Video: ଭାଇରାଲ ନିଶାରେ ବାପାଙ୍କ ବିପଜ୍ଜନକ କାଣ୍ଡ, ଝିଅକୁ ଡ୍ୟାମ କଡରେ ବସାଇ କଲେ ରିଲ୍

ନୂଆଦିଲ୍ଲୀ,୭।୭: ରାଜସ୍ଥାନରେ ଜଣେ ବାପା ନିଜ ଝିଅର ଜୀବନକୁ ବିପଦରେ ପକାଇ ରିଲ୍ ତିଆରି କରିବା ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଘଟଣା ରାଜସ୍ଥାନର ଭରତପୁର ଜିଲ୍ଲାର ବନ୍ଧ ବରେଠା ଡ୍ୟାମରେ ଜୁଲାଇ ୪ ତାରିଖରେ ଘଟିଛି। ସୂଚନା ଅନୁସାରେ, ଉମା ଶଙ୍କର ନାମକ ଜଣେ ସ୍ଥାନୀୟ ବ୍ୟକ୍ତି ତାଙ୍କ ପତ୍ନୀ ଓ ଛୋଟ ଝିଅଙ୍କ ସହ ବନ୍ଧ ବରେଠା ଡ୍ୟାମ ବୁଲିବାକୁ ଯାଇଥିଲେ। ରିଲ୍ ତିଆରି କରିବା ପାଇଁ ସେ ନିଜ ଝିଅକୁ […] The post Video: ଭାଇରାଲ ନିଶାରେ ବାପାଙ୍କ ବିପଜ୍ଜନକ କାଣ୍ଡ, ଝିଅକୁ ଡ୍ୟାମ କଡରେ ବସାଇ କଲେ ରିଲ୍ appeared first on Dharitri Odia News.

Video: ଭାଇରାଲ ନିଶାରେ ବାପାଙ୍କ ବିପଜ୍ଜନକ କାଣ୍ଡ, ଝିଅକୁ ଡ୍ୟାମ କଡରେ ବସାଇ କଲେ ରିଲ୍

ନୂଆଦିଲ୍ଲୀ,୭।୭: ରାଜସ୍ଥାନରେ ଜଣେ ବାପା ନିଜ ଝିଅର ଜୀବନକୁ ବିପଦରେ ପକାଇ ରିଲ୍ ତିଆରି କରିବା ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଘଟଣା ରାଜସ୍ଥାନର ଭରତପୁର ଜିଲ୍ଲାର ବନ୍ଧ ବରେଠା ଡ୍ୟାମରେ ଜୁଲାଇ ୪ ତାରିଖରେ ଘଟିଛି।

ସୂଚନା ଅନୁସାରେ, ଉମା ଶଙ୍କର ନାମକ ଜଣେ ସ୍ଥାନୀୟ ବ୍ୟକ୍ତି ତାଙ୍କ ପତ୍ନୀ ଓ ଛୋଟ ଝିଅଙ୍କ ସହ ବନ୍ଧ ବରେଠା ଡ୍ୟାମ ବୁଲିବାକୁ ଯାଇଥିଲେ। ରିଲ୍ ତିଆରି କରିବା ପାଇଁ ସେ ନିଜ ଝିଅକୁ ଡ୍ୟାମର ଉପରେ ଥିବା ଏକ ଲୁହା ଆଙ୍ଗଲ ଉପରେ ବସାଇଥିଲେ, ଯେଉଁଠାରେ ପାଣି ତୀବ୍ର ବେଗରେ ପ୍ରବାହିତ ହେଉଥିଲା। ଏହି ସମୟରେ ଝିଅଟି ଭୟଭୀତ ଥିବା ଦେଖାଯାଇଥିଲା ଏବଂ କୌଣସି ସୁରକ୍ଷା ଉପକରଣ ବ୍ୟବହାର କରାଯାଇ ନଥିଲା।

ପ୍ରବଳ ବର୍ଷା ହେତୁ ଡ୍ୟାମଟି ପାଣିରେ ପୂର୍ଣ୍ଣ ହୋଇ ଓଭରଫ୍ଲୋ ହେଉଥିବା ବେଳେ ସ୍ଥାନୀୟ ଲୋକେ ଓ ପର୍ଯ୍ୟଟକମାନେ ଏହାକୁ ଦେଖିବା ପାଇଁ ଆସୁଛନ୍ତି। କିନ୍ତୁ ଇଣ୍ଟରନେଟରେ ପ୍ରସିଦ୍ଧି ପାଇଁ ଏଭଳି ବିପଜ୍ଜନକ କାମ କରିବା ସମାଲୋଚନାର କାରଣ ହୋଇଛି।

ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଉମା ଶଙ୍କର ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏହାକୁ ଡିଲିଟ୍ କରିଦେଇଥିବା ଜଣାପଡ଼ିଛି। ଏହି ଘଟଣା ସ୍ଥାନୀୟ ପୋଲିସ ଷ୍ଟେସନ ରୁଦାଓ୍ଵାଲ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

The post Video: ଭାଇରାଲ ନିଶାରେ ବାପାଙ୍କ ବିପଜ୍ଜନକ କାଣ୍ଡ, ଝିଅକୁ ଡ୍ୟାମ କଡରେ ବସାଇ କଲେ ରିଲ୍ appeared first on Dharitri Odia News.