପ୍ରକୃତିରୁ ମିଳୁଥିବା ଗୋଟିଏ ଫଳରେ ଏ ସମସ୍ତ ସମସ୍ୟାକୁ ଦୂର କରିବାର ଗୁଣ ରହିଛି, ତାହା ହେଉଛି ବେଲ। ଏଥିରେ କେଉଁ ସବୁ ଉପକାରୀ ଗୁଣ ରହିଛି, ଜାଣନ୍ତୁ... 

ଖରା ଦିନରେ ବେଲ ପଣା ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ। ପେଟ ପାଇଁ ଔଷଧ ଅପେକ୍ଷା ବେଲ ଅଧିକ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ। ଏଥିରେ ଭିଟାମିନ୍-ଏ, ଭିଟାମିନ୍-ସି, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଆଇରନ୍, ଫୋଲେଟ୍, ପୋଟାସିୟମ୍ ଏବଂ ଫାଇବର ଥାଏ। ଏହା ପେଟ ଏବଂ ହଜମ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଥାଏ। ଗୋଟିଏ କପ୍ ବେଲ ପଣାରୁ ପ୍ରାୟ ୬୦-୭୦ କ୍ୟାଲୋରୀ ମିଳିଥାଏ।

ବେଲ ପଣାର ଉପକାରୀ ଗୁଣ

  • ଗ୍ରୀଷ୍ମଋତୁରେ ପ୍ରତିଦିନ ବେଲ ପଣା ପିଇବା ଦ୍ୱାରା ହଜମ ଭଲ ହୋଇଥାଏ। ଏଥିରେ ପ୍ରଚୁର ପରିମାଣର ଫାଇବର ଥାଏ, ଯାହା ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ।
  • ବେଲ ପଣା ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ଦୃଢ ହୁଏ। ଏଥିରୁ ଭିଟାମିନ୍-ସି ଏବଂ ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ଏବଂ ଅମ୍ଳତା ସମସ୍ୟାକୁ ହ୍ରାସ କରିଥାଏ।
  • ଖରାଦିନରେ ଶରୀରକୁ ହାଇଡ୍ରେଟ୍ ରଖିବା ପାଇଁ ବେଲ ପଣାକୁ ସର୍ବୋତ୍ତମ ବୋଲି ବିବେଚନା କରାଯାଏ। ଏଥିରେ ପ୍ରଚୁର ପରିମାଣରେ ଜଳୀୟ ଅଂଶ ଥାଏ, ଯାହା ପେଟର ଅମ୍ଳତା ଏବଂ ଜଳର ଅଭାବକୁ ଦୂର କରିଥାଏ।
  • ବେଲକୁ ଭିଟାମିନ୍-ଏ, ଭିଟାମିନ୍-ସି ଏବଂ ବି୬ର ଏକ ଭଲ ଉତ୍ସ ଭାବରେ ବିବେଚନା କରାଯାଏ। ବେଲରେ ଏହି ସବୁ ଗୁଣ ଥିବାରୁ ଏହା ପେଟ ସ୍ୱାସ୍ଥ୍ୟରେ ଉନ୍ନତି ଆଣିଥାଏ। କୌଣସି ଔଷଧ ସେବନ କରିବା ଅପେକ୍ଷା ନିୟମିତ ବେଲ ପଣା ପିଇଲେ ପେଟର ଏକାଧିକ ସମସ୍ୟାକୁ ଦୂର କରାଯାଇ ପାରିବେ।  

 

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ।