ବାଇକ୍ରେ ଖଞ୍ଜା ଯାଇଥିଲା ରିମୋଟ୍ ବୋମା: ବିସ୍ଫୋରଣ ହୋଇ ୨ ଶିଶୁ ସମେତ ୩ ମୃତ, ୧୬ ଗୁରୁତର
ଇସଲାମାବାଦ,୨୫ା୮: ପାକିସ୍ତାନର ବାଲୁଚିସ୍ତାନର ପିଶିନ ଜିଲାର ଏକ ଥାନା ନିକଟରେ ବିସ୍ଫୋରଣ ଘଟି ୨ ଶିଶୁ ସମେତ ୩ ଜଣଙ୍କ ଜୀବନ ଯାଇଥିବା ବେଳେ ୧୬ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ୭ ଜଣ ପୋଲିସ କର୍ମଚାରୀ ରହିଥିବା ଜଣାପଡ଼ିଛି। ପୋଲିସ ଅଧିକାରୀ ମୁଜିବ-ଉର୍-ରେହମାନ କହିଛନ୍ତି, ବିସ୍ଫୋରଣ ଘଟିଥିବା ଏକ ମୋଟରସାଇକେଲରେ ବିସ୍ଫୋରକ ସାମଗ୍ରୀ ଲଗାଯାଇଥିଲା। ପ୍ରାଦେଶିକ ସରକାରୀ ମୁଖପାତ୍ର ସହିଦ ରିଣ୍ଡ କହିଛନ୍ତି, ଆତଙ୍କବାଦୀମାନେ ନିରୀହ ତଥା ନିଷ୍ପାପ ଲୋକଙ୍କୁ ଟାର୍ଗେଟ କରୁଛନ୍ତି। ବର୍ତ୍ତମାନ […] The post ବାଇକ୍ରେ ଖଞ୍ଜା ଯାଇଥିଲା ରିମୋଟ୍ ବୋମା: ବିସ୍ଫୋରଣ ହୋଇ ୨ ଶିଶୁ ସମେତ ୩ ମୃତ, ୧୬ ଗୁରୁତର appeared first on Dharitri Odia News.
ଇସଲାମାବାଦ,୨୫ା୮: ପାକିସ୍ତାନର ବାଲୁଚିସ୍ତାନର ପିଶିନ ଜିଲାର ଏକ ଥାନା ନିକଟରେ ବିସ୍ଫୋରଣ ଘଟି ୨ ଶିଶୁ ସମେତ ୩ ଜଣଙ୍କ ଜୀବନ ଯାଇଥିବା ବେଳେ ୧୬ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ୭ ଜଣ ପୋଲିସ କର୍ମଚାରୀ ରହିଥିବା ଜଣାପଡ଼ିଛି।
ପୋଲିସ ଅଧିକାରୀ ମୁଜିବ-ଉର୍-ରେହମାନ କହିଛନ୍ତି, ବିସ୍ଫୋରଣ ଘଟିଥିବା ଏକ ମୋଟରସାଇକେଲରେ ବିସ୍ଫୋରକ ସାମଗ୍ରୀ ଲଗାଯାଇଥିଲା।
ପ୍ରାଦେଶିକ ସରକାରୀ ମୁଖପାତ୍ର ସହିଦ ରିଣ୍ଡ କହିଛନ୍ତି, ଆତଙ୍କବାଦୀମାନେ ନିରୀହ ତଥା ନିଷ୍ପାପ ଲୋକଙ୍କୁ ଟାର୍ଗେଟ କରୁଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଗୋଷ୍ଠୀ ଏହି ଆକ୍ରମଣ ପାଇଁ ଦାୟୀ ବୋଲି ସ୍ପଷ୍ଟ ହୋଇନାହିଁ। କିନ୍ତୁ ପାକିସ୍ତାନର କାଉଣ୍ଟର-ଆତଙ୍କବାଦ ବିଭାଗ (ସିଟିଡି) ଏବଂ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚିଥିଲେ। ଯେଉଁଠାରେ ଏହି ଆକ୍ରମଣ ହୋଇଛି ସେଠାରେ ପୋଲିସ ମୁତୟନ ହୋଇଛି।
The post ବାଇକ୍ରେ ଖଞ୍ଜା ଯାଇଥିଲା ରିମୋଟ୍ ବୋମା: ବିସ୍ଫୋରଣ ହୋଇ ୨ ଶିଶୁ ସମେତ ୩ ମୃତ, ୧୬ ଗୁରୁତର appeared first on Dharitri Odia News.