ରେଳ ଲାଇନ ନିର୍ମାଣକୁ ନେଇ ପୋଲିସ – ଗ୍ରାମବାସୀ ସଂଘର୍ଷ ଘଟି ଜଣେ ମୃତ,୮ ଆହତ

ରାଉରକେଲା: ରେଳ ଲାଇନ ନିର୍ମାଣକୁ ବିରୋଧ ବେଳେ ତୁମୁଳକାଣ୍ଡ I ପୋଲିସ- ଗ୍ରାମବାସୀ ସଂଘର୍ଷରେ ଜଣଙ୍କର ମୃତ୍ୟୁ ଘଟିଛି । ଏହାସହତ ୮ ଜଣ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ୪ ପୁଲିସ କର୍ମଚାରୀ ରହିଛନ୍ତି। ସମସ୍ତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶନିବାର ରାଉରକେଲା ବନ୍ଧମୁଣ୍ଡା ବରକାନୀରେ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି । ରେଳଲାଇନ ନିର୍ମାଣକୁ ବାରମ୍ବାର ବିରୋଧ କରିଆସୁଥିଲେ ଗ୍ରାମବାସୀ । ସୂଚନାନୁସାରେ,ବରକାନିରେ ନୂଆ ରେଳ ଲାଇନ ପ୍ରକଳ୍ପ କାର୍ଯ୍ୟ […]

ରେଳ ଲାଇନ ନିର୍ମାଣକୁ ନେଇ ପୋଲିସ – ଗ୍ରାମବାସୀ ସଂଘର୍ଷ ଘଟି ଜଣେ ମୃତ,୮ ଆହତ
ରେଳ ଲାଇନ ନିର୍ମାଣକୁ ନେଇ ପୋଲିସ - ଗ୍ରାମବାସୀ ସଂଘର୍ଷ ଘଟି ଜଣେ ମୃତ,୮ ଆହତ

ରାଉରକେଲା: ରେଳ ଲାଇନ ନିର୍ମାଣକୁ ବିରୋଧ ବେଳେ ତୁମୁଳକାଣ୍ଡ I ପୋଲିସ- ଗ୍ରାମବାସୀ ସଂଘର୍ଷରେ ଜଣଙ୍କର ମୃତ୍ୟୁ ଘଟିଛି । ଏହାସହତ ୮ ଜଣ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ୪ ପୁଲିସ କର୍ମଚାରୀ ରହିଛନ୍ତି। ସମସ୍ତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶନିବାର ରାଉରକେଲା ବନ୍ଧମୁଣ୍ଡା ବରକାନୀରେ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି । ରେଳଲାଇନ ନିର୍ମାଣକୁ ବାରମ୍ବାର ବିରୋଧ କରିଆସୁଥିଲେ ଗ୍ରାମବାସୀ ।

ସୂଚନାନୁସାରେ,ବରକାନିରେ ନୂଆ ରେଳ ଲାଇନ ପ୍ରକଳ୍ପ କାର୍ଯ୍ୟ ଚାଲିଛି। ଗତ ୪୦ ଦିନ ଧରି ଏହାର ପ୍ରତିବାଦରେ ନିର୍ମାଣସ୍ଥଳରେ ଗ୍ରାମବାସୀ ଧାରଣା ଦେଇଆସୁଥିଲେ । ଏବେ ପୋଲିସ ଉପସ୍ଥିତିରେ କାମ ଆରମ୍ଭ ହେବା ପରେ ମୁହାଁମୁହିଁ ହୋଇଥିଲେ ଗ୍ରାମବାସୀ ଓ ପୋଲିସ । ପ୍ରଥମେ ପୋଲିସ ଉପରକୁ ଢେଲା ପଥର ଫୋପାଡ଼ି ଆକ୍ରମଣ କରିଥିଲେ ଗ୍ରାମବାସୀ । ତେବେ ଏହି ଖଣ୍ଡଯୁଦ୍ଧରେ ଅତିରକ୍ତ ତହସିଲଦାରଙ୍କ ପୁରୁଷୋତ୍ତମ ନାଏକଙ୍କ ସମେତ ୪ ଜଣ ପୋଲିସ କର୍ମଚାରୀ ଙ୍କ ସମେତ ଅନ୍ୟ ୪ ଜଣ ଆହତ ହେବା ସହ ଜଣେ ଗ୍ରାମବାସୀଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣାପରେ ରେଳଲାଇନ ନିର୍ମାଣସ୍ଥଳରେ ପ୍ରବଳ ଉତ୍ତେଜନା ଲାଗି ରହିଛି ।