ଏସସିବିରେ ସଫଳ ହେଲା ବିରଳ ରକ୍ତ କର୍କଟ ରୋଗୀଙ୍କ ହାପଲୋ ଅସ୍ଥିମଜ୍ଜା ପ୍ରତିରୋପଣ

କଟକ : କଟକ ବଡ ମେଡିକାଲରେ ବିରଳ ଅସ୍ତ୍ରାପଚାର I ଓଡ଼ିଶାରେ ପ୍ରଥମ ଥର ପାଇଁ ହାପଲୋ ଅସ୍ଥିମଜ୍ଜା ପ୍ରତିରୋପଣ କରାଯାଇଛି। ବଡ ମେଡିକାଲରେ ରକ୍ତ କର୍କଟ ବିଭାଗରେ ରକ୍ତ କର୍କଟରେ ଆକ୍ରାନ୍ତ ଥିବା ଖୋର୍ଦ୍ଧା ଜିଲାର ଶୁଭ୍ରାଂଶୁଙ୍କ ଅସ୍ଥିମଜ୍ଜା ପ୍ରତିରୋପଣ ହୋଇଛି। ଘରୋଇ ହସ୍ପିଟାଲରେ ଏଥିପାଇଁ ୪୦ରୁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏସସିବିରେ ମାତ୍ର ୪ଲକ୍ଷ ଟଙ୍କାରେ ଏହା ସମ୍ଭବ ହୋଇପାରିଛି। ହେମାଟୋଲୋଜି ବିଭାଗରେ ଏହି ଅସ୍ତ୍ରାପଚାର ଏସସିବି ପାଇଁ ଆଉ […]

ଏସସିବିରେ ସଫଳ ହେଲା ବିରଳ ରକ୍ତ କର୍କଟ ରୋଗୀଙ୍କ ହାପଲୋ ଅସ୍ଥିମଜ୍ଜା ପ୍ରତିରୋପଣ
ଏସସିବିରେ ସଫଳ ହେଲା ବିରଳ ରକ୍ତ କର୍କଟ ରୋଗୀଙ୍କ ହାପଲୋ ଅସ୍ଥିମଜ୍ଜା ପ୍ରତିରୋପଣ

କଟକ : କଟକ ବଡ ମେଡିକାଲରେ ବିରଳ ଅସ୍ତ୍ରାପଚାର I ଓଡ଼ିଶାରେ ପ୍ରଥମ ଥର ପାଇଁ ହାପଲୋ ଅସ୍ଥିମଜ୍ଜା ପ୍ରତିରୋପଣ କରାଯାଇଛି। ବଡ ମେଡିକାଲରେ ରକ୍ତ କର୍କଟ ବିଭାଗରେ ରକ୍ତ କର୍କଟରେ ଆକ୍ରାନ୍ତ ଥିବା ଖୋର୍ଦ୍ଧା ଜିଲାର ଶୁଭ୍ରାଂଶୁଙ୍କ ଅସ୍ଥିମଜ୍ଜା ପ୍ରତିରୋପଣ ହୋଇଛି। ଘରୋଇ ହସ୍ପିଟାଲରେ ଏଥିପାଇଁ ୪୦ରୁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏସସିବିରେ ମାତ୍ର ୪ଲକ୍ଷ ଟଙ୍କାରେ ଏହା ସମ୍ଭବ ହୋଇପାରିଛି। ହେମାଟୋଲୋଜି ବିଭାଗରେ ଏହି ଅସ୍ତ୍ରାପଚାର ଏସସିବି ପାଇଁ ଆଉ ଏକ ଇତିହାସ ରଚିଛି I ଏପରି ପ୍ରତିରୋପଣ ଓଡ଼ିଶାରେ ପ୍ରଥମ ହୋଇଥିବାରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଲାଗି ନିଶ୍ଚିତ ଏକ ବଡ ସଫଳତା ଆଣି ଦେଇଛି। ଏସସିବି ହେମାଟୋଲୋଜି ବିଭାଗରେ ୨୦୧୪ ଫେବୃଆରୀ ୨୬ ତାରିଖରେ ଅସ୍ଥିମଜ୍ଜା ପ୍ରତିରୋପଣ ବ୍ୟବସ୍ଥା ଆରମ୍ଭ ହୋଇଥିଲା I ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ସମସ୍ତ ଖର୍ଚ୍ଚ ବହନ କରାଯାଇଥିଲା। ଯେଉଁମାନଙ୍କ ହ୍ୟୁମାନ ଲ୍ୟୁକୋସାଇଟ୍‌‌ ଆଣ୍ଟିଜେନ୍‌‌ ବା ଏଚ୍‌‌ଏଲ୍‌‌ଏ ଅନ୍ୟର ଏଚ୍‌‌ଏଲ୍‌‌ଏ ସହ ପ୍ରାୟ ୯୦ ପ୍ରତିଶତ ମେଳ ଖାଉଥିବ ସେହି କ୍ଷେତ୍ରରେ ହିଁ ପ୍ରତିରୋପଣ ସମ୍ଭବ ହୋଇପାରିବ। ଶୁଭ୍ରାଂଶୁଙ୍କ ଦେହରେ ପ୍ରଭୁଦତ ନାମକ ଜଣେ ବ୍ୟକ୍ତିଙ୍କ ଏଚଏଲଏ ୫୦ ପ୍ରତିଶତ ମେଳ ଖାଉଥିଲା। ଏଥିପାଇଁ ପ୍ରତିରୋପଣ ସମ୍ଭବ ହୋଇଛି। ପ୍ରତିରୋପଣ ପରେ ଉଭୟ ରୋଗୀ ଓ ଷ୍ଟେମ୍ ଦାତାଙ୍କ ଅବସ୍ଥା ସ୍ଥିର ରହିଛି। ବଡ ଭାଇକୁ ରକ୍ତ କର୍କଟ ରୋଗ ହୋଇଥିବାରୁ ସାନ ଭାଇର ଷ୍ଟେମ ଆଣି ପ୍ରତିରୋପଣ କରାଯାଇଛି।