ଝାଡ଼ଖଣ୍ଡ କ୍ୟାବିନେଟ୍‌ ପାଇଁ ମନ୍ତ୍ରୀ ଭାବେ ଶପଥ ନେଲେ ୧୧ ବିଧାୟକ

ରାଞ୍ଚି: ଝାଡ଼ଖଣ୍ଡରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇଛି। ହେମନ୍ତ ସୋରେନ ସରକାରରେ ଜେଏମ୍‌ଏମ୍‌ (ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା)ର ୬ ବିଧାୟକଙ୍କ ସମେତ ମୋଟ୍‌ ୧୧ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜଭବନ ଅଞ୍ଚଳର ଅଶୋକ ଉଦ୍ୟାନରେ ରାଜ୍ୟପାଳ ସନ୍ତୋଷ କୁମାର ଗଙ୍ଗୱର ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇଛନ୍ତି। ମନ୍ତ୍ରୀ ଭାବେ ଶପଥ ନେଇଥିବା ଜେଏମ୍‌ଏମ୍‌ର ୬ ଜଣ ବିଧାୟକ ହେଉଛନ୍ତି ସୁଦିବ୍ୟ କୁମାର, ଦୀପକ ବିରୁଆ, ରାମଦାସ ସୋରେନ, ଚମରା ଲିଣ୍ଡା, ଯୋଗେନ୍ଦ୍ର ପ୍ରସାଦ ଏବଂ […]

ଝାଡ଼ଖଣ୍ଡ କ୍ୟାବିନେଟ୍‌ ପାଇଁ ମନ୍ତ୍ରୀ ଭାବେ ଶପଥ ନେଲେ ୧୧ ବିଧାୟକ

ରାଞ୍ଚି: ଝାଡ଼ଖଣ୍ଡରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇଛି। ହେମନ୍ତ ସୋରେନ ସରକାରରେ ଜେଏମ୍‌ଏମ୍‌ (ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା)ର ୬ ବିଧାୟକଙ୍କ ସମେତ ମୋଟ୍‌ ୧୧ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜଭବନ ଅଞ୍ଚଳର ଅଶୋକ ଉଦ୍ୟାନରେ ରାଜ୍ୟପାଳ ସନ୍ତୋଷ କୁମାର ଗଙ୍ଗୱର ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇଛନ୍ତି। ମନ୍ତ୍ରୀ ଭାବେ ଶପଥ ନେଇଥିବା ଜେଏମ୍‌ଏମ୍‌ର ୬ ଜଣ ବିଧାୟକ ହେଉଛନ୍ତି ସୁଦିବ୍ୟ କୁମାର, ଦୀପକ ବିରୁଆ, ରାମଦାସ ସୋରେନ, ଚମରା ଲିଣ୍ଡା, ଯୋଗେନ୍ଦ୍ର ପ୍ରସାଦ ଏବଂ ହଫିଜୁଲ୍‌ ହାସନ। କଂଗ୍ରେସ ବିଧାୟକ ଦୀପିକା ପାଣ୍ଡେ ସିଂହ, ଶିଳ୍ପୀ ନେହା ତିର୍କୀ, ଇରଫାନ୍‌ ଅନ୍‌ସାରି ଏବଂ ରାଧାକ୍ରି‌ଷ୍ଣନ୍‌ କିଶୋର ମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଆରଜେଡିର ସଂଜୟ ପ୍ରସାଦ ଯାଦବ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଉଲ୍ଲେଖଯୋଗ୍ୟ, ଜେଏମ୍‌ଏମ୍‌ ନେତା ହେମନ୍ତ ସୋରେନ ଗତ ନଭେମ୍ବର ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ହେମନ୍ତ ସୋରେନ ସରକାରରେ ୬ ଜଣ ନୂଆ ମୁହଁ ସ୍ଥାନ ପାଇଛନ୍ତି । ୮୧ ଆ‌ସନ ବିଶିଷ୍ଟ ବିଧାନସଭାରେ ଜେଏମଏମ୍‌ ନେତୃତ୍ବାଧୀନ ମେଣ୍ଟ ୫୬ ଆସନରେ ଜିତିଥିବା‌ବେଳେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ମେଣ୍ଟ ୨୪ ଆସନରେ ଜିତିଥିଲା।