ବିହାରର ବିଭିନ୍ନ ନିର୍ବାଚନମଣ୍ଡଳୀରେ ଗ୍ରୀଷ୍ମଲହରୀ ପାଇଁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟିଂ ସମୟ ବୃଦ୍ଧି

ନୂଆଦିଲ୍ଲୀ : ଆସନ୍ତାକାଲି ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ। ତେବେ ଗ୍ରୀଷ୍ମଲହରୀ ସ୍ଥିତି ପାଇଁ ବିହାରର ବିଭିନ୍ନ ଆସନରେ ନିର୍ବାଚନ କମିସନ ଭୋଟିଂ ସମୟ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ବାଙ୍କା, ମାଧେପୁର, ଖଗରିଆ ଏବଂ ମୁଙ୍ଗେର ନିର୍ବାଚନମଣ୍ଡଳୀରେ ଭୋଟିଂ ସମୟ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବିହାରରେ ଗତ ଏପ୍ରିଲ୧୯ ତାରିଖରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଜାମୁଇ, ନାୱଡ଼ା ଗୟା ଏବଂ ଔରଙ୍ଗାବାଦରେ ତାପମାତ୍ରା ୪୮.୨୩ […]

ବିହାରର ବିଭିନ୍ନ ନିର୍ବାଚନମଣ୍ଡଳୀରେ ଗ୍ରୀଷ୍ମଲହରୀ ପାଇଁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟିଂ ସମୟ ବୃଦ୍ଧି

ନୂଆଦିଲ୍ଲୀ : ଆସନ୍ତାକାଲି ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ। ତେବେ ଗ୍ରୀଷ୍ମଲହରୀ ସ୍ଥିତି ପାଇଁ ବିହାରର ବିଭିନ୍ନ ଆସନରେ ନିର୍ବାଚନ କମିସନ ଭୋଟିଂ ସମୟ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ବାଙ୍କା, ମାଧେପୁର, ଖଗରିଆ ଏବଂ ମୁଙ୍ଗେର ନିର୍ବାଚନମଣ୍ଡଳୀରେ ଭୋଟିଂ ସମୟ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବିହାରରେ ଗତ ଏପ୍ରିଲ୧୯ ତାରିଖରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଜାମୁଇ, ନାୱଡ଼ା ଗୟା ଏବଂ ଔରଙ୍ଗାବାଦରେ ତାପମାତ୍ରା ୪୮.୨୩ ଡିଗ୍ରୀ ଥିଲା ଉଲ୍ଲେଖଯୋଗ୍ୟ ଯେ ୧୩ ରାଜ୍ୟର ୮୮ ଆସନରେ ଆସନ୍ତାକାଲି ଭୋଟ୍ ଅଛି। ଦ୍ବିତୀୟ ପର୍ଯ୍ୟାୟରେ ୧୫.୮୮ କୋଟିରୁ ଅଧିକ ଲୋକ ମତଦାନ ସାବ୍ୟସ୍ତ କରିବେ। ଦ୍ବିତୀୟ ପର୍ଯ୍ୟାୟରେ ୧.୬୭ ଲକ୍ଷ ମତଦାନ କେନ୍ଦ୍ରରେ ମତଦାନ କରାଯିବ। ଦ୍ବିତୀୟ ପର୍ଯ୍ୟାୟରେ ୩୪.୮ ଲକ୍ଷ ପ୍ରଥମ ଥର ଭୋଟର ଅଛନ୍ତି। ୨୦ରୁ ୨୯ ବର୍ଷ ବୟସ ବର୍ଗ ମଧ୍ୟରେ ୩.୨୮ କୋଟି ଭୋଟର ଅଛନ୍ତି।