ତନୁଶ୍ରୀଙ୍କ ଜବାବ

ମିଁ ଠୁ ବିବାଦକୁ ନେଇ ନାନା ପାଟେକର ମୁହଁ ଖୋଲିବା ପରେ ଏହାର ଉତ୍ତର ରଖିଛନ୍ତି ବି ଟାଉନ୍‌ ଅଭିନେତ୍ରୀ ତନୁଶ୍ରୀ ଦତ୍ତ । ନିଜର ଏକ ସାକ୍ଷାତକାରରେ ତନୁଶ୍ରୀ ନାନା ପାଟେକରଙ୍କ ଉପରେ ବର୍ଷିଛନ୍ତି । ନାନା କେତେ ମିଛୁଆ ସେ ବିଷୟରେ ପୁରା ଦୁନିଆ ଜାଣିଛି । ବାରଣାସୀରେ ଜଣେ ବାଳକକୁ ମାଡ ମାରିଥିବା ଘଟଣା ଜଣା ପଡିବା ପରେ ପୂରା ଦୁନିଆ ତାଙ୍କ ଅସଲିଅତକୁ ଜାଣିଛି । ସେ ସବୁବେଳେ ମିଛ କୁହନ୍ତି […]

ତନୁଶ୍ରୀଙ୍କ ଜବାବ
ତନୁଶ୍ରୀଙ୍କ ଜବାବ

ମିଁ ଠୁ ବିବାଦକୁ ନେଇ ନାନା ପାଟେକର ମୁହଁ ଖୋଲିବା ପରେ ଏହାର ଉତ୍ତର ରଖିଛନ୍ତି ବି ଟାଉନ୍‌ ଅଭିନେତ୍ରୀ ତନୁଶ୍ରୀ ଦତ୍ତ । ନିଜର ଏକ ସାକ୍ଷାତକାରରେ ତନୁଶ୍ରୀ ନାନା ପାଟେକରଙ୍କ ଉପରେ ବର୍ଷିଛନ୍ତି । ନାନା କେତେ ମିଛୁଆ ସେ ବିଷୟରେ ପୁରା ଦୁନିଆ ଜାଣିଛି । ବାରଣାସୀରେ ଜଣେ ବାଳକକୁ ମାଡ ମାରିଥିବା ଘଟଣା ଜଣା ପଡିବା ପରେ ପୂରା ଦୁନିଆ ତାଙ୍କ ଅସଲିଅତକୁ ଜାଣିଛି । ସେ ସବୁବେଳେ ମିଛ କୁହନ୍ତି ବୋଲି ତନୁଶ୍ରୀ ମତ ଦେଇଛନ୍ତି । ସେହିଭଳି ବର୍ତ୍ତମାନ ତାଙ୍କୁ ଇଣ୍ଡଷ୍ଟ୍ରୀରୁ ସାଇଡ୍‌ ଲାଇନ୍‌ କରିଦିଆଯାଇଛି ତେଣୁ ସେ ମି ଠୁ କେସ୍‌ ଉପରେ ପୁଣି କଥା ବାର୍ତ୍ତା ଆରମ୍ଭ କରିଛନ୍ତି । ଏପରି କରି ନାନା ମିଡିଆରେ ରହିବାକୁ ଚାହୁଁଥିବା ତନୁଶ୍ରୀ ପ୍ରକାଶ କରିଛନ୍ତି । ନାନା ନିଜ ଜୀବନରେ ଅନେକ କଥାରେ ମିଛ କହିଛନ୍ତି ବୋଲି ତନୁଶ୍ରୀ ଏହି ସାକ୍ଷାତ କାରରେ ପ୍ରକାଶ କରିଛନ୍ତି । ସୂଚନା ଅନୁସାରେ ନିକଟରେ ନାନା ପାଟେକର ଏକ ସାକ୍ଷାତ କାରରେ ତାଙ୍କ ଉପରେ ଲାଗିଥିବା ମିଠୁ ଆରୋପ ଉପରେ କଥା ହୋଇଥିଲେ । ତନୁଶ୍ରୀଙ୍କର ଅଭିଯୋଗ ତାଙ୍କ ଉପରେ କୌଣସି ପ୍ରଭାବ ପକାଇ ନାହିଁ ବୋଲି ନାନା ଏହି ସାକ୍ଷାତକାରରେ ମତ ଦେଇଥିଲେ । ଯାହା ତନୁଶ୍ରୀଙ୍କୁ ଗଭୀର ଆଘାତ ଦେଇଥିବା ଜଣାପଡୁଛି ।