ଭୁବନେଶ୍ୱରରୁ ନିଖୋଜ ୨ ସ୍କୁଲ ଛାତ୍ରୀ ପୁରୀରୁ ଉଦ୍ଧାର
ଭୁବନେଶ୍ୱର : ପୁରୀରୁ ଉଦ୍ଧାର ହେଲେ ୨ ନିଖୋଜ ସ୍କୁଲ ଛାତ୍ରୀ I ଗତକାଲି ଭୁବନେଶ୍ୱର ଘାଟିକିଆ ପ୍ରାଥମିକ ସ୍କୁଲରୁ ନିଖୋଜ ହୋଇଥିଲେ ୨ ସ୍କୁଲ ଛାତ୍ରୀ । ପୁରୀରୁ ୨ ଛାତ୍ରୀଙ୍କୁ ଉଦ୍ଧାର କରିବାପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି Iଏନେଇ ଭରତପୁର ଥାନା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ଭୁବନେଶ୍ୱର ସ୍ଥିତ ଖଣ୍ଡଗିରି ଘାଟିକିଆ ପ୍ରାଥମିକ ସ୍କୁଲର ଦୁଇ ଛାତ୍ରୀ ସ୍କୁଲ ଯାଇ ଆଉ ଘରକୁ ଫେରି ନଥିଲେ। ୪ ବେଳେ ସ୍କୁଲ […]

ଭୁବନେଶ୍ୱର : ପୁରୀରୁ ଉଦ୍ଧାର ହେଲେ ୨ ନିଖୋଜ ସ୍କୁଲ ଛାତ୍ରୀ I ଗତକାଲି ଭୁବନେଶ୍ୱର ଘାଟିକିଆ ପ୍ରାଥମିକ ସ୍କୁଲରୁ ନିଖୋଜ ହୋଇଥିଲେ ୨ ସ୍କୁଲ ଛାତ୍ରୀ । ପୁରୀରୁ ୨ ଛାତ୍ରୀଙ୍କୁ ଉଦ୍ଧାର କରିବାପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି Iଏନେଇ ଭରତପୁର ଥାନା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।
ଗତକାଲି ଭୁବନେଶ୍ୱର ସ୍ଥିତ ଖଣ୍ଡଗିରି ଘାଟିକିଆ ପ୍ରାଥମିକ ସ୍କୁଲର ଦୁଇ ଛାତ୍ରୀ ସ୍କୁଲ ଯାଇ ଆଉ ଘରକୁ ଫେରି ନଥିଲେ। ୪ ବେଳେ ସ୍କୁଲ ଛୁଟି ହେବାପରେ ପିଲା ୨ଜଣ ଘରକୁ ଫେରିବା ବିଳମ୍ବ ହେବାରୁ ସ୍କୁଲରେ ଯାଇ ଖୋଜାଖୋଜି କରିବା ସହ ସାଙ୍ଗସାଥୀଙ୍କୁ ପଚରାଉଚରା କରିଥିଲେ ପରିବାର ଲୋକେ। ହେଲେ ଦୁଇ ଝିଅଙ୍କର କୌଣସି ପତ୍ତା ମିଳିନଥିଲା। ଏ ସଂପର୍କରେ ଭରତପୁର ଥାନାରେ ଅଭିଯୋଗ କରିଥିଲେ ଜଣେ ଛାତ୍ରୀଙ୍କ ମାଆ I ପୋଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଚଲାଇଥିଲା I ଏଥରେ ୨ ଛାତ୍ରୀ ଟ୍ରେନ ଯୋଗେ ପୁରୀ ପଳାଇଥିବା ଜଣାପଡିଥିଲା I ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି I